ବେଙ୍ଗାଲୁରୁ: ସୋମବାର ବେଙ୍ଗାଲୁରୁର ଭତଲ ନାଗରାଜ ରୋଡ ନିକଟରେ ଦିନେଶ ନାମକ ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୋଲିସ । ଦିନେଶ ବିରୋଧରେ ଏକ 4 ବର୍ଷର ଶିଶୁ କନ୍ୟାକୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।
ଗତ ରବିବାର ଚେନ୍ନାଇର ଦିନେଶ ନାମକ ବ୍ୟକ୍ତି ଶ୍ରୀରାମପୁର ଥାନାଞ୍ଚଳରେ ଜଣେ 4 ବର୍ଷର ଶିଶୁ କନ୍ୟାକୁ ଅପହରଣ କରିବା ଓ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଦିନେଶକୁ ଖୋଜିବା ଆରମ୍ଭ କରିଥିଲା । ତେବେ ଭତଲ ନାଗରାଜ ରୋଡ ନିକଟରେ ପୋଲିସ ଦିନେଶକୁ ଗିରଫ କରିବାକୁ ଯାଇଥିବାବେଳେ ସେଠାରୁ ସେ ଖସି ପଳାଇବାକୁ ଉଦ୍ୟମ କରିଥିଲା । ଏହି ସମୟରେ ଶ୍ରୀରାମପୁର ଥାନା ଅଧିକାରୀ ଦିନେଶ ଉପରକୁ ଗୁଳି ଚଳାଇଥିଲେ । ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବର୍ତ୍ତମାନ ଶିଶୁ କନ୍ୟାର ଅବସ୍ଥା ଗୁରୁତର ରହିଛି । ଶିଶୁଟି ଏକ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛି । ରବିବାର ଅପରାହ୍ନରେ ଅଭିଯୁକ୍ତ ଶିଶୁଟିକୁ ଅପହରଣ କରି ନେଇଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ