ସିମଲା: ସେଓ ଚାଷୀଙ୍କ ସମସ୍ୟା ପାଲଟିଛି ରାସ୍ତା । ଚଳିତ ବର୍ଷ ପ୍ରବଳ ତୁଷାରପାତ କାରଣରୁ ଜିଲ୍ଲାରେ ବେଶ ଭଲ ସେଓ ଫସଲ ହୋଇଛି । ଏହାକୁ ନେଇ ଚାଷୀମାନେ ବେଶ ଖୁସି ପ୍ରକଟ କରିଛନ୍ତି । ଏହା ସହିତ ଚଷୀମାନେ ସେଓ ବିକ୍ରି ପାଇଁ ବିଭିନ୍ନ ମଣ୍ଡିକୁ ମଧ୍ୟ ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି । ମାତ୍ର ସେମାନଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି ରାସ୍ତା ।
ସିମଲାର ଠିୟୋଗ ଅଞ୍ଚଳର ଚାଷୀମାନେ ରାସ୍ତା ନଥିବାରୁ ସେଓଗୁଡ଼ିକୁ ମଣ୍ଡି ନିକଟରେ ପହଞ୍ଚାଇବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଗତ ଦିନରେ ପ୍ରବଳ ବର୍ଷା କାରଣରୁ ରାସ୍ତା ଧୋଇଯାଇଥିବା ବେଳେ ବର୍ତ୍ତମାନ ଯାତାୟତ ପାଇଁ ମୁଖ୍ୟ ସମସ୍ୟ ପାଲଟିଛି । ସେମାନେ ପାଦଚଲା ରାସ୍ତା ଦେଇ ଏହି ସେଓ ନେବାଆଣିବା କରୁଛନ୍ତି । ଫଳରେ ସମୟସୀମା ମଧ୍ୟରେ ମଣ୍ଡିରେ ଫଳ ଗୁଡ଼ିକ ପହଞ୍ଚି ପାରୁନଥିବାରୁ ଚାଷୀମାନେ ଅନେକ କ୍ଷତି ସହୁଛନ୍ତି । ସେପଟେ ପ୍ରଚୁର ପରିମାଣରେ ଚଳିତ ବର୍ଷ ଫଳିଥିବାରୁ ଏହାର ବଜାର ମୂଲ୍ୟ ମଧ୍ୟ କମ ଆସୁଥିବା କହିଛନ୍ତି ଚାଷୀମାନେ ।
ଏହାସହିତ ଶ୍ରମିକମାନଙ୍କୁ ନେଇ ମଧ୍ୟ ସମସ୍ୟାରେ ଚାଷୀମାନେ ପଡ଼ୁଥିବା କହିଛନ୍ତି । ଏହି ଫଳ ତୋଳା ସମୟରେ ଶ୍ରମିକ ମିଳୁନଥିବାରୁ ଚାଷୀମାନେ ମଧ୍ୟ ନିଜେ ତୋଳୁଛନ୍ତି । ଫଳରେ ଠିକ ସମୟରେ ଫଳ ତୋଳିପାରୁନଥିବାରୁ ଅଧିକାଂଶ ଫଳ ଗଛରେ ନଷ୍ଟ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ତେବେ ସମସ୍ୟା ଗୁଡ଼ିକୁ ନେଇ ଚାଷୀମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ସମସ୍ୟା ଗୁଡ଼ିକର ଖୁବ ଶୀଘ୍ର ସମାଧାନ କରିବାପାଇଁ ସେମାନେ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି ବୋଲି ସେ କହିଛନ୍ତି ।