ETV Bharat / bharat

ଭାରତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା

author img

By

Published : Oct 3, 2019, 12:29 PM IST

Updated : Oct 3, 2019, 12:54 PM IST

ଭାରତରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା । 4 ଦିନିଆ ଭାରତ ଗସ୍ତରେ ଆସିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ । ଏହି ସମୟରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ଭେଟଘାଟର ରହିଛି କାର୍ଯ୍ୟକ୍ରମ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୂଆଦିଲ୍ଲୀ: ଭାରତରେ ପହଞ୍ଚିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା । 4 ଦିନିଆ ଭାରତ ଗସ୍ତରେ ଅଛନ୍ତି ବାଲାଂଦେଶ ପ୍ରଧାନମନ୍ତ୍ରୀ । ଗୁରୁବାର ସେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ତେବେ ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ସୁଦୃଢ କରିବ ବୋଲି କୁହାଯାଉଛି ।

ଏହି ଗସ୍ତ ସମୟରେ ସେ ପ୍ରଥମେ ନୂଆଦିଲ୍ଲୀରେ ହେଉଥିବା ଇଣ୍ଡିଆନ ଇକୋନୋମିକ ସମିଟ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । 4 ଦିନିଆ ଗସ୍ତରେ ତାଙ୍କର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ମଧ୍ୟ ସାକ୍ଷାତ ହେବାର କାର୍ଯ୍ୟକ୍ରମ ରହିଛି । ଅକ୍ଟୋବର 5ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ଦ୍ବିପାକ୍ଷିକ ଆଲୋଚନା କରିବେ ଖେଖ୍‌ ହସିନା ।

ଉଭୟ ଭାରତ ଓ ବାଂଲାଦେଶରେ ସାଧାରଣ ନିର୍ବାଚନ ପରେ ଏହା ଶେଖ୍‌ ହସିନାଙ୍କର ପ୍ରଥମ ଭାରତ ଗସ୍ତ । ଯେଉଁଥିରେ ଅନେକ ଦ୍ବିପାକ୍ଷିକ ଚୁକ୍ତି ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି ।

Intro:Body:Conclusion:
Last Updated : Oct 3, 2019, 12:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.