ନୂଆଦିଲ୍ଲୀ: ଏୟାରଟେଲ ଗ୍ରାହକଙ୍କୁ ଝଟକା । ଚଳିତବର୍ଷ ଟେଲିକମ ଅପରେଟର ଭାରତୀ ଏୟାରଟେଲ ପକ୍ଷରୁ ଏପ୍ରିଲରେ ଆରମ୍ଭ ହୋଇଥିବା ସୁପରହିରୋ କାର୍ଯ୍ୟକ୍ରମକୁ ପରିବର୍ତ୍ତନ କରାଯାଇଛି। ଯାହାଦ୍ବାରା ଏଥିରେ ମିଳୁଥିବା ରିହାତି ସୁବିଧା ଆଉ ଗ୍ରାହକମାନେ ପାଇ ପାରିବେ ନାହିଁ । ଏହି ଏୟାରଟେଲ ସେବା ଅଧୀନରେ ଥିବା ଅନ୍ୟ ୟୁଜର୍ସମାନେ ମଧ୍ୟ ଲାଭ ଉଠାଉଥିଲେ । ଯେଉଁମାନେ ଅନ୍ୟ ଏୟାରଟେଲ ୟୁଜର୍ସଙ୍କ ଆକାଉଣ୍ଟ ରିଚାର୍ଜ କରୁଥିଲେ ।
ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ରିଚାର୍ଜ ଏହି ଉପାୟରେ କରାଗଲେ ଏଥିରେ 4 ପ୍ରତିଶତ ରିହାତି ମିଳୁଥିଲା । ତେବେ OnlyTech ର ଏକ ରିପୋର୍ଟରେ କୁହାଯାଇଛି ଯେ ଏୟାରଟେଲ ଏହି ରିହାତି ସୁବିଧାକୁ ବଦଳାଇ ଦେଇଛି।
ପୂର୍ବରୁ ମିଳୁଥିବା 4 ପ୍ରତିଶତ ରିହାତି ବର୍ତ୍ତମାନ ହ୍ରାସ କରିଦିଆଯାଇଛି । ଏହାସହ ଅନ୍ୟ କେତେକ ନୂଆ ପ୍ଲାନ ଗୁଡିକ ମଧ୍ୟ ରିହାତି କୁପନ ବିନା ଗ୍ରାହକଙ୍କୁ ଅଫର କରାଯାଉଛି । ତେବେ ସୁପରହିରୋ ପ୍ରୋଗାମକୁ କୋରୋନା ସଙ୍କଟ ସମୟରେ ଜାରି ହୋଇଥିବା ଲକଡାଉନକୁ ଦେଖି ଘୋଷଣା କରାଯାଇଥିଲା । ଯାହା ସାହାଯ୍ୟରେ ଉପଭୋକ୍ତାମାନେ ପରସ୍ପର ସହ ସଂଯୋଗ ହୋଇ ରହିବେ । ମାତ୍ର ନୂଆ ସୂଚନା ଅନୁସାରେ, ଏହି ପୋଗ୍ରାମରେ ଜଡିତ ଥିବା ଯୁଜର୍ସଙ୍କ ପାଇଁ ରିହାତି ଅଫର 4 ପ୍ରତିଶତରୁ 2 ପ୍ରତିଶତକୁ ହ୍ରାସ କରିଛି ।