ଜୟପୁର: ବାଘ ଜଙ୍ଗଲ ରାଜା। ସମସ୍ତ ପଶୁପକ୍ଷୀଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ଓ ଭୟଙ୍କର । ଭୋକିଲା ବାଘ ଖାଦ୍ୟ ଅନ୍ବେଷଣ ସମୟରେ ଯେତିକି ସତର୍କ ସେତିକି ହିଂସ୍ର ହୋଇଥାଏ । ଭୋକ ସମୟର ବାଘ ସାମନାରେ ଯିଏ ପଡିଲା ତାର ନିସ୍ତାର ନାହିଁ । ମାତ୍ର ଏମିତି ଏକ ଚିତ୍ର ଦେଖିବାକୁ ମିଳିଛି ଯାହା ସବୁଠାରୁ ଅଲଗା । ରାଜସ୍ଥାନର ରାନଥାମ୍ବେର ଜାତୀୟ ପାର୍କରେ ଶନିବାର ଯେତିକି କୌତୁକପୂର୍ଣ୍ଣ ସେତିକି ବିସ୍ମୟକର ଘଟଣା ଦେଖିବାକୁ ମିଳିଛି । ଭାଲୁକୁ ଖାଇବା ପାଇଁ ଆସିଥିବା ବାଘ ଲାଙ୍ଗୁଳ ଜାକି ପ୍ରାଣ ବିକଳରେ ଧାଇଁ ପଳାଉଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ ପାର୍କର ଜୋନ୍ ନମ୍ବର-4 ରେ ଏଭଳି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଭାଲୁ ଜଙ୍ଗଲରେ ବୁଲୁଥିବା ସମୟରେ ଅଚାନକ ଖାଦ୍ୟ ଅନ୍ବେଷଣରେ ବୁଲୁଥିବା ଏକ ବାଘ ହାବୁଡେ ପଡିଥିଲା । ବାଘକୁ ଦେଖି ଭାଲୁ ଭୟରେ ନିକଟରେ ଥିବା ଏକ ଗଛରେ ଚଢିଯାଇଥିଲା ।
ଏହାପରେ ବାଘ ଭାଲୁ ଶୀକାର କରିବା ପାଇଁ ଗଛରେ ମଧ୍ୟ ଚଢିଥିଲା । ଏହାପରେ ନିଜ ଜୀବନ ବଞ୍ଚାଇବା ପାଇଁ କୌଣସି ବାଟ ନପାଇ ଭାଲୁ ସାହସ ଦେଖାଇ ବାଘ ଉପରକୁ ପ୍ରତିଆକ୍ରମଣ ମୁଦ୍ରା ଆପଣାଇଲା । ଭାଲୁର ଉଗ୍ର ରୂପ ଦେଖି ବାଘ ଭୟରେ ଜଙ୍ଗଲ ଆଡକୁ ଧାଇଁ ପଳାଇବା ଦୃଶ୍ୟ କ୍ୟାମେରାରେ କଏଦ କରାଯାଇଥିଲା । କିଛି ସମୟ ପରେ ଗଛକୁ ଓହ୍ଲାଇ ଜୀବନ ବଞ୍ଚାଇଥିଲା ବାଘ ।