ETV Bharat / bharat

ଅତିରିକ୍ତ ଜିଲ୍ଲାପାଳଙ୍କ କୋରୋନାରେ ମୃତ୍ୟୁ, ଶୋକ ପ୍ରକାଶ କଲେ ମମତା - ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମମତା

ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆତିରିକ୍ତ ଜିଲ୍ଲାପାଳ ରାଙ୍କର ଜଣେ ବରିଷ୍ଠ ଅଧିକାରୀ ଦେବଦତ୍ତ ରାୟଙ୍କ କୋରୋନାରେ ମୃତ୍ୟୁ ଘଟିଛି । ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି ।

ଅତିରିକ୍ତ ଜିଲ୍ଲାପାଳଙ୍କ କୋରୋନାରେ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମମତା

author img

By

Published : Jul 14, 2020, 4:41 PM IST

କୋଲକାତା: ଦିନକୁ ଦିନ ଘନଉଛି କୋରୋନା ସଙ୍କଟ । ପଶ୍ଚିମବଙ୍ଗରେ କୋରୋନା ଆକ୍ରାନ୍ତଙ୍କ ହାର ଦୃତ ଗତିରେ ବଢିଚାଲିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ରାଜ୍ୟରେ କୋଭିଡ-19 ମାମଲାରେ ଆହୁରୀ 24 ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ ହୁଗୁଳି ଜିଲ୍ଲାରେ ଆତିରିକ୍ତ ଜିଲ୍ଲାପାଳ ରାଙ୍କର ଜଣେ ବରିଷ୍ଠ ଅଧିକାରୀ ଦେବଦତ୍ତ ରାୟଙ୍କର କୋରୋନାରେ ମୃତ୍ୟୁ ଘଟିଛି । ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୋକ ପ୍ରକାଶ କରିଛନ୍ତି ।

ଅତିରିକ୍ତ ଜିଲ୍ଲାପାଳଙ୍କ କୋରୋନାରେ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମମତା
ଅତିରିକ୍ତ ଜିଲ୍ଲାପାଳଙ୍କ କୋରୋନାରେ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମମତା

38 ବର୍ଷିୟ ଏହି ଅଧିକାରୀ ଗତ ସପ୍ତାହରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ତାପରେ ତାଙ୍କୁ ଶ୍ରୀରାମପୁରମର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ମଙ୍ଗଳବାର ତାଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ସେପଟେ ମୁଖ୍ୟମନ୍ତ୍ରୀ ଟ୍ବିଟ କରିଛନ୍ତି, 'ଦେବଦତ୍ତ ରାୟଙ୍କର କୋଭିଡରେ ମୃତ୍ୟୁ ଘଟିଛି । ସେ ଚନ୍ଦନଗରରେ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ । ସେ କୋଭିଡ-19 ର ଆଗଧାଡିର ଯୋଦ୍ଧା ଥିଲେ । ତାଙ୍କ ମୃତ୍ୟୁ ଖବର ଶୁଣି ମୁଁ ଦୁଃଖିତ ଏବଂ ତାଙ୍କ ପରିବାର ପ୍ରତି ସମ୍ବେଦନା ଜଣାଉଛି ।'

ସୂଚନା ଥାଉକି ପଶ୍ଚିମବଙ୍ଗରେ 31,448 କୋରୋନା ସଂକ୍ରମିତ ଥିବା ବେଳେ 11, 279 ସକ୍ରିୟ ମାମଲା ରହିଛି । ସେହପରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ ରାଜ୍ୟରେ ସୁସ୍ଥ ହାର 61.09 ପ୍ରତିଶତ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.