ETV Bharat / bharat

କ୍ଷୀର ନୁହେଁ ସୁସ୍ଥ ରହିବାକୁ ପିଅନ୍ତୁ ବିୟର: ପେଟା

ପେଟାର ଏକ ଗବେଷଣାରୁ ଏହା ଜଣାପଡିଛି ଯେ, କ୍ଷୀର ବଦଳେ ବିୟର ପିଇଲେ ସୁସ୍ଥ ରହିଥାନ୍ତି ଲୋକେ । ଆଗକୁ ପଢନ୍ତୁ...

author img

By

Published : Dec 16, 2019, 6:33 AM IST

beer is better
ପ୍ରତିକାତ୍ମକ ଫଟୋ

ହାଇଦ୍ରାବାଦ: ନିଶାଦ୍ରବ୍ୟ ଶରୀର ପାଇଁ ହାନିକାରକ ବୋଲି ଆମେ ସମସ୍ତେ ଜାଣିଛେ । ହେଲେ ନିକଟରେ ଏପରି ଏକ ତଥ୍ୟ ପ୍ରକାଶ ପାଇଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ‘କ୍ଷୀର ଅପେକ୍ଷା ବିଅର ସ୍ବାସ୍ଥ୍ୟ ପାଇଁ ହିତକର ।’ପେଟା ବା ‘ପିପୁଲ ଫର ଦି ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ’ ଏହି ତଥ୍ୟ ପ୍ରଦାନ କରିଛି ।

ସୁସ୍ଥ ଶରୀର ପାଇଁ ଆମେ ପିଲଟି ବେଳୁ କ୍ଷୀର ପିଇଥାଉ । ପ୍ରତିନିଦ 2 ଥର ପିଲାମାନଙ୍କୁ କ୍ଷୀର ପିଇବା ପାଇଁ ଦେଇଥାଉ । କିନ୍ତୁ କ୍ଷୀର ବଦଳେ ବିଅର ପିଇଲେ ଆପଣଙ୍କ ହାଡ ଶକ୍ତ ହେବା ସହ ଆୟୁଷ ବୃଦ୍ଧିରେ ସହୟକ ହୁଏ ବୋଲି ଜଣାପଡିଛି । କ୍ଷୀର ଶରୀରରେ ମେଦବହୁଳତା, ମଧୁମେହ,କ୍ୟାନସର ପରି ରୋଗକୁ ଜନ୍ମ ଦେବାରେ ସାହାଯ୍ୟ କରିଥାଏ । ତେଣୁ କ୍ଷୀର ନପିବା ପାଇଁ ପେଟାର ଏହି ରିପୋର୍ଟ ପ୍ରକାଶ ପାଇଛି ।

ବିଅରକୁ ଏକ ମାଦକଦ୍ରବ୍ୟ ଭାବରେ ଗ୍ରହଣ କରାଯାଉଥିଲେ ମଧ୍ୟ ଏଥିରେ ଶରୀର ପାଇଁ ଆବଶ୍ୟକ ଯଅ, ବାଜରା, ଗହମ, ଚାଉଳ ଆଦିରୁ ମିଳୁଥିବା ପୋଷକତତ୍ତ୍ବ ରହିଛି । ଏହା ସହିତ ଏଥିରେ ୯୦ ପ୍ରତିଶତ ପାଣି, ଫାଇବର, କ୍ୟାଲସିୟମ, ଆଇରନ ଓ ଅନ୍ୟାନ୍ୟ ପୋଷକତ୍ତ୍ବ ରହିଛି । ବିଅର ଆପଣଙ୍କ ଶରୀରରେ ଆଣ୍ଟି-ଅକ୍ସିଡାଣ୍ଟର କାମ ଦେଇଥାଏ । ବିଅର ପିଇବା ଦ୍ବାରା ଶରୀରରେ ଭଲ କୋଲେଷ୍ଟ୍ରଲର ବୃଦ୍ଧି ଘଟି ଖରାପ କୋଲେଷ୍ଟ୍ରଲ୍‌ ନଷ୍ଟ ହୋଇଥାଏ । ଏହାସହ ଶରୀରର କୌଣସି ସ୍ଥାନରେ ରକ୍ତ ଜମାଟ ବାନ୍ଧିବାକୁ ଦେଇନଥାଏ ।

ତେବେ ପେଟାର ଏହି ଗବେଷଣା ତଥ୍ୟରେ ଅଧିକ ଅନୁପ୍ରାଣିତ ହୋଇ ବହୁଳ ମାତ୍ରାରେ ବିଅର ପିଇବା ପାଇଁ ଉତ୍ସାହିତ ହେବା ଉଚିତ ନୁହେଁ । ଶରୀରକୁ ଦେଖି ଆବଶ୍ୟକୀୟ ପରିମାଣର ବିଅର ପିଇବା ପାଇଁ ପେଟା ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

Intro:Body:

SHREE

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.