ଭୋପାଳ: ଶ୍ରୀଲଙ୍କା ବିସ୍ଫୋରଣକୁ ନେଇ ସତର୍କ ରହିବା ନେଇ ସେଠାରେ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହାପରେ ଏବେ ଭାରତରେ ମଧ୍ୟ ବୁର୍ଖା ଉପରେରୋକ ନେଇ ବୟାନ ଦେଇଥିଲେ ପ୍ରସିଦ୍ଧ ସଙ୍ଗୀତଜ୍ଞ ଜାଭେଦ ଅଖତର । ତେବେ ତାଙ୍କ ମନ୍ତବ୍ୟକୁ ନେଇ ଏବେ ଚାଲିଛି ଚର୍ଚ୍ଚା।
ତାଙ୍କର ମନ୍ତବ୍ୟ ହେଉଛି, ଯଦି ଦେଶରେ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଯାଉଛି ତେବେ ଓଢଣୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଉ। କିନ୍ତୁ ତାଙ୍କର ଏହି ବୟାନକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି। ବୁର୍ଖାର ବ୍ୟବହାର ମୋ ଘରେ ଥିବା ମହିଳା କେବେ କରୁଥିବା ମୁଁ ଦେଖିନାହିଁ। ମୋ ଘରେ ସମସ୍ତେ କର୍ମଜୀବୀ ମହିଳା । ତେଣୁ ବୁର୍ଖାର କେବେ ଆବଶ୍ୟକ ହୋଇନାହିଁ । ତେବେ ଇରାନରେ ଅଧିକ ସଂଖ୍ୟାରେ ମୁସଲମାନ ବାସ କରନ୍ତି ହେଲେ ସେମାନେ କେବେ ସେମାନଙ୍କ ମୁହଁ ଘୋଡାଇ ରଖନ୍ତି ନାହିଁ । ଭାରତରେ ବୁର୍ଖା ଉପରେ ରୋକ ଲଗାଯିବା ନେଇ ମୋର କିଛି ଆପତ୍ତି ନାହିଁ। କିନ୍ତୁ ରାଜସ୍ଥାନ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ରାଜସ୍ଥାନର ମହିଳାମାନଙ୍କ ମୁଣ୍ଡରେ ଓଢଣୀ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାନ୍ତୁ ।
ଶୁକ୍ରବାର ଜେଭେଦ ଟ୍ବିଟ କରି ସଫେଇ ଦେଇଛନ୍ତି ଯେ, କିଛି ଲୋକ ମୋର ବୟାନକୁ ଭିନ୍ନ ପ୍ରକାରେ ନେଇଛନ୍ତି। କିନ୍ତୁ ଏଥିରେ କିଛି ସମସ୍ୟା ନାହିଁ। ହେଲେ ଶ୍ରୀଲଙ୍କାରେ ଲୋକଙ୍କ ସୁରକ୍ଷା ପାଇଁ ଏପରି ବ୍ୟବସ୍ଥା କରାଯାଉଛି। କିନ୍ତୁ ଏପଟେ ମହିଳା ସଶକ୍ତିକରଣର ବି ଆବଶ୍ୟକତା ରହିଛି। ତେଣୁ ମହିଳାଙ୍କୁ ମୁହଁ ଘୋଡାଇବା ଜରୁରୀ । ସେ ଓଢଣୀ ହେଉ ଅବା ବୁର୍ଖା।