ଅମୃତସର: 71 ତମ ଗଣତନ୍ତ୍ର ଦିବସ ଅବସରରେ ଅଟ୍ଟାରୀ-ଓ୍ବାଘା ସୀମାରେ ବିଟିଂ ରିଟ୍ରିଟ ସମାରୋହ ବଡ ଧୁମଧାମରେ ପାଳନ କରାଯାଇଛି । ବିଟିଂ ରିଟ୍ରିଟ ସମାରୋହ ଦେଖିବା ପାଇଁ ଅଟ୍ଟାରୀ-ଓ୍ବାଘା ସୀମାରେ ଜନ ସମୁଦ୍ର ସୃଷ୍ଟି ହୋଇଥିଲା । ଭାରତ ମାତା କି ଜୟର ନାରାରେ କମ୍ପିଛି ଭାରତୀୟ ସୀମା ।
ଭାରତ-ପାକିସ୍ତାନ ସୀମାରେ ହେଉଥିବା ଏହି ଖାସ ସମାରୋହକୁ ଦେଖିବା ପାଇଁ କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ଲୋକ ପହଞ୍ଚିଥିଲେ । ଦେଶ ଭକ୍ତିର ନାରା ମଧ୍ୟରେ ହାତରେ ତ୍ରିରଙ୍ଗା ଧରି ଲୋକଙ୍କୁ ବନ୍ଦେ ମାତରମ୍ ଗାନ କରୁଥିବା ଦେଖିବାକୁ ମିଳିଛି । ଦର୍ଶକକଙ୍କ ଉତ୍ସାହକୁ ଦେଖି ଦେଶର ଯବାନମାନଙ୍କ ଜୋଶ ଦ୍ବିଦୁଣିତ ହୋଇଯାଇଥିଲା । ଯବାନମାନେ ପରେଡ କରିବା ସହ ଜାତୀୟ ପତାକାକୁ ସମ୍ମାନର ସହ ତଳକୁ ଆଣିଛନ୍ତି ।