କର୍ଣ୍ଣାଟକ: ସମଗ୍ର ବିଶ୍ବରେ ମୃତ୍ୟୁର ତାଣ୍ଡବ ମଚାଇଛି ମହାମାରୀ କୋରୋନା । ଏନେଇ ସମଗ୍ର ଦେଶକୁ କରାଯାଇଛି ଲକଡାଉନ। ଆଉ ଏହି ସମୟରେ ଗରିବ ଲୋକଙ୍କୁ ସହାୟତା ଦେବାକୁ ଆଗେଇ ଆସିଛନ୍ତି କିଛି ସଂସ୍ଥା।
ଏପରି ଏକ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିଛନ୍ତି ବେଙ୍ଗାଲୁରର ବିବିଏମପି ଅଧିକାରୀ । ସେମାନେ ବେଙ୍ଗାଲୁରୁ ଗରିବ ବ୍ୟକ୍ତିଙ୍କୁ ବଣ୍ଟନ କରିଛନ୍ତି ଖାଦ୍ୟ ସାମଗ୍ରୀ। ଏହାସହ ଏହି ମହାମାରୀର ମୁକାବିଲା କରିବା ପାଇଁ ମାସ୍କ ଏବଂ ହ୍ୟାଣ୍ଡ ସାନିଟାଇଜର ମଧ୍ୟ ଦାନ କରିଛନ୍ତି ।
ସୌଜନ୍ୟ@ANI