ଡେରାଡୁନ: ସବୁ ପ୍ରତିକ୍ଷାର ଅନ୍ତ ଘଟିଛି। ଶେଷରେ ଘୋଷଣା ହେଲା ବଦ୍ରିନାଥ ଦ୍ବାର ଖୋଲିବାର ସମୟ। ଶୁଭ ମୁହୁର୍ତ୍ତ ସ୍ଥିର କରାଯାଇ ସହ ଚଳିତ ବର୍ଷ ଏପ୍ରିଲ 30 ତାରିଖ ସକାଳ 4.30ରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିରର ଦ୍ବାର ଖୋଲାଯିବ।
ଘୋଷଣା ହୋଇଥିବା ଦିନ ଶୁଭ କଳସୀକୁ ବ୍ରଦିନାଥ ଧାମକୁ ପଠାଯିବ। ଏହାସହ ଉକ୍ତ ଘଡିରେ ରାଶି ତେଲକୁ ଭଗବାନଙ୍କ ପୂଜା ପାଇଁ ପଠାଯିବ। ଯାହା ଭଗବାନଙ୍କ ଶୃଙ୍ଗାର ଓ ପୂଜା ଅର୍ଚ୍ଚନାରେ ବ୍ୟବହାର କରାଯିବ।
ଯୁଗ ଯୁଗ ଧିର ପ୍ରଚଳିତ ହୋଇଆସୁଥିବା ପରମ୍ପରା ଅନୁସାରେ ରାଶି ତେଲକୁ ତିହାରୀ ରାଜ ପରିବାର ସହ ସମ୍ପୃକ୍ତ ମହିଳା ମାନେ ନିଜ ହାତରେ ବାହାର କରିଥାନ୍ତି।