ETV Bharat / bharat

ଚଳିତ ସପ୍ତାହରେ ଲଗାତାର ତିନି ଦିନ ବନ୍ଦ ରହିବ ବ୍ୟାଙ୍କ, ସାରି ନିଅନ୍ତୁ ଜରୁରୀ କାମ

author img

By

Published : Dec 21, 2020, 6:19 PM IST

ଚଳିତ ସପ୍ତାହରେ ଲାଗାତର ତିନି ଦିନ ବନ୍ଦ ରହିବ ବ୍ୟାଙ୍କ । ଡିସେମ୍ବର 25(ଶୁକ୍ରବାର) ଖ୍ରୀଷ୍ଟମାସ ପଡୁଥିବାବେଳେ 26 ଡିସେମ୍ବର ହେଉଛି ଚତୁର୍ଥ ଶନିବାର । ଏହାପରେ ରବିବାର ସାପ୍ତାହିକ ଛୁଟି ।

ଚଳିତ ସପ୍ତାହରେ ଲଗାତାର ତିନି ଦିନ ବନ୍ଦ ରହିବ ବ୍ୟାଙ୍କ, ସାରି ନିଅନ୍ତୁ ଜରୁରୀ କାମ
ଚଳିତ ସପ୍ତାହରେ ଲଗାତାର ତିନି ଦିନ ବନ୍ଦ ରହିବ ବ୍ୟାଙ୍କ, ସାରି ନିଅନ୍ତୁ ଜରୁରୀ କାମ

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ଲଗାତର ତିନି ଦିନ ବନ୍ଦ ରହିବ ବ୍ୟାଙ୍କ । ତେଣୁ ଯଦି ଆପଣଙ୍କର କୌଣସି ଜରୁରୀ କାର୍ଯ୍ୟ ରହିଛି, ତେବେ ଗୁରୁବାର ସୁଦ୍ଧା ଏହାକୁ ସାରିଦିଅନ୍ତୁ ।

ପ୍ରତ୍ୟେକ ମାସରେ ଦ୍ବିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିଥାଏ । ତେବେ ଏଥର 26 ଡିସେମ୍ବର ହେଉଛି ଚତୁର୍ଥ ଶନିବାର । ଏହାପରେ ରବିବାର ସାପ୍ତାହିକ ଛୁଟି । ପୁଣି ସେପଟେ 25 ଡିସେମ୍ବର ଖ୍ରୀଷ୍ଟମାସ ପଡୁଥିବାରୁ ଶୁକ୍ରବାର ମଧ୍ୟ ବ୍ୟାଙ୍କ ଛୁଟି । ଫଳରେ ଲଗାତାର ତିନି ଦିନ ଛୁଟି ରହିବ ବ୍ୟାଙ୍କ । ତେଣୁ ଯଦି କୌଣସି ଜରୁରୀ କାର୍ଯ୍ୟ ରହିଛି, ତେବେ ଏହାକୁ ଗୁରୁବାର ସୁଦ୍ଧା ସାରି ଦିଅନ୍ତୁ । ତେବେ ଆଗାମୀ ସପ୍ତାହରେ ନୂଆବର୍ଷ ଆରମ୍ଭ ହେବା ସହ ନୂଆ ନୂଆ ନିୟମ ମଧ୍ୟ ଲାଗୁ ହେବ ।

ଡିସେମ୍ବର 31 ମଧ୍ୟ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ । ତେଣୁ ଯଦି ଆପଣ ବ୍ୟାଙ୍କରୁ ଏକ ଡକ୍ୟୁମେଣ୍ଟ୍ ଆବଶ୍ୟକ କରନ୍ତି କିମ୍ବା ଅନ୍ୟ କୌଣସି ଜରୁରୀ କାର୍ଯ୍ୟ ରହିଥାଏ ତେବେ ଏହାକୁ ତୁରନ୍ତ ସାରିଦେବା ସଠିକ୍ ହେବ । କେବଳ ଆୟକର ରିଟର୍ଣ୍ଣ ପାଇଁ ଆପଣଙ୍କୁ ବ୍ୟାଙ୍କ ଷ୍ଟେଟମେଣ୍ଟ, ସୁଧ ଆୟର ପ୍ରମାଣପତ୍ର, ଆପଣଙ୍କ ବ୍ୟାଙ୍କରୁ ଫର୍ମ ଭଳି ଅନେକ ପ୍ରକାରର ଡକ୍ୟୁମେଣ୍ଟ ନେବାକୁ ପଡିପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.