ଶ୍ରୀନଗର: ରାଜ୍ୟର ଚାଷୀଙ୍କ ପାଇଁ ଥିବା ପ୍ରମୁଖ ପ୍ରଶିକ୍ଷଣ ସଂସ୍ଥା ତଥା ସବୁଜବନାନୀରେ ଭର୍ତ୍ତି ଉଦ୍ୟାନ ଏବେ ଶ୍ରୀହୀନ ହୋଇ ପଡ଼ିଛି । 2013 ମସିହାରେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏହାର ଅବସ୍ଥା ଏଭଳି ଶୋଚନୀୟ ଅବସ୍ଥାକୁ ଚାଲିଆସିଛି । ଏହି ଉଦ୍ୟାନରେ ଥିବା ଗ୍ରୀନ ହାଉସ ମଧ୍ୟ ଧ୍ବସ୍ତବିଧ୍ବସ୍ତ ଅବସ୍ଥାକୁ ଚାଲି ଆସିଛି । ସେପଟେ ଏହି ଉଦ୍ୟାନର ଗଛ ଗୁଡ଼ିକ ନଷ୍ଟ ହେବା କାରଣରୁ ପଶୁପକ୍ଷୀମାନେ ମଧ୍ୟ ଏଠାରେ ରାଜୁତି କରିବା ଆରମ୍ଭ ମଧ୍ୟ କରିଦେଇଛନ୍ତି ।
ଏହି ଉଦ୍ୟାନରେ ଉତ୍ତର ପ୍ରଦେଶ ସରକାରଙ୍କ ସହାୟତାରେ ଏହି ଉଦ୍ୟାନରେ ବିଭିନ୍ନ ପ୍ରକାର ଗଛ ଲଗାଯାଇଥିଲା । ଏପରିକି ଏଠାରେ ବିଭିନ୍ନ ପ୍ରକାର ଔଷଧୀୟ ଗଛ ମଧ୍ୟ ଲଗାଯାଇଥିଲା । ମାତ୍ର 2013 ମସିହାରେ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏଠାରେ ଉନ୍ନତୀକରଣର ପ୍ରକ୍ରିୟା ଧିମେଇ ଯାଇଥିବା ଦେଖିବାକୁ ମିଳିଛି । ସରକାରଙ୍କ ଅଣଦେଖା ଉନ୍ନୟନମୂଳକ କାର୍ଯ୍ୟକୁ ଆହୁରି ଧିମା କରିଦେଉଥିବା ଅଭିଯୋଗ ହୋଇଛି ।
ଏହାର ଉନ୍ନତି ପାଇଁ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଧ୍ବସ୍ତବିଧ୍ବସ୍ତ ଅବସ୍ଥାରେ ପଡ଼ିଥିବା ଏହି ପ୍ରଶିକ୍ଷଣ ସଂସ୍ଥାରେ କୃଷକମାନଙ୍କୁ ଆଉ ପ୍ରଶିକ୍ଷଣ ଦିଆଯାଇ ପାରୁନାହିଁ । ଏନେଇ ମଧ୍ୟ ଅଭିଯୋଗ କରିଛନ୍ତି କୃଷକମାନେ । ମାତ୍ର ଏହାକୁ ଅଣଦେଖା କରାଯାଉଥିବା କହିଛନ୍ତି ସେମାନେ ।
ଉକ୍ତ ଉଦ୍ୟାନ ତଥା ପ୍ରଶିକ୍ଷଣ ସଂସ୍ଥାର ଇନଚାର୍ଜ ପୁରୁଷୋତ୍ତମ ବଡୋନୀ କହିଛନ୍ତି କି, ଏହି ଉଦ୍ୟାନ ଉନ୍ନତିକରଣ କରାଗଲେ ଅନେକ ପ୍ରକାରର ଗଛ ଏଠାରେ ଲଗାଯାଇପାରିବ । ଏହି ଉଦ୍ୟାନ ସ୍ଥାନୀୟ ଋଷିକେଶ, ଜମ୍ମୁ କାଶ୍ମୀର ଏବଂ ଗଢଓ୍ବାଲ ଅଞ୍ଚଳର ଏକ ମାତ୍ର ପ୍ରଶିକ୍ଷଣ ସ୍ଥାନ ରହିଛି । ଏଠାରେ କୃଷକମାନଙ୍କୁ ଆଧୁନିକ କୃଷି ପ୍ରଣାଳୀ ସମ୍ପର୍କରେ ତାଲିମ ଦିଆଯାଇଥାଏ ବୋଲି ସେ ସୂଚନା ଦେଇଥିଲେ ।
ସେହିପରି ଏନେଇ ବିଭାଗକୁ ସୂଚନା ଦିଆଯାଇଛି । ବିଭାଗର ସୂଚନା କର୍ମଚାରୀମାନେ କହିଛନ୍ତି ଏ ସମ୍ପର୍କରେ ଆମକୁ ସୂଚନା ମିଳିଛି । ଏହାର ଉନ୍ନତୀକରଣ ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଏହାର ଉନ୍ନତି ହେଲେ କୃଷକମାନଙ୍କୁ ଅନେକ ଫାଇଦା ହେବ ବୋଲି ସେମାନେ କହିଛନ୍ତି ।