ETV Bharat / bharat

ଜନ୍ମନେଲା 3 ପାଦ ବିଶିଷ୍ଟ ବିଚିତ୍ର ଶିଶୁ, ଦେଖିବା ପାଇଁ ପ୍ରବଳ ଭିଡ

author img

By

Published : Oct 6, 2020, 7:38 PM IST

ଉତ୍ତର ପ୍ରଦେଶରେ ଜନ୍ମ ନେଲା 3 ପାଦ ଥିବା ଶିଶୁ । ଖବର ପ୍ରଚାରିତ ପରେ ଦେଖିବା ପାଇଁ ଜମୁଛି ଭିଡ। ଏପଟେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଅଧିକ ପଢନ୍ତୁ

Baby born with 3 legs
Baby born with 3 legs

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ଗାଜୀପୁରରେ ଜନ୍ମ ନେଲା 3 ପାଦ ଥିବା ବିଚିତ୍ର ଶିଶୁ। ଜନ୍ମ ନେବା ପରେ ଶିଶୁକୁ ଦେଖିବା ପାଇଁ ଜମିଛି ଭିଡ । ବିରାନା ଥାନା ଅଞ୍ଚଳ ତିୟାରା ଗାଁରେ ଶିଶୁଟି ଜନ୍ମ ନେଇଛି। କିଛି ଲୋକ ଶିଶୁକୁ ଭଗବାନଙ୍କ ଅବତାର ବୋଲି ମଧ୍ୟ ବିଚାର କରି ପୁଜାପାଠ ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି।

ଗାଜିପୁର ଅଧିନ ତିୟାରା ଗ୍ରାମ ନିବାସୀ ବିବେକାନନ୍ଦ ଓ ପ୍ରିୟଙ୍କା ଦେବୀ ଏହି ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣା ପଡିଛି । ଦମ୍ପତିଙ୍କ ଏହି ଶିଶୁଟି ଦ୍ବିତୀୟ ସନ୍ତାନ ବୋଲି ଜଣା ପଡିଛି। ଶିଶୁଟି ଜନ୍ମ ହେବା ପରେ ତାର 3 ଟି ପାଦ ଥିବା ଜଣା ପଡିଥିଲା । ଏହି ପ୍ରକାର ଶିଶୁ ଅଧିକ ଦିନ ଜୀବିତ ରହିପାରିବେ ନାହିଁ ବୋଲି କିଛି ମତ ଦେଉଥିବା ବେଳେ ଆଉ କିଛି ଶିଶୁଟିର ଅସ୍ତ୍ରୋପଚାର କରିବା ନିହାତି ଆବଶ୍ୟକ ବୋଲି ମଧ୍ୟ କହୁଛନ୍ତି । ଶିଶୁର ପିତା ଶ୍ରମିକ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅର୍ଥ ନାହିଁ। ତେବେ କିଛି ସହୃଦୟ ବ୍ୟକ୍ତି ଆର୍ଥିକ ସହାୟତାର ହାତ ବଢାଇଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.