ETV Bharat / bharat

ବେଙ୍ଗାଲୁରୁ ହିଂସା ଘଟଣା, ଗିରଫ ହେଲେ ଆଉ 30 - ବେଙ୍ଗାଲୁରୁ ହିଂସା ଘଟଣା

ବେଙ୍ଗାଲୁରୁ ହିଂସା ଘଟଣାରେ ପୁଣି 30 ଜଣଙ୍କୁ ଗିରଫ କରିଛି ପୋଲିସ । ଗୁରୁବାର ରାତିରେ ଦଙ୍ଗାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଘରେ ପୋଲିସ ଚଢାଉ କରିଥିଲା । ତେବେ କୁହାଯାଉଛି ଯେ ଏମାନଙ୍କ ମଧ୍ୟରୁ କେତେ ଜଣ ଅଛନ୍ତି ଯେଉଁମାନେ ବିଧାକଙ୍କ ଘର ଜାଳିବାରେ ସମ୍ପୃକ୍ତି ଥିଲେ ।

ବେଙ୍ଗାଲୁରୁ ହିଂସା ଘଟଣା, ଗିରଫ ହେଲେ ଆଉ 30
ବେଙ୍ଗାଲୁରୁ ହିଂସା ଘଟଣା, ଗିରଫ ହେଲେ ଆଉ 30
author img

By

Published : Aug 21, 2020, 3:43 PM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁ ହିଂସା ଘଟଣାରେ ପୁଣି 30 ଜଣଙ୍କୁ ଗିରଫ କରିଛି ପୋଲିସ । ଗୁରୁବାର ରାତିରେ ଦଙ୍ଗାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଘରେ ପୋଲିସ ଚଢାଉ କରିଥିଲା । ତେବେ କୁହାଯାଉଛି ଯେ ଏମାନଙ୍କ ମଧ୍ୟରୁ କେତେ ଜଣ ଅଛନ୍ତି ଯେଉଁମାନେ ବିଧାୟକଙ୍କ ଘର ଜାଳିବାରେ ସମ୍ପୃକ୍ତ ଥିଲେ ।

ତେବେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସମୟରେ ସେମାନଙ୍କ ପିତାମାତା ଛାଡିବାକୁ ଅନୁରୋଧ କରିବା ସହ ନିର୍ଦ୍ଦୋଷ ବୋଲି କହିଥିଲେ । ସେପଟେ ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୋଲିସ କହିଛି ।

ସୂଚନା ଯୋଗ୍ୟ, ନିକଟରେ ଗିରଫ ଅଭିଯୁକ୍ତମାନଙ୍କୁ ଯେପରି ଜାମିନ ନମିଳିବ ସେଥିପାଇଁ କୋର୍ଟ ବେଆଇନ କାର୍ଯ୍ୟକଳାପ ନିୟନ୍ତ୍ରଣ ଅଧିନିୟମ ଆକ୍ଟ ଅନୁଯାୟୀ ମାମଲା ଦାଏର କରିବାକୁ ଅନୁମତି ଦେଇଥିଲେ । ଏନେଇ 61 ପ୍ରମୁଖ ଅପରାଧୀଙ୍କ ନାମରେ ମାମଲା ଦାଏର କରାଯାଇଛି ।

ତେବେ ନିକଟରେ ବେଙ୍ଗାଲୁରୁ ହିଂସା ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କ ଠାରୁ ନଷ୍ଟ ସମ୍ପତ୍ତିର କ୍ଷତିପୂରଣ ଆଦାୟ କରିବେ ବୋଲି କହିଥିଲେ କର୍ଣ୍ଣାଟକ ସରକାର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.