ETV Bharat / bharat

ଓଜନ ହ୍ରାସ କରାଏ ଫାଷ୍ଟଫୁଡର ସ୍ବାଦ ବଢାଉଥିବା ପରିବା - benefits of capsicum

ଶିମଲା ଲଙ୍କାରେ ଦୁଇ ଗୁଣା ଭିଟାମିନ୍ ଏବଂ ପ୍ରଚୁର ପରିମାଣର ବିଟା କ୍ୟାରୋଟିନ୍ ରହିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ଅଧିକ ପଢନ୍ତୁ...

ଓଜନ ହ୍ରାସ କରାଏ ଫାଷ୍ଟଫୁଡର ସ୍ବାଦ ବଢାଉଥିବା ପରିବା

author img

By

Published : Jun 6, 2020, 3:41 PM IST

ହାଇଦ୍ରାବାଦ: ରାଗଯୁକ୍ତ ପରିବା ଅର୍ଥାତ ଲଙ୍କା ଖାଇବାକୁ ଅନେକ ଲୋକ ନାପସନ୍ଦ କରିଥାଆନ୍ତି । ମାତ୍ର ସେହି ଲୋକେ କ୍ୟାପସିକମ୍ ଖାଇବା ପାଇଁ ଖୁବ୍ ଭଲ ପାଆନ୍ତି । କାରଣ ଏହି ଶିମଲା ଲଙ୍କା ନା ରାଗ ଥାଏ ନା କଡା । ପାଟିକୁ ସୁଆଦିଆ ଲାଗେ । ଏହାକୁ କେତେକ ଲୋକେ ଭାଜି କରି ଖାଆନ୍ତି । କେତେକ ଜାଗାରେ ତରକାରୀର ସୁଆଦ ବଢାଇଥାଏ । ହେଲେ ଶିମଲା ଲଙ୍କାର ସବୁଠାରୁ ଅଧିକ ବ୍ୟବହାର ଚାଇନିଜ ତଥା ଫାଷ୍ଟଫୁଡ ଆଇଟମରେ ହୋଇଥାଏ ।

ଏହି ପରିବାରେ ଭିଟାମିନ୍ ସି ଓ ଏ ସହିତ ବିଟା କ୍ୟାରୋଟିନ ମଧ୍ୟ ରହିଥାଏ । ଏହା ଶରୀରରୁ ଶକ୍ତିଶାଳୀ ବନାଇବା ସହ ଅନେକ ପ୍ରୋଟିନ ପ୍ରଦାନ କରିଥାଏ । ଶିମଲା ଲଙ୍କାରେ ଦୁଇ ଗୁଣା ଭିଟାମିନ୍ ଏବଂ ପ୍ରଚୁର ପରିମାଣର ବିଟା କ୍ୟାରୋଟିନ୍ ରହିଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ଏହାସହ ହୃଦୟ ଜନିତ ସମସ୍ତ ସମସ୍ୟା ଦୂର କରିବା ସହ ଶରୀରରେ ଅମ୍ଳଜାନର ଯୋଗାଣ ସଠିକ୍ ଭାବେ କରିଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏହି ପରିବାର ଏକ ଖାସ ଗୁଣ ବତାଇବୁ ଯାହା ଆପଣ ଜାଣିନଥିବେ । ପ୍ରକୃତରେ ଏହା ଆପଣଙ୍କ ଡାଏଟ୍ ପାଇଁ ଅନେକ ଉପକାରୀ ହୋଇପାରିବ । କାରଣ ଶିମଲା ଲଙ୍କା ଖାଇବା ଦ୍ବାରା ଓଜନ ହ୍ରାସ ଘଟିଥାଏ । ଏଥିରେ କ୍ୟାଲୋରୀ କମ୍ ରହିବା ସହ ଏହା ମେଟାବୋଲିଜିମ୍ ସୁଧାରିଥାଏ । ଫଳରେ ଶରୀରକୁ ମୋଟାପଣରୁ ଏହା ରକ୍ଷା କରିଥାଏ । ଏହା ଆମ ଶରୀରର ଇମ୍ୟୁନିଟି ପାୱାର ବଢାଇବା ସହ ମସ୍ତିଷ୍କକୁ ସକ୍ରିୟ କରିଥାଏ । ଏହା ମାନସିକ ସ୍ତରରେ ଚାପ କମ୍ କରି କ୍ୟାନ୍ସର ସହ ଲଢିବାର ମଧ୍ୟ ଶକ୍ତି ଯୋଗାଇଥାଏ ।

ପୋଷଣରେ ଭରପୂର ଶିମଲା ଲଙ୍କା ଯୋଗୁଁ ଶରୀରରେ କ୍ୟାନ୍ସର ସେଲ ବିକଶିତ ହୋଇପାରନ୍ତି ନାହିଁ । ସେହିପରି ଏହା ଆମ ଶରୀର ଭିତରେ ରୋଗ ପ୍ରତିରୋଧ ଶକ୍ତି ବଢାଇ ଆକ୍ଟିଭନେସ ଅଧିକ କରିଥାଏ । ଫଳରେ ଆମକୁ ଥକ୍କାପଣରୁ ମୁକ୍ତି ମିଳିଥାଏ । ଏହାର ଭିଟାମିନ୍ ଶରୀରକୁ ଉପଯୁକ୍ତ ପୋଷାତ ତତ୍ତ୍ବ ପ୍ରଦାନ କରିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.