ETV Bharat / bharat

‘ସ୍ବାଧୀନତା ପରେ ଯାହା ଚାହୁଁଥିଲେ ଦେଶବାସୀ ତାହା ପାଇବେ’ - ଧାରା 370

ଦେଶ ବିଭାଜନ ସମୟରେ ଲୋକେ ଯାହା ଚାହୁଁଥିଲେ ତାହା ଖୁବଶୀଘ୍ର ହେବ ବୋଲି ଯୋଗ ଗୁରୁ ବାବା ରାମଦେବ କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 4, 2019, 11:44 PM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ବର୍ତ୍ତମାନ ସ୍ଥିତିକୁ ନେଇ ବଡ ବୟାନ ଦେଇଛନ୍ତି ଯୋଗଗୁରୁ ବାବା ରାମଦେବ । ଦେଶ ବିଭାଜନ ସମୟରେ ଲୋକେ ଯାହା ଚାହୁଁଥିଲେ ତାହା ଖୁବ୍‌ ଶୀଘ୍ର ହେବ ବୋଲି ସେ କହିଛନ୍ତି । ଏହା ସହିତ ଗୃହମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପରେ ଆସ୍ଥା ପ୍ରକଟ କରି ସେ କହିଛନ୍ତି, ଦେଶର ଏକତା ପାଇଁ ଧାରା 370 କୁ ହଟାଇବାର ଆବଶ୍ୟକତା ରହିଛି ।

ଜମ୍ମୁ-କାଶ୍ମୀର ପ୍ରସଙ୍ଗକୁ ନେଇ ପଚାରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ବାବା ରାମଦେବ କହିଛନ୍ତି, ଜମ୍ମୁ-କାଶ୍ମୀର ଆମର ଥିଲା ଏବଂ ରହିବ । ପାକିସ୍ତାନରୁ ଟଙ୍କା ଆଣି ଭାରତୀୟ ସେନା ଉପରେ ଆକ୍ରମଣ କରୁଥିବା ଲୋକଙ୍କର ବିନାଶ ହେବ ଏବଂ ପାକ୍‌ ଅଧିକୃତ କାଶ୍ମୀର ମଧ୍ୟ ଭାରତରେ ହେବ ।

ସେ ଆହୁରି କହିଛନ୍ତି, ଦେଶ ବିଭାଜନ ପରଠାରୁ କାଶ୍ମୀରରେ ଚାଲିଆସୁଥିବା ଧାରା 370 କୁ ମଧ୍ୟ ହଟାଯିବା ଉଚିତ । ଧାରା 370 ହଟାଇବା ଦିଗରେ ମୁଁ ସର୍ବଦା ସମର୍ଥନ କରିଆସୁଥିଲି ଏବଂ ଆଗକୁ ମଧ୍ୟ କରିବି । କାଶ୍ମୀରରେ ବସି ଦେଶର ଅପମାନ କରୁଥିବା ଲୋକଙ୍କୁ ଦେଶ ଛଡିବାକୁ ପଡିବ ।

ସୂଚନାଯୋଗ୍ୟ ଯେ, ସରକାର ଜମ୍ମୁ-କାଶ୍ମୀରରେ ଧାରା 370 କୁ ହଟାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ସରକାର ବଡ ସଂଖ୍ୟାରେ ସୈନ୍ୟ ବାହିନୀକୁ ରାଜ୍ୟରେ ମୁତୟନ କରିଛନ୍ତି ବୋଲି କୁହାଯାଉଛି । ତେବେ ସରକାର ଏଭଳି କିଛି ଯୋଜନା କରୁନାହାନ୍ତି ବୋଲି ରାଜ୍ୟପାଳ ସ୍ପଷ୍ଟ କରିଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.