ETV Bharat / bharat

'CAA-NRC ଭାରତର ଆଭ୍ୟନ୍ତରୀଣ ମାମଲା, କିନ୍ତୁ...'

author img

By

Published : Jan 19, 2020, 4:57 PM IST

ସିଏଏର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ଜାଣନ୍ତୁ ଏନେଇ ସେ କ'ଣ କହିଛନ୍ତି...

bangladesh PM sheikh-hasina
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କହିଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା। ଅନ୍ୟପକ୍ଷେ ସିଏଏର ଆବଶ୍ୟକତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସେ।

ଏକ ବିଦେଶୀ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ସିଏଏ ଉପରେ ମତ ରଖି କହିଛନ୍ତି ଯେ, ଭାରତ ସରକାର ଏଭଳି କାହିଁକି କଲେ ତାହା ବୁଝିବା କଷ୍ଟକର। କାରଣ ଏହି ଆଇନର କୌଣସି ଆବଶ୍ୟକତା ନଥିଲା । ବର୍ତ୍ତମାନ ସୁଦ୍ଧା ଭାରତ ପଟୁ କୌଣସି ପ୍ରତ୍ୟାବର୍ତ୍ତନ ହେବାକୁ ଶରଣାର୍ଥୀଙ୍କ ରେକର୍ଡ ମିଳିନାହିଁ। ହେଲେ ଏହା ଦ୍ବାରା ଅନେକ ଭାରତୀୟଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ଏହା ତାଙ୍କର ଆଭ୍ୟନ୍ତରୀଣ ମାମଲା ବୋଲି କହିଛନ୍ତି ଶେଖ ହସିନା।

ସେ ଆହୁରି କହିଛନ୍ତି ଯେ, ସିଏଏ ଏବଂ ଏନଆରସି ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି ବାଂଲାଦେଶ ମଧ୍ୟ ସର୍ବଦା ବିଚାର କରିଆସିଛି। ୨୦୧୯ ଅକ୍ଟୋବରରେ ଭାରତ ସରକାର ମଧ୍ୟ ଏନଆରସିକୁ ନିଜର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି ମାନୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଅବଗତ କରାଇଥିଲେ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଖୁବ ଭଲ ରହିଛି, ତାହା ଆଗକୁ ମଧ୍ୟ ବଜାୟ ରହିବ।

ହସିନାଙ୍କ ଏହି ମନ୍ତବ୍ୟ ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଏ.କେ ଅବ୍ଦୁଲ ମୋମନ ଦେଇଥିବା ବୟାନର ସପ୍ତାହେ ପରେ ସାମ୍ନାକୁ ଆସିଛି। ମୋମନ ସିଏଏ ଏବଂ ଏନଆରସିକୁ ଭାରତର ଆଭ୍ୟନ୍ତରୀଣ ମାମଲା ବୋଲି କହିଥିଲା। ଏହା ସହିତ ସିଏଏ ଯୋଗୁଁ ଦେଶରେ ଦେଖାଦେଉଥିବା ଯେକୌଣସି ଅନିଶ୍ଚିତତାର ପ୍ରଭାବ ତା’ର ପଡୋଶୀ ଦେଶ ଉପରେ ପଡିବାର ସମ୍ଭାବନା ନେଇ ଚିନ୍ତା ପ୍ରକଟ କରିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.