ନୂଆଦିଲ୍ଲୀ: ଭୀମ ଆର୍ମିର ମୁଖ୍ୟ ଚନ୍ଦ୍ର ଶେଖରଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ବିନା ସ୍ବୀକୃତିରେ ପ୍ରଦର୍ଶନ ମାର୍ଚ୍ଚ (ପଦଯାତ୍ରା) ବାହାର କରିଥିବାରୁ ଗିରଫ ହୋଇଥିଲେ ଚନ୍ଦ୍ର ଶେଖର । ଜାମିନ ଆବେଦନ ଖାରଜ ହେବା ପରେ ଚନ୍ଦ୍ର ଶେଖରଙ୍କୁ 14 ଦିନ ବିଚାର ବିଭାଗୀୟ ହେପାଜତରେ ତିହାର ଜେଲକୁ ପଠାଯାଇଛି ।
ଜାମା ମସଜିଦରୁ ବାହାରିଥିବା ପ୍ରଦର୍ଶନ ମାର୍ଚ୍ଚର ନେତୃତ୍ବ ନେଇଥିଲେ ଚନ୍ଦ୍ର ଶେଖର । ଦିଲ୍ଲୀ ପୋଲିସ ତାଙ୍କୁ ଶନିବାର ସକାଳେ ଜାମା ମସଜିଦ ଆଗରୁ ଗିରଫ କରିଥିଲା । ଚନ୍ଦ୍ର ଶେଖରଙ୍କ ଉପରେ ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ହେଉଥିବା ପ୍ରଦର୍ଶନ ସମୟରେ ଭଙ୍ଗାରୁଜା ଓ ହିଂସା ସୃଷ୍ଟି ଅଭିଯୋଗ ହୋଇଛି । ଚନ୍ଦ୍ର ଶେଖରଙ୍କ ସମେତ ଏହି ହିଂସାରେ ସାମିଲ ଅନ୍ୟ 20 ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।