ETV Bharat / bharat

ଜାଣନ୍ତୁ; ଚାଇନିଜ୍ ଆପ୍ ବ୍ୟାନ ପଛରେ ସରକାରଙ୍କ ପ୍ରକୃତ ଉଦ୍ଦେଶ୍ୟ

author img

By

Published : Sep 3, 2020, 5:23 PM IST

ଦେଶର ସୁରକ୍ଷା ପ୍ରତି ବିପଦ କାରଣରୁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଅଧିନିୟମର 69A ଅନୁଯାୟୀ PUBG ମୋବାଇଲ୍ ସମେତ 118 ଟି ଚାଇନିଜ୍ ଆପ୍ ଭାରତରେ ନିଷେଧ କରାଯାଇଛି । ତେବେ ଏନେଇ କର୍ଣ୍ଣଲ୍ ଇନ୍ଦ୍ରଜିତ କହିଛନ୍ତି, ଯେ ଯେକୌଣସି ମୋବାଇଲ୍ ଆପ୍ ଆବଶ୍ୟକତାଠାରୁ ଅଧିକ ଅନୁମତି ଲୋଡିବା କେବଳ ବିପଜ୍ଜନକ ନୁହେଁ ବରଂ ଆର୍ଥିକ କିମ୍ବା ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର ।

ଚାଇନିଜ୍ ଆପ୍ ବ୍ୟାନ
ଚାଇନିଜ୍ ଆପ୍ ବ୍ୟାନ

ହାଇଦ୍ରାବାଦ: ଦେଶର ସୁରକ୍ଷା ପ୍ରତି ବିପଦ କାରଣରୁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଅଧିନିୟମର 69A ଅନୁଯାୟୀ PUBG ମୋବାଇଲ୍ ସମେତ 118 ଟି ଚାଇନିଜ୍ ଆପ୍ ଭାରତରେ ନିଷେଧ କରାଯାଇଛି । ଭାରତୀୟ ସାଇବର ସ୍ପେସର ସୁରକ୍ଷା, ନିରାପତ୍ତା ଓ ସାର୍ବଭୌମତ୍ବ ନିଶ୍ଚିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଲଦାଖ ଅଞ୍ଚଳରେ ଘାତକ ବିବାଦ ପରେ ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ।

ଚାଇନିଜ୍ ଆପ୍ ବ୍ୟାନ
ଚାଇନିଜ୍ ଆପ୍ ବ୍ୟାନ

ଭାରତ ସରକାର ଅନେକ ଖେଳ, କଳା, ଭିଡିଓ, ମେସେଜିଂ ଓ ଅନ୍ୟାନ୍ୟ ଚାଇନିଜ୍ ଆପକୁ ବ୍ୟାନ କରିଛନ୍ତି । ନିଷିଦ୍ଧ ଆପ୍ ତାଲିକାରେ PUBG ମୋବାଇଲ୍ ନୋର୍ଡିକ୍ ମାନଚିତ୍ର ଅନ୍ତର୍ଭୁକ୍ତ: ଲିଭିକ୍, PUBG ମୋବାଇଲ୍ ଲାଇଟ୍, କ୍ୟାମକାର୍ଡ, ବାଇଡୁ, କଟ୍ କଟ୍, ଭୋ, ଭି ଟେନ୍ସେଣ୍ଟ ୱେୟୁନ୍, ରାଇଜ୍ ଅଫ୍ କିଙ୍ଗସ୍, ଏବଂ ଜାକଜକ୍, ୱେଚ୍ ୱାର୍କ, ୱେଚ୍ ରିଡର୍, ଲୁଡୋ ୱାର୍ଲ୍ଡ, କ୍ଲିନର୍, ଆଲିପେ, ସାଇନା ନ୍ୟୁଜ୍, ଟିକଟକ ପାଇଁ ଭିପିଏନ୍, ଭାଲୋର ଆରେନା ଓ ଅନ୍ୟାନ୍ୟ ନିଷିଦ୍ଧ ମୋବାଇଲ୍ ଆପ୍ ମଧ୍ୟରେ ଅଛି ଯାହା ଡାଟା ଗୋପନୀୟତାକୁ ନେଇ ଚିନ୍ତାର କାରଣ ହୋଇଛି ।

କର୍ଣ୍ଣଲ ଇନ୍ଦ୍ରଜିତ ବ୍ୟାଖ୍ୟା କରିଛନ୍ତି ଯେ, ଯେତେବେଳେ ଆପଣ ମୋବାଇଲ୍ ଫୋନରେ ଆପ୍ ଡାଉନଲୋଡ୍ କରନ୍ତି, ସେତେବେଳେ କିଛି ଅନୁମତି ଆବଶ୍ୟକ ହୁଏ, ଯେପରିକି ବ୍ୟାଙ୍କର ପ୍ରାମାଣିକ ଆପ୍ ଆପଣଙ୍କ ବ୍ୟକ୍ତିଗତ ସୂଚନାକୁ ପ୍ରବେଶ କରିବାକୁ ଆବଶ୍ୟକ କରନ୍ତି । ଅନେକ ସୁରକ୍ଷା ବିଶେଷଜ୍ଞମାନେ ସୂଚାଇ ଦେଇଛନ୍ତି ଯେ ଡିଭାଇସରେ ସଂସ୍ଥାପିତ ଅଧିକାଂଶ ଆପ୍ ହ୍ୟାଣ୍ଡସେଟର କିଛି ଅପ୍ରାସଙ୍ଗିକ କାର୍ଯ୍ୟ କିମ୍ବା ବୈଶିଷ୍ଟ୍ୟ ପାଇଁ ଅନୁମତି ପାଇବାକୁ ଚେଷ୍ଟା କରନ୍ତି ।

ଚାଇନିଜ୍ ଆପ୍ ବ୍ୟାନ
ଚାଇନିଜ୍ ଆପ୍ ବ୍ୟାନ

କର୍ଣ୍ଣଲ୍ ଇନ୍ଦ୍ରଜିତ ଆହୁରି ମଧ୍ୟ କହିଛନ୍ତି ଯେ ଯେକୌଣସି ମୋବାଇଲ୍ ଆପ୍ ଆବଶ୍ୟକତାଠାରୁ ଅଧିକ ଅନୁମତି ଲୋଡିବା କେବଳ ବିପଜ୍ଜନକ ନୁହେଁ ବରଂ ଆର୍ଥିକ କିମ୍ବା ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର । ଏହାଦ୍ବାରା ଉପଭୋକ୍ତାଙ୍କୁ କ୍ଷତି ପହଞ୍ଚାଇବାର କ୍ଷମତା ରହିଛି । ଏହା ଆପଣଙ୍କ ବ୍ୟକ୍ତିଗତ କ୍ଷମତାର ଅପବ୍ୟବହାର କରିଥାଏ ।

  1. ମୁଖ୍ୟତଃ ସମସ୍ତ ଆପର ପ୍ରବେଶ ବିଷୟରେ ଯାଞ୍ଚ କରନ୍ତୁ । ମୋବାଇଲ୍ ଫୋନ୍ ପାଇଁ ଅନୁମତି ଆପକୁ ଆପଣଙ୍କର ଫୋନ୍ ନମ୍ବର, ସେଲ୍ ନେଟୱାର୍କ ସୂଚନା, କଲ୍ ସ୍ଥିତି, ଭଏସ୍ ମେଲ୍, VoIP କୁ ଆକ୍ସେସ୍ ଦେଇଥାଏ ଓ ଏହାକୁ କଲ୍ ଲଗ୍ ପଢିବା ଓ ଏଡିଟ୍ କରିବା ପାଇଁ ଅନୁମତି ଦେଇଥାଏ ।
  2. ଅନେକ ଦେଶରେ ଚାଇନିଜ୍ ଆପକୁ ବ୍ୟବହାର କରନ୍ତି ନାହିଁ କିନ୍ତୁ ଚାଇନିଜ୍ ମୋବାଇଲ୍ ବ୍ୟବହାର କରିଥାନ୍ତି । ତେବେ ଏହି ମୋବାଇଲରେ ପୂର୍ବରୁ ହିଁ ଅନେକ ଆପ୍ ରହିଥାଏ ।
  3. ଆଶ୍ଚର୍ଯ୍ୟର କଥା ଅନେକ ଚାଇନିଜ୍ ଆପ୍ ୟୁଜର୍ସଙ୍କ ଠାରୁ ଅନୁମତି ନେଇଥାଏ । ବଡି ସେନ୍ସର୍, କ୍ୟାମେରା, କ୍ୟାଲେଣ୍ଡର, କଣ୍ଟ୍ରାକ୍ଟସ୍, ଲୋକେସନ୍, ମାଇକ୍ରୋଫୋନ୍, ଫୋନ୍, ଏସଏମଏସ, ଷ୍ଟୋରେଜ୍ ଆଦି ପାଇଁ ଅନୁମତି ମାଗିଥାଏ ।
  4. ଅନୁମତି ପାଇବା ଦ୍ବାରା ଆପ୍ ଗୁଡିକ ଆପଣଙ୍କ ନିଜସ୍ବ ଡାଟା ବ୍ୟବହାର କରିବାରେ ସକ୍ଷମ ହୋଇଥାଏ ।
  5. କୌଣସି ବି ଖରାପ୍ ଆପ୍, ଆପଣଙ୍କ ଏହି ସବୁ ସୂଚନା ପାଇବା ପରେ ଆପଣଙ୍କ ବ୍ୟକ୍ତିଗତ ଡାଟା ବ୍ୟବହାର କରିଥାଏ । ତେଣୁ ଡାଟା ଚୋରି ହେବାର ଅନେକ ସୁଯୋଗ ରହିଛି ।

ଜୁଲାଇ ମାସରୁ ଚାଇନିଜ୍ ଆପ୍ ବ୍ୟାନ କଲା ଦିନଠାରୁ ପବଜି ବ୍ୟାନ ହେବାର ଆଶଙ୍କା ଲାଗିରହିଥିଲା । ପ୍ରଥମେ ଟିକଟକ୍ ସମେତ 59ଟି ଚାଇନିଜ୍ ଆପକୁ ବ୍ୟାନ କରାଯାଇଥିଲା । କର୍ଣ୍ଣଲ୍ ଇନ୍ଦ୍ରଜିତ୍ ଏନେଇ କହିଛନ୍ତି ଯେ, ଏହି ସମସ୍ତ ଆପ୍ ଭାରତୀୟଙ୍କ ଡାଟା ଚୋରି କରୁଥିଲା । ଏହି ଆପ୍ ଗୁଡିକ ଡାଟା ସଂଗ୍ରହ କରି ସେୟାର କରିଥାଏ । ଯାହା ଜାତୀୟ ସୁରକ୍ଷା ପ୍ରତି ଏକ ସାଂଘାତିକ ବିପଦ । ତେଣୁ ସରକାର ବର୍ତ୍ତମାନ ମୋଟ୍ ଉପରେ ପ୍ରାୟ 224ଟି ଆପକୁ ବ୍ୟାନ କରିସାରିଛନ୍ତି ।

କେବଳ ବ୍ୟାଟେଲ୍ ରୟାଲ୍ ଟାଇଟଲ୍ ଗେମ୍ PUBG ମୋବାଇଲ୍ ଚଳିତ 2020 ର ପ୍ରଥମାର୍ଦ୍ଧରେ 1.3 ବିଲିୟନ ଡ଼ଲାର୍ (ପ୍ରାୟ 9,731 କୋଟି) ଆୟ କରିଛି । ଏହା ଆଜୀବନ ସଂଗ୍ରହକୁ 3 ବିଲିୟନ ଡ଼ଲାର୍ (ପ୍ରାୟ 22,457 କୋଟି ଟଙ୍କା) ରେ ପହଞ୍ଚାଇଛି । PUBG ମୋବାଇଲ୍ କେବଳ 2020 ରେ 1.3 ବିଲିୟନ ଡଲାରର ଏକ ବିଶ୍ବସ୍ତରୀୟ ସଂଗ୍ରହ କରିଥିବା ବେଳେ ମାର୍ଚ୍ଚ 2020 ରେ PUBG ମୋବାଇଲ୍ ରାଜସ୍ବ ରେକର୍ଡ ସର୍ବାଧିକ 270 ନିୟୁତ ଡଲାରରେ ପହଞ୍ଚିଛି । ବିଶ୍ବରେ ପ୍ରାୟ 734 ବିଲିୟନ ଲୋକ ଗେମ୍ ଡାଉନଲୋଡ୍ କରିଛନ୍ତି ।

PUBG ଡାଉନଲୋଡରେ ଭାରତର ଭାଗିବାଦୀ 24 ପ୍ରତିଶତ ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଚାଇନା 16.7 ପ୍ରତିଶତ । ଏହାପରେ ଆମେରିକା 6.4 ପ୍ରତିଶତ । 2019 ମାର୍ଚ୍ଚରେ PUBG ଅହମ୍ମଦାବାଦ, ରାଜକୋଟ, ସୁରାଟ, ଭଦୋଦରା, ଭାବନାନଗରରେ ବ୍ୟାନ ହୋଇସାରିଛି । ଏହାସହ ସ୍ଥାନୀୟ ପୋଲିସ PUBG ଖେଳୁଥିଲେ ଗିରଫ କରୁଥିବାର ବି ନଜିର୍ ରହିଛି । ଲକଡାଉନ୍ ସମୟରେ ଏହି ଗେମ ଡାଉନଲୋଡ ବଢିଛି । 2020 ପ୍ରଥାମର୍ଥରେ ଡାଉନଲୋଡର ମାତ୍ରା ବୃଦ୍ଧି ପାଇଛି । ଭାରତରେ ଗେମ୍ ବ୍ୟାନ ନହେବା ପାଇଁ ଅନେକ ଚେଷ୍ଟା କରିଛି । ଏପରିକି ଗେମ୍ ଯେତେମାତ୍ରାରେ ଭାରତୀୟ ସଂସ୍କୃତି ଆପଣେଇବାକୁ ଚେଷ୍ଟା କରିଛି । ଏପରିକି ଗେମରେ ହିନ୍ଦୀ ଭାଷକୁ ମଧ୍ୟ ଅଗ୍ରାଧିକାର ଦିଆଯାଇଥିଲା ।

ପ୍ରଥମେ 59ଟି ଚାଇନିଜ୍ ଆପ୍ ବ୍ୟାନ ହେବା ପରେ ସରକାରଙ୍କ ମଧ୍ୟରେ PUBG ବ୍ୟାନ ପାଇଁ ଅନେକ କଳ୍ପନାଜଳ୍ପନା ଲାଗିରହିଥିଲା । ଅନେକ ଥର ଏହାକୁ ଆଲୋଚନା କରାଯାଇଥିଲା । ଏହି ଗେମ୍ ଖେଳିବା ଦ୍ବାରା ପଡୁଥିବା ମାନସିକ ପ୍ରଭାବ ବିଷୟରେ ମଧ୍ୟ ଆଲୋଚନା କରାଯାଉଥିଲା । PUBG ର ଉଭୟ ପିସି ଓ ମୋବାଇଲ ପାଇଁ ଡିଜାଇନ୍ କରାଯାଇଥିବା ବେଳେ ଭାରତରେ କେବଳ PUBG ମୋବାଇଲକୁ ବ୍ୟାନ କରାଯାଇଛି କାରଣ ମୋବାଇଲ୍ ଭର୍ସନ ଚୀନରେ ନିର୍ମାଣ କରାଯାଇଥିବାରୁ ଏହା ଡାଟା ଚୋରି କରୁଥିବାର ଅଧିକ ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.