ETV Bharat / bharat

‘ଜୟଶ୍ରୀରାମ’ ନାରା ଦେବାରୁ ବିଜେପି କର୍ମୀଙ୍କ ଉପରେ ଲାଠିଚାର୍ଜ - tmc

ପଶ୍ଚିମବଙ୍ଗର ଉତ୍ତର 24 ପରଗନା ଜିଲ୍ଲାର କାଚନାପାଡା ଅଞ୍ଚଳରେ ଜେପି କର୍ମୀଙ୍କ ଉପରେ ପୋଲିସର ଲାଠିଚାର୍ଜ । ‘ଜୟ ଶ୍ରୀରାମ’ ନାରା ଦେଇ ରାସ୍ତା ଅବରୋଧ କରିବାକୁ ପ୍ରୟାସ କରୁଥିଲେ ବିଜେପି କର୍ମୀ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 2, 2019, 2:27 PM IST

କୋଲକାତା: ପଶ୍ଚିମ ବଙ୍ଗରେ ‘ଜୟ ଶ୍ରୀରାମ’ ନାରା ଦେଉଥିବା ବିଜେପି କର୍ମୀଙ୍କ ଉପରେ ପୋଲିସର ଲାଠିଚାର୍ଜ । ଉତ୍ତର 24 ପରଗନା ଜିଲ୍ଲାର କାଚନାପାଡା ଅଞ୍ଚଳରେ ଶନିବାର ଘଟିଛି ଏଭଳି ଘଟଣା । ଏଠାରେ ଶାସକ ଦଳ ତୃଣମୂଳ କଂଗ୍ରେସର ବୈଠକ ଆରମ୍ଭ ହେବା ପୂର୍ବରୁ ବିଜେପି କର୍ମୀମାନେ ‘ଜୟ ଶ୍ରୀରାମ’ ନାରା ଦେଇ ରାସ୍ତା ଅବରୋଧ କରିବାକୁ ପ୍ରୟାସ କରୁଥିଲେ ।

ସୂଚନା ଅନୁସାରେ ଟିଏମସିର ବୈଠକ ହେବା ପୂର୍ବରୁ ଦଳୀୟ ନେତାମାନେ ଉକ୍ତ ମାର୍ଗ ଦେଇ ଆସୁଥିଲେ । ଏହି ସମୟରେ ବିଜେପି କର୍ମୀମାନେ ରାସ୍ତା ଅବରୋଧ କରିବାକୁ ଚେଷ୍ଟା କରୁଥିଲେ । ପୋଲିସ ତାଙ୍କୁ ରାସ୍ତାରୁ ହଟାଇବାକୁ ଚେଷ୍ଟା କଲେ ସୁଦ୍ଧା ବିଜେପି କର୍ମୀ ମାଡି ଆସୁଥିଲେ । ଉକ୍ତ ଭିଡକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ପକ୍ଷରୁ ତୁରନ୍ତ ବଳ ପ୍ରୟଗ କରାଯାଇ କାର୍ଯ୍ୟାନୁଷ୍ଠାନ ଜାରି କରାଗଲା ।

ଏନେଇ ଜଣେ ବିଜେପି କର୍ମୀଙ୍କ କହିଛନ୍ତି, ‘କାଚନାପାଡା ଥାନା ମୋରେସ୍ଥିତ ଯେଉଁ ପାର୍ଟି କାର୍ଯ୍ୟାଳୟ ରହିଛି ତାହା ବିଜେପି ନେତା ମୁକୁଲ ରାୟଙ୍କର ପୁଅ ଶୁଭ୍ରାଂଶୁ ରାୟଙ୍କର । ସେ ବିଜେପିରେ ଯୋଗ ଦେବା ପରେ ଟିଏମସି ଉକ୍ତ କାର୍ଯ୍ୟାଳୟକୁ ନିଜ ହାତକୁ କବଜା କରିବାକୁ ଚାହୁଁଛି । କିନ୍ତୁ ଏହା ଆମେ କରିବାକୁ ଦେବୁ ନାହିଁ ।’

ଏନେଇ ଅଗ୍ନିଶମ ବିଭାଗର ମନ୍ତ୍ରୀ ସୁଜିତ ବୋସ କହିଛନ୍ତି, ‘ବଙ୍ଗଳାରେ ମମତା ବାନାର୍ଜୀ ସରକାର ଜାରି ରହିବ । ବିଜୟ ଏବଂ ପରାଜୟ କେବଳ ଲୋକତନ୍ତ୍ରରେ ହେବ । ଲୋକେ ଜୟ ଶ୍ରୀରାମ ନାରା ଦେଇପାରିବେ । କାରଣ ଆମେ ସେହି ସଂସ୍କୃତିକୁ ବିଶ୍ବାସ କରୁ । କିନ୍ତୁ ଲୋକେ ଯଦି ଦୁର୍ବ୍ୟବହାର କରି ରାସ୍ତା ଅବରୋଧ କରିବେ ତେବେ ପୋଲିସ ମଧ୍ୟ ନିଜ କାମ କରିବାକୁ ବାଧ୍ୟ ହେବ ।’

Intro:Body:

fgdg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.