ETV Bharat / bharat

ନଭେମ୍ବର 19ରେ ବନ୍ଦ ହେବ ବଦ୍ରିନାଥ ମନ୍ଦିର ଦ୍ବାର

author img

By

Published : Oct 25, 2020, 5:37 PM IST

ଚଳିତ ବର୍ଷ ଶୀତକାଳ ପାଇଁ ଉତ୍ତରାଖଣ୍ଡରେ ଥିବା ପ୍ରସିଦ୍ଧ ବଦ୍ରିନାଥ ମନ୍ଦିର ଦ୍ବାରକୁ ନଭେମ୍ବର 19 ତାରିଖରୁ ବନ୍ଦ କରାଯିବ। ଏ ନେଇ ରବିବାର ଜ୍ୟୋତିଷ୍ୟ ଗଣନା ଅନୁଯାୟୀ ତାରିଖ ଘୋଷଣା କରାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

Badrinath temple will close on 19 november
ନଭେମ୍ବର 19ରେ ବନ୍ଦ ରହିବ ବଦ୍ରିନାଥ ମନ୍ଦିର

ଡେରାଡୁନ: ଶୀତକାଳ ପାଇଁ ରାଜ୍ୟର ପ୍ରସିଦ୍ଧ ବଦ୍ରିନାଥ ମନ୍ଦିରକୁ ନଭେମ୍ବର 19 ତାରିଖରେ ବନ୍ଦ କରାଯିବ। ବଦ୍ରିନାଥଙ୍କ ଦ୍ବାର ବନ୍ଦ ହେବା ପରେ ସରକାରଙ୍କ ବିନା ଅନୁମତିରେ ହନୁମାନ ଚଟ୍ଟୀର ଆଗକୁ କେହି ଯାଇପାରିବେ ନାହିଁ । ରବିବାର ବିଜୟାଦଶମୀ ଅବସରରେ ମନ୍ଦିରର ମଣ୍ଡପରେ କବାଟ ବନ୍ଦ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାର ସୂଚନା ମିଳିଛି ।

ରବିବାର ସକାଳ 11ଟାରେ ବଦ୍ରି ବିଶାଳଙ୍କ ଜ୍ୟୋତିଷ୍ୟ ଗଣନା ପରେ ମନ୍ଦିର ଦ୍ବାର ବନ୍ଦ ହେବାର ତାରିଖ ସଂପର୍କରେ ଘୋଷଣା କରାଯାଇଥିଲା । ବଦ୍ରିନାଥର ଧର୍ମାଧିକାରୀ ବର୍ଦ୍ଧନ ଭୁବନ ଚନ୍ଦ୍ରଙ୍କ ଦ୍ବାରା ଜ୍ୟୋତିଷ ଗଣନା କରାଯାଇଥିଲା । ପୌରାଣିକ ପରମ୍ପରା ଅନୁଯାୟୀ ବିଜୟାଦଶମୀ ଅବସରରେ ଭଗବାନ ବଦ୍ରି ବିଶାଳଙ୍କ ଦ୍ବାର ବନ୍ଦ ହେବାର ତାରିଖ ଘୋଷଣା କରାଯାଇଥାଏ । ତେବେ ନଭେମ୍ବର 19 ତାରିଖ ସନ୍ଧ୍ୟା 3ଟା 35 ମିନିଟରେ ମନ୍ଦିର ବନ୍ଦ କରାଯିବ ।

ଭଗବାନ ବଦ୍ରିନାଥଙ୍କ ଦ୍ବାର ବନ୍ଦ ହେବାର ତାରିଖ ଘୋଷଣା କରିବା ଅବସରରେ ଚାରିଧାମ ଦେବସ୍ତାନମ ବୋର୍ଡର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବି. ଡି. ସିଂହ, ପୁରୋହିତ ଓ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.