ETV Bharat / bharat

ଏୟାର ଇଣ୍ଡିଆ କର୍ମଚାରୀଙ୍କୁ ଧକ୍କା ମାରିଲା ଇଣ୍ଡିଗୋ ବସ, କ୍ଷତିପୂରଣ ଦାବି - bengaluru

ଫେବୃଆରୀ 23ରେ ବେଙ୍ଗାଲୁରୁ ଏୟାରପୋର୍ଟରେ ଏୟାର ଇଣ୍ଡିଆର କର୍ମଚାରୀଙ୍କୁ ଇଣ୍ଡିଗୋ ବସ ଧକ୍କା ମାରିଥିଲା। ଫଳରେ ଉକ୍ତ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏନେଇ ଏୟାର ଇଣ୍ଡିଆ, ଇଣ୍ଡିଗୋ ପାଖରୁ କ୍ଷତିପୂରଣ ପାଇବାକୁ ଦାବି କରିଛି।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Feb 25, 2019, 2:46 PM IST

ବେଙ୍ଗାଲୁରୁ: ଏୟାର ଇଣ୍ଡିଆର କର୍ମଚାରୀଙ୍କୁ ଧକ୍କା ମାରିଲାଇଣ୍ଡିଗୋ ବସ। ଯାହା ଫଳରେ ଗୁରୁତର ଆହତ ହୋଇଛନ୍ତି ଏୟାରା ଇଣ୍ଡିଆ କର୍ମଚାରୀ। ଏନେଇ ଇଣ୍ଡିଗୋ ପାଖରୁ କ୍ଷତିପୂରଣ ଦାବି କରିଛି ଏୟାର ଇଣ୍ଡିଆ। ଗତ ଶନିବାର ବେଙ୍ଗାଲୁରୁ ବିମାନ ବନ୍ଦରରେ ଏଭଳି ଘଟଣା ଘଟିଥିଲା।

ଏୟାର ଇଣ୍ଡିଆ ସୂଚନା ଅନୁସାରେ ତାଙ୍କ କମ୍ପାନୀର ଜଣେ ଠିକା କର୍ମଚାରୀ ଶିବଶଙ୍କର ବେଙ୍ଗାଲୁରୁ ବିମାନବନ୍ଦରରେ ବିମାନରୁ ଓହ୍ଲାଇ ଟର୍ମିନାଲକୁ ଫେରୁଥିଲେ। ଏହି ସମୟରେ ହଠାତ ଇଣ୍ଡିଗୋର ବସ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ଘଟିବା ଏନେଇ ଇଣ୍ଡିଆ ଗଣମାଧ୍ୟମକୁ ଜଣାଇଥିଲା ଯେ ଯଦି କମ୍ପାନୀର ଉକ୍ତ କର୍ମଚାରୀଙ୍କର କୌଣସିଗୁରୁତର କ୍ଷତି ହୁଏ ଏହାର ଭରଣା କରିବ ଇଣ୍ଡିଗୋ।

ବସ ଧକ୍କାରେ ଗୁରୁତ ଆହତ ହୋଇଛନ୍ତି ଶିବଶଙ୍କର। ଯାହା ଫଳରେ ତାଙ୍କର ମେରୁଦଣ୍ଡ ଆଘାତ ଲାଗିଛି। ଏ ଘଟଣା ପରେ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଜାରି ରହିଛି।

ହାଇଆଲର୍ଟ ଜୋନରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର

ଏୟାର ଇଣ୍ଡିଆ ବିମାନ ଅପହରଣ ଧମକ ପରେ ଦେଶର ସମସ୍ତ ବିମାନବନ୍ଦରରେ ହାଇଆଲର୍ଟ ଜାରି କରାଯାଇଛି। ଏନେଇ ବିଜୁପଟ୍ଟନାୟକ ବିମାନ ବନ୍ଦରରେ ମଧ୍ଯ ସୁରକ୍ଷା ବ୍ଯବସ୍ଥା କଡାକଡି ହୋଇଛି। ବିମାନ ବନ୍ଦରର ୱାଚ ଟାୱାରରେ ସୁରକ୍ଷା କର୍ମି ନଜର ରଖିବା ସହ । ଏୟାରପୋର୍ଟର ସମସ୍ତ ଯାତ୍ରୀଂକୁ କଡା ଯାଂଚ କରାଯାଇ ବିମାନ ବନ୍ଦର ଭିତରକୁ ପ୍ରବେଶ କରାଇଦିଆଯାଉଛି। ଡଗ ସ୍କ୍ବାଡ ଓ ମେଟାଲ ଡିଟେକ୍ଟର ଜରିଆରେ ଯାଂଚ କରାଯାଉଛି। ବିମାନବନ୍ଦର କର୍ମଚାରିଂକୁ ମଧ୍ଯ କଡା ଯାଂଚ କରାଯାଇ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି।ଯେଭଳି କୌଣସି ଅଘଟଣ ନଘଟେ ସେ ନେଇ ସିଆଇଏସଫ ଯବାନ ଓ କର୍ମଚାରି ପୁରା କଡା ନଜର ରଖିଛନ୍ତି। ପୁର୍ବାପେକ୍ଷା ଆହୁରି ସୁରକ୍ଷା କଡାକଡି କରାଯାଇଛି । ବିମାନବନ୍ଦରର ସମସ୍ତ ସ୍ଥାନରେ ଲାଗିଥିବା ସିସିଟିଭି ଜରିଆରେ ଉଭୟ ଡୋମେଷ୍ଟିକ ଓ ଇଣ୍ଟରନାସନାଲ ଟର୍ମିନାଲ ଉପରେ କଡା ନଜର ରଖାଯାଇଥିବା କହିଛନ୍ତି ବିମାନବନ୍ଦର ନିର୍ଦେଶକ।
ବାଇଟ-ସୁରେଶ କୁମାର ହୋତା,ବିମାନବନ୍ଦର ନିର୍ଦେଶକ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.