ETV Bharat / bharat

ସୁସ୍ଥ ପରେ ପୁଣି ସଂକ୍ରମିତ ହେଲେ ବେଙ୍ଗାଲୁରୁ ଜଣେ ମହିଳା - Bengaluru Hospital Reports First Case Of Covid Reinfection

ଡାକ୍ତରଙ୍କ କହିବାନୁସାରେ, ସଂକ୍ରମଣ ହେବାର 2-3 ସପ୍ତାହ ମଧ୍ୟରେ କୋରୋନା ପଜିଟିଭ ଆସିଥାଏ । ହୁଏତ ଉକ୍ତ ମହିଳାଙ୍କ ଠାରେ ଆଣ୍ଟିବଡି ନଷ୍ଟ ହୋଇଯିବା ସତ୍ତ୍ବେ ରୋଗପ୍ରତିରୋଧ ବୃଦ୍ଧି ହୋଇନଥିଲା । ନଚେତ ମାସକ ମଧ୍ୟରେ ଆଣ୍ଟିବଡ ନଷ୍ଟ ହୋଇଥିଲା । ଫଳରେ ସେ ପୁଣି ଥରେ ସଂକ୍ରମିତ ହୋଇଥାଇପାରନ୍ତି ।

ସୁସ୍ଥ ପରେ ପୁଣି ସଂକ୍ରମିତ ହେଲେ ବେଙ୍ଗାଲୁରୁ ଜଣେ ମହିଳା

author img

By

Published : Sep 7, 2020, 8:35 AM IST

ବେଙ୍ଗାଲୁରୁ: ଦେଶରେ ଚିନ୍ତା ବଢାଇଲା ପୁନଃ ସଂକ୍ରମଣ । ବେଙ୍ଗାଲୁରୁର ଜଣେ 27 ବର୍ଷୀୟ ମହିଳା କୋରୋନାରୁ ସୁସ୍ଥ ହେବା ପରେ ପୁଣି ଆକ୍ରାନ୍ତ ହୋଇଛନ୍ତି । ଦେଶରେ ସଂକ୍ରମଣ ଅପେକ୍ଷା ସୁସ୍ଥ ହାର ଅଧିକ ଥିବାବେଳେ ଏପରି ରିପୋର୍ଟ ଏବେ ଭୟ ସୃଷ୍ଟି କରିଛି ।

ବେଙ୍ଗାଲୁରୁ ଜଣେ ମହିଳା ଜୁଲାଇ ମାସରେ ପ୍ରଥମ କରି କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପରେ ସେ ସୁସ୍ଥ ମଧ୍ୟ ହୋଇଥିଲେ । ହେଲେ ଫୋର୍ଟିସ୍ ହସ୍ପିଟାଲ ପକ୍ଷରୁ କୁହାଯାଇଛି, ଉକ୍ତ ମହିଳା ଜଣକ ପୁଣି ସଂକ୍ରମିତ ହୋଇଛନ୍ତି ।

ସୂଚନାଯୋଗ୍ୟ, ମହିଳା ଜଣକ ଗତ ଜୁଲାଇ ମାସରେ ଥଣ୍ଡା ଓ ଜ୍ବର ଲାଗି ରହିଥିବାରୁ ସେ କୋରୋନା ଟେଷ୍ଟ କରିଥିଲେ । ଏହାର ରିପୋର୍ଟ ପଜିଟିଭ ଆସିଥିଲେ । ପରେ ସେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା । ହେଲେ ପୁଣି ତାଙ୍କର କୋରୋନା ଲକ୍ଷଣ ଦେଖା ଦେବା ପରେ ସେ ଟେଷ୍ଟ କରିଥିଲେ, ପୁଣି ଥରେ ରିପୋର୍ଟ ସଂକ୍ରମିତ ଥିବା ଜଣାପଡିଛି । ତେବେ ତାଙ୍କର ଅନ୍ୟ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନଥିବାରୁ ସେ ସୁସ୍ଥ ଅଛନ୍ତି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

ଡାକ୍ତରଙ୍କ କହିବାନୁସାରେ, ସଂକ୍ରମଣ ହେବାର 2-3 ସପ୍ତାହ ମଧ୍ୟରେ କୋରୋନା ପଜିଟିଭ ଆସିଥାଏ । ହୁଏତ ଉକ୍ତ ମହିଳାଙ୍କ ଠାରେ ଆଣ୍ଟିବଡି ନଷ୍ଟ ହୋଇଯିବା ସତ୍ତ୍ବେ ରୋଗପ୍ରତିରୋଧ ବୃଦ୍ଧି ହୋଇନଥିଲା ନଚେତ ମାସ ମଧ୍ୟରେ ଆଣ୍ଟିବଡ ନଷ୍ଟ ହୋଇଥିଲା । ଫଳରେ ସେ ପୁଣି ଥରେ ସଂକ୍ରମିତ ହୋଇଥାଇପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.