ETV Bharat / bharat

ଚାଇନିଜ ଆପ ନିଷେଧ ଘଟଣା: ପୁନଃବିଚାର କରିବାକୁ ନିବେଦନ କଲେ ରାଷ୍ଟ୍ରଦୂତ - Ban on 118 Chinese apps

ଭାରତ ଦ୍ୱାରା 118 ଟି ଚାଇନିଜ ମୋବାଇଲ୍ ଆପ ନିଷେଧ କରାଯିବା ପରେ ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ଏହାକୁ ବିରୋଧ କରୁଥିବା ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

ଚାଇନିଜ ଆପ ନିଷେଧ ଘଟଣା: ପୁନଃବିଚାର କରିବାକୁ ନିବେଦନ କଲେ ରାଷ୍ଟ୍ରଦୂତ

author img

By

Published : Sep 4, 2020, 1:27 AM IST

ନୂଆଦିଲ୍ଲୀ : ଭାରତ ଦ୍ୱାରା 118 ଟି ଚାଇନିଜ ମୋବାଇଲ୍ ଆପ ନିଷେଧ କରାଯିବା ପରେ ଭାରତରେ ଅବସ୍ଥାପିତ ଚୀନ ରାଷ୍ଟ୍ରଦୂତ ଏହାକୁ ବିରୋଧ କରୁଥିବା ପ୍ରକାଶ କରିଛନ୍ତି ।

ଦୂତାବାସର ମୁଖପାତ୍ର ଜି ରୋଙ୍ଗ ଗୁରୁବାର କହିଛନ୍ତି ଯେ, ସେମାନେ ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ଏବଂ ଭାରତ ସରକାରଙ୍କୁ ଏଥିରେ ସଂଶୋଧନ କରିବାକୁ ଅନୁରୋଧ କରିଛନ୍ତି । ୱାର୍ଲ୍ଡ ଟ୍ରେଡ ଅର୍ଗାନାଇଜେସନର ବିଭିନ୍ନ ଦେଶରେ ସମସ୍ତ ବଜାର ପାଇଁ ଏକ ଖୋଲା, ନିରପେକ୍ଷ ବ୍ୟବସାୟ ପରିବେଶକୁ ଏହା ଉଂଲ୍ଲଘନ କରୁଥିବା ସେ ଦର୍ଶାଇଛନ୍ତି ।

ମୁଖପାତ୍ର କହିଛନ୍ତି ଯେ, ଜାତୀୟ ସୁରକ୍ଷା ବାହାନାରେ ଚୀନର ବିଭିନ୍ନ କମ୍ପାନୀର ମୋବାଇଲ୍ ଆପ୍କୁ ବାରଣ କରିବାକୁ ଆମେ ଭାରତ ସରକାରଙ୍କୁ ବିରୋଧ କରୁଛୁ।ଏହା ସହ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ପାଇଁ ଭାରତ ଏକ ଉକୃଷ୍ଟ ସ୍ଥାନ ହୋଇଥିବା ବେଳେ ଏଠାରେ କାର୍ଯ୍ୟ କରୁଥିବା କମ୍ପାନୀଗୁଡିକ ନିଶ୍ଚିତ ଭାବରେ ସରକାରଙ୍କ ଆଇନ ଗୁଡିକୁ ଅନୁସରଣ କରିବା ଜରୁରୀ ବୋଲି ଭାରତ ପକ୍ଷରୁ ଦର୍ଶାଯାଇଛି ।

ଚାଇନିଜ୍ ଆପ୍ ଉପରେ ନିଷେଧାଦେଶ ସମ୍ପର୍କରେ ବୈଦେଶିକ ବିଭାଗ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗୁରୁବାର ଦିନ କହିଛନ୍ତି ଯେ, ଦେଶରେ କାର୍ଯ୍ୟ କରୁଥିବା ଡିଜିଟାଲ ଟେକ୍ନୋଲୋଜି କମ୍ପାନୀଗୁଡିକର ମନ୍ତ୍ରଣାଳୟ ଏବଂ ବିଭାଗ ଦ୍ବାରା ଜାରି କରାଯାଇଥିବା ନିୟମାବଳୀ ଓ ବିଶେଷ ଭାବରେ ଡାଟା ସୁରକ୍ଷା ଏବଂ ଗୋପନୀୟତାକୁ ଦୃଷ୍ଟି ଦେବାର ଦାୟିତ୍ବ ରହିଛି ।

ସୂଚନାଯୋଗ୍ୟ, ଗତ ବୁଧବାର ଦିନ ଭାରତ ସରକାର 118ଟି ଚାଇନା ମୋବାଇଲ ଆପ୍କୁ ନିଷେଧ କରିଛନ୍ତି । ଏହି ଆପ ଗୁଡିକ ଭାରତର ସାର୍ବଭୌମତ୍ବ ତଥା ଅଖଣ୍ଡତା, ଭାରତର ପ୍ରତିରକ୍ଷା, ରାଜ୍ୟର ସୁରକ୍ଷା ପାଇଁ ବିପଦ ହେଉଥିବା ଏହି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.