ETV Bharat / bharat

କର୍ଣ୍ଣାଟକରେ ଖୋଲିବ ବାର୍, ପବ୍, ରେସ୍ତୋରାଁ - ସେପ୍ଟେମ୍ବର 1ଠାରୁ କର୍ଣ୍ଣାଟକରେ ରେଷ୍ଟୋରାଁ ସେବା ଆରମ୍ଭ

ମଙ୍ଗଳବାର ଠାରୁ କର୍ଣ୍ଣାଟକରେ ବାର୍, ପବ୍, କ୍ଲବ୍ ଏବଂ ରେସ୍ତୋରାଁରେ 50 ପ୍ରତିଶତ ବସିବାର କ୍ଷମତା ସହିତ ମଦ ପରିବେଷଣ କରାଯିବ ବୋଲି କର୍ଣ୍ଣାଟକ ସରକାର ମଙ୍ଗଳବାର କହିଛନ୍ତି । ମାର୍ଚ୍ଚରୁ ପ୍ରଥମେ ଲକଡାଉନ୍ ଲାଗୁ ହେବା ପରଠାରୁ ମଦ ପରିବେଷଣ ଉପରେ ପ୍ରତିବନ୍ଧକ ରହିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରତିଷ୍ଠାନଗୁଡ଼ିକରେ କେବଳ ମତ ପାର୍ସଲ ନିଆଯିବାକୁ ଅନୁମତି ଦିଆଯାଇଥିଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରେଷ୍ଟୋରାଁକୁ ଯାଇ ଖାଇ ପାରିବେ ଲୋକେ
ରେଷ୍ଟୋରାଁକୁ ଯାଇ ଖାଇ ପାରିବେ ଲୋକେ
author img

By

Published : Sep 1, 2020, 6:55 PM IST

ବେଙ୍ଗାଲୁରୁ: ଲକଡାଉନ ହଟିବାର ଦୀର୍ଘଦିନ ବିତିଯିବା ପରେ ଏବେ ଧିରେ ଧିରେ ସମସ୍ତ ରାଜ୍ୟରୁ ପ୍ରତିବନ୍ଧକ ଉଠିବାରେ ଲାଗିଛି । ଏଣିକି ରେସ୍ତୋରାଁକୁ ଯାଇ ଖାଇ ପାରିବେ ଲୋକେ । ସେପ୍ଟେମ୍ବର 1 ବା ମଙ୍ଗଳବାର ଠାରୁ 50 ପ୍ରତିଶତ ବସିବା କ୍ଷମତା ସହ ବାର, ପବ, କ୍ଲବ ଏବଂ ରେସ୍ତୋରାଁ ଖୋଲିବାକୁ ଅନୁମତି ଦେଇଛନ୍ତି କର୍ଣ୍ଣାଟକ ସରକାର ।

ମାର୍ଚ୍ଚରୁ ପ୍ରଥମେ ଲକଡାଉନ୍ ଲାଗୁ ହେବା ପରଠାରୁ ମଦ ବିକ୍ରି ଉପରେ ପ୍ରତିବନ୍ଧକ ରହିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ହୋଟେଲ, ରେସ୍ତୋରାଁ ମାନଙ୍କରେ ପାର୍ସଲ ଦିଆଯିବା ଉପରେ ଅନୁମତି ଦିଆଯାଇଥିଲା । ସୂଚନା ଥାଉକି କୋଭିଡ -19 ପାଇଁ ଗୃହ ମନ୍ତ୍ରଣାଳୟ (MHA) ନିର୍ଦ୍ଦେଶାବଳୀ ଏବଂ ମାନକ ଅପରେଟିଂ ପ୍ରଣାଳୀ (SOPs) କୁ କଡାକଡି ଭାବରେ ପାଳନ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅବକାରୀ କମିଶନରଙ୍କ ନିର୍ଦ୍ଦେଶରେ ଆସାମ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ଭଳି ରାଜ୍ୟରେ ପୂର୍ବରୁ ଏଭଳି କୋହଳ କରାଯାଇସାରିଛି ।

କର୍ଣ୍ଣାଟକ ସରକାର ମେ’ ରେ ଏମଆରପି ଆଉଟଲେଟ୍ ମାଧ୍ୟମରେ ମଦ ବିକ୍ରିକୁ ଅନୁମତି ଦେଇଥିଲେ । ବାର୍, ମାଇକ୍ରୋବ୍ରେୱେରୀ, ପବ୍ ଏବଂ ଅନ୍ୟାନ୍ୟ ପାଇଁ ସେମାନଙ୍କର ଷ୍ଟକ୍ ସାରିବାକୁ ଅନୁମତି ଦିଆଗଲା । କିନ୍ତୁ ଇନ-ହାଉସ ସର୍ଭିସରୁ ଅନୁମତି ଦିଆଗଲା ନାହିଁ । ଯଦିଓ ଏହି ପ୍ରତିଷ୍ଠାନଗୁଡିକ ମଧ୍ୟରୁ ଅନେକ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି, ତଥାପି ସେମାନେ ମଧ୍ୟ ଆଶଙ୍କା ବ୍ୟକ୍ତ କରିଛନ୍ତି ଯେ ଏହି ବ୍ୟାପାରକୁ ନେଇ ବ୍ୟବସାୟକୁ କିଛି ସମୟ ଲାଗିପାରେ ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.