ETV Bharat / bharat

ଆସନ୍ତାକାଲିଠୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଚାରିଦିନିଆ ଭାରତ ଗସ୍ତ - ବାଙ୍ଗଲାଦେଶ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

ଅକ୍ଟୋବର 3ରୁ 6 ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସୁଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା । ଏହି ଅବସରରେ ଯୋଗାଯୋଗ, ସଂସ୍କୃତି, ନିବେଶକୁ ନେଇ ଉଭୟ ଦେଶ ମଧ୍ୟରେ ଅନେକ ଚୁକ୍ତି ସ୍ବାକ୍ଷରିତ ହେବ ।

ଫାଇଲ ଫଟୋ
author img

By

Published : Oct 2, 2019, 12:38 PM IST

ନୂଆଦିଲ୍ଲୀ: ଚାରିଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା । ଦୁଇ ଦେଶ ମଧ୍ୟରେ ଥିବା ସମ୍ବନ୍ଧକୁ ଅଧିକ ସୁଦୃଢ କରିବା ଏହି ଗସ୍ତର ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ରକ୍ଷା କରି ସେ ଭାରତ ଗସ୍ତରେ ଆସୁଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜଣାଇ ଦିଆଯାଇଛି ।

ଭାରତ ଗସ୍ତ ସମୟରେ ଶେଖ ହସୀନା ଓ୍ବାର୍ଲଡ ଇକୋନୋମିକ ଫୋରମ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଯୋଗଦେବେ । ଅକ୍ଟୋବର 5ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ଶେଖ ହସୀନା ।

ଏହି ଅବସରରେ ଦୁଇଦେଶ ମଧ୍ୟରେ ଅନେକ ଚୁକ୍ତି ସ୍ବାକ୍ଷରିତ ହେବା ସହ ଉଭୟ ଭାରତ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ତିନୋଟି ଦ୍ବିପାକ୍ଷିକ ପ୍ରକଳ୍ପର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଉଭୟ ଦେଶ ମଧ୍ୟରେ ରୋହିଙ୍ଗ୍ୟା ଓ ତୀସ୍ତା ନଦୀ ଜଳ ବଣ୍ଟନ ଉପରେ ଆଲୋଚନା ହେବାର ରହିଛି । ଯୋଗାଯୋଗ, ସଂସ୍କୃତି, ନିବେଶକୁ ନେଇ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK  FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.