ETV Bharat / bharat

କେଜ୍ରିଓ୍ବାଲଙ୍କ ଶପଥ ଗ୍ରହଣରେ ସାମିଲ ହେବେ ‘ବେବି ମଫଲର ମ୍ୟାନ’ - swearing in ceremony of Arvind Kejriwal

ଅରବିନ୍ଦ କେଜ୍ରିଓ୍ବାଲଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ଯାଉଛନ୍ତି ଏହି ବେବି ମଫଲର ମ୍ୟାନ । ଆପ୍ ଦେଇଛିି ନିମନ୍ତ୍ରଣ । ଅଧିକ ପଢନ୍ତୁ...

କେଜ୍ରିଓ୍ବାଲଙ୍କ ଶପଥ ଗ୍ରହଣରେ ସାମିଲ ହେବେ ବେବି ମଫଲର ମ୍ୟାନ

author img

By

Published : Feb 13, 2020, 11:06 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ଦିନ ସବୁ ଗଣମାଧ୍ୟମରେ ବେଶ ଚର୍ଚ୍ଚାରେ ରହିଥିଲା ଜଣେ ଛୋଟିଆ ପିଲା । ମତଗଣନାର ଅବ୍ୟବହିତ ପୂର୍ବରୁ ଏହି ଛୋଟ ବାଳକ ଜଣକ କାନ୍ଧରେ ମଫଲର ଓ ମୁଣ୍ଡରେ ଆମ ଆଦମି ପାର୍ଟିର ଟୋପି ପିନ୍ଧିଥିବାର ନଜର ଆସିଥିଲା । ସାରା ଦିନ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲିଟିଥିଲା ସେ । ତେବେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ଯାଉଛନ୍ତି ଏହି ବେବି ମଫଲର ମ୍ୟାନ ।

ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବହୁମତରେ ବିଜୟଲାଭ କରିଥିବା ଆମ ଆଦମି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବାକୁ ଯାଉଛନ୍ତି । ରବିବାର ଦିଲ୍ଲୀର ଐତିହାସିକ ରାମଲୀଲା ମୈଦାନରେ ଅନୁଷ୍ଠିତ ହେବ ଏହି ଶପଥ ଗ୍ରହଣ ସମାରୋହ । କେଜ୍ରିଓ୍ବାଲଙ୍କ ଶପଥ ଗ୍ରହଣରେ କୌଣସି ବଡ ନେତା କିମ୍ବା ମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇ ନଥିବା ବେଳେ ଏଥିରେ ସାମିଲ ହେବାକୁ ଶିଶୁ କେଜ୍ରିଓ୍ବାଲ ତଥା ବେବି ମଫଲର ମ୍ୟାନଙ୍କୁ ନିମନ୍ତ୍ରଣ କରାଯାଇଛି । ଆମ ଆଦମି ପାର୍ଟିର ଟ୍ବିଟର ହ୍ୟାଣ୍ଡେଲ ଯୋଗେ ଏ ନେଇ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.