ETV Bharat / bharat

ସ୍ବାସ୍ଥ୍ୟକର୍ମୀଙ୍କୁ 7 ଦିନ ଛୁଟି ଦେଲେ ପଶ୍ଚିମବଙ୍ଗ ସରକାର - ମମତା ବାନାର୍ଜୀ

କୋରୋନା ମହାମାରୀ ସମୟରେ ଦିନରାତି ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ସାତ ଦିନ ଛୁଟି ଦେବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର ।

westbengle govt announcement
ସ୍ବାସ୍ଥ୍ୟକର୍ମୀଙ୍କୁ 7ଦିନ ଛୁଟି ଦେଲେ ପଶ୍ଚିମବଙ୍ଗ ସରକାର
author img

By

Published : Apr 16, 2020, 1:19 PM IST

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କ ବଡ ନିଷ୍ପତ୍ତି । କୋରୋନା ମହାମାରୀ ସମୟରେ ଦିନରାତି ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ସାତ ଦିନ ଛୁଟି ଦେବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘୋଷଣା କରି କହିଛନ୍ତି, ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜୀବ ସିହ୍ନାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାର କୌଶଳ ପ୍ରସ୍ତୁତ କରିବାକୁ କୁହାଯାଇଛି।

ତେବେ ଡାକ୍ତର, ନର୍ସ ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ଏଭଳି ସମୟରେ ଉପଯୁକ୍ତ ବିଶ୍ରାମ ନେଉନାହାଁନ୍ତି। ତେଣୁ ବର୍ତ୍ତମାନଠାରୁ ସେମାନେ ଏକ ସପ୍ତାହ ବିଶ୍ରାମ ପାଇବେ। ଏଥିସହ ମମତା ବାନାର୍ଜୀ ପୋଲିସଙ୍କ କାର୍ଯ୍ୟ ସମୟ ହ୍ରାସ କରିବା ଉପରେ ପଦକ୍ଷେପ ନେବାକୁ ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.