ETV Bharat / bharat

ଅଯୋଧ୍ୟା ରାୟ ପରେ ଧାର୍ମିକ ଗୁରୁଙ୍କ ସହ ଡୋଭାଲଙ୍କ ବୈଠକ

ଅଯୋଧ୍ୟା ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ସଦଭାବନା ବୈଠକ କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ।

author img

By

Published : Nov 10, 2019, 4:33 PM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଅଯୋଧ୍ୟା ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଦିଲ୍ଲୀ ସ୍ଥିତ ନିଜ ବାସଭବନରେ ସଦଭାବନା ବୈଠକ କରିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଏହି ବୈଠକରେ ହିନ୍ଦୁ ସଂଗଠନ ସମେତ ମୁସଲମାନ ସମାଜ ସହ ଜଡିତ ଧର୍ମଗୁରୁ ମଧ୍ୟ ଯୋଗ ଦେଇଥିଲେ । ପାଖାପାଖି 2 ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଦେଶର ଶାନ୍ତି ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ହୋଇଥିବା ଜଣା ପଡିଛି ।

ଅଲ ଇଣ୍ଡିଆ ମୁସଲିମ ମଜଲିସେ ମାଶାବରତର ଅଧ୍ୟକ୍ଷ ନବେଦ ହାମିଦ, ଅହଲେ ହଦୀଶ ଅଲ ଜମାତରୁ ଅଜଗତ ଅଲ୍ଲୀ ମେହନ୍ଦୀ ସଲ୍ଫି, ବାବା ରାମଦେବ, ଶିଆ ଧର୍ମଗୁରୁ କଲ୍ବେ ଜବ୍ବାଦ ସମେତ ପ୍ରାୟ 25 ଜଣ ବରିଷ୍ଠ ବ୍ୟକ୍ତି ଏହି ବୈଠକରେ ସାମିଲ ଥିଲେ ।

ସୂଚନାଯୋଗ୍ୟ ଯେ, , ଶନିବାର ସୁପ୍ରିମକୋର୍ଟରେ ବହୁ ପ୍ରତିକ୍ଷିତ ଅଯୋଧ୍ୟା ମାମଲାରେ ରାୟ ପ୍ରକାଶ ପାଇଛି । ବିବାଦୀୟ ୨.୭୭ ଏକର ଜମିରେ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେଇଛନ୍ତି। ଅନ୍ୟପକ୍ଷରେ ମସଜିଦ ନିର୍ମାଣ ପାଇଁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ୫ ଏକର ଜମି ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.