ETV Bharat / bharat

ବଙ୍ଗଳା ଖାଲି କରିବା ପୂର୍ବରୁ ବିଜେପି ନେତାଙ୍କୁ ଚା’ ପାଇଁ ନିମନ୍ତ୍ରଣ କଲେ ପ୍ରିୟଙ୍କା ଗାନ୍ଧୀ

author img

By

Published : Jul 27, 2020, 10:31 AM IST

ଗୃହମନ୍ତ୍ରଣାଳୟ ଦ୍ବାରା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଠାରୁ ସ୍ବତନ୍ତ୍ର ସୁରକ୍ଷା ଗ୍ରୁପ(ଏସପିଜି) ପ୍ରତ୍ୟାହାର କରି ନିଆଯିବା ପରେ ହାଉସିଂ ଓ ଅର୍ବାନ ମନ୍ତ୍ରଣାଳୟ ଅଗଷ୍ଟ 1 ସୁଦ୍ଧା ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଛି। ଅଧିକ ପଢନ୍ତୁ...

ବଙ୍ଗଳା ଖାଲି କରିବା ପୂର୍ବରୁ ବିଜେପି ନେତାଙ୍କୁ ଚା’ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କ ନିମନ୍ତ୍ରଣ

ନୂଆଦିଲ୍ଲୀ: ସରକାରୀ ବଳଙ୍ଗା ଖାଲି କରିବା ପୂର୍ବରୁ ବିଜେପି ନେତା ଅନୀଲ ବାଲଉନିଙ୍କୁ ଚା’ପାଇଁ ନିମନ୍ତ୍ରଣ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଅନୀଲ ବାଲଉନି ଓ ତାଙ୍କ ପତ୍ନୀଙ୍କୁ ଚା’ ପିଇବାକୁ ନିମନ୍ତ୍ରଣ କରିବାରେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ପ୍ରିୟଙ୍କା ଗାନ୍ଧୀ ସରକାରୀ ବଙ୍ଗଳା ଖାଲି କରିବା ପରେ ଏଠାରେ ଅନୀଲ ବାଲଉନି ରହିବେ ।

1997 ମସିହାରୁ ପ୍ରିୟଙ୍କା ଭଦ୍ରା 35 ଲୋଧି ଇଷ୍ଟେଟ ବଙ୍ଗଳାରେ ରହିଆସୁଥିଲେ । ଗୃହମନ୍ତ୍ରଣାଳୟ ଦ୍ବାରା ତାଙ୍କ ଠାରୁ ସ୍ବତନ୍ତ୍ର ସୁରକ୍ଷା ଗ୍ରୁପ(ଏସପିଜି) ପ୍ରତ୍ୟାହାର କରି ନିଆଯାଇଥିଲା। ଏହା ପରେ ହାଉସିଂ ଓ ଅର୍ବାନ ମନ୍ତ୍ରଣାଳୟ ଅଗଷ୍ଟ 1 ସୁଦ୍ଧା ବଙ୍ଗଳା ଖାଲି କରିବାକୁ ପ୍ରିୟଙ୍କା ଗାନ୍ଧୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ଜୁଲାଇ 1 ରେ ଗୋଟିଏ ନୋଟିସ ପ୍ରକାଶ ପାଇଥିଲା ।

ପ୍ରିୟଙ୍କା ଗାନ୍ଧୀଙ୍କ ଏହି ନିମନ୍ତ୍ରଣକୁ ନେଇ ତାଙ୍କର ଜଣେ ଘନିଷ୍ଠ କହିଛନ୍ତି ଏହା କଂଗ୍ରେସ ନେତାଙ୍କ ସକାରାତ୍ମକ ଆତିଖ୍ୟ ଏହାକୁ ଏକ ସାଧାରଣ ଆତିଥ୍ୟ । ପ୍ରିୟଙ୍କା ପ୍ରସ୍ତୁତ ଅଛନ୍ତି ବଙ୍ଗଳା ଖାଲି କରିବାକୁ ।

ବଙ୍ଗଳା ଖାଲି କରିବା ପ୍ରିୟଙ୍କା କିଛି ଦିନ ଗୁରୁଗ୍ରାମରେ ରହିବେ । ଏହା ପରେ ସେ ପୁଣି ଦିଲ୍ଲୀକୁ ଫେରିଯିବେ । ମାନବିକତା ଦୃଷ୍ଚିରୁ ସେ ଅନୀଲଙ୍କୁ ଫୋନ ଓ ଚିଠି ଯୋଗେ ନିମନ୍ତ୍ରଣ କରିଥିଲେ । ଏନେଇ ବିଜେପି ନେତାଙ୍କ ପ୍ରତ୍ରିକ୍ରିୟା ମିଳିପାରିନାହିଁ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.