କୋଲକାତା: ନୂଆଦିଲ୍ଲୀର ତବଲିଗି ଜମାତ ଦ୍ବାରା ଆୟୋଜିତ ଧାର୍ମିକ ସମାବେଶରେ ବହୁ ରାଜ୍ୟର ଲୋକେ ସାମିଲ ହୋଇଥିଲେ । ପଶ୍ଚିମବଙ୍ଗର କିଛି ଲୋକେ ମଧ୍ୟ ସେହି ସମାବେଶରେ ଯୋଗଦେଇଥିଲେ । ଏପରି କ୍ଷେତ୍ରରେ ପଶ୍ଚିମବଙ୍ଗ ସରକାର 54 ଜଣଙ୍କୁ କ୍ବାରେଣ୍ଟାଇନରେ ରଖିଛନ୍ତି । ସେମାନଙ୍କ ମଧ୍ୟରୁ 40 ଜଣ ବିଦେଶୀ ନାଗରିକ ହୋଇଥିବା ଜଣାପଡିଛି ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କହିଛନ୍ତି ଯେ ଏହି ଧାର୍ମିକ କାର୍ଯ୍ୟକ୍ରମରେ ରାଜ୍ୟରୁ 71 ଜଣ ଲୋକ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ଚିହ୍ନଟ କରି କ୍ବାରେଣ୍ଟାଇନରେ ରଖାଯାଇଛି ।
@IANS