ETV Bharat / bharat

ଅଡୁଆରେ ଆଜମ ଖାନ, କ୍ଷମା ନମାଗିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ

ମହିଳା ସାଂସଦଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ସପା ନେତା । ଏଥିପାଇଁ ତାଙ୍କୁ ସଂସଦରେ ସବୁ ଦଳର ନେତାଙ୍କ ସମ୍ମୁଖରେ କ୍ଷମା ମାଗିବାକୁ ପଡିବ । ନଚେତ୍ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

author img

By

Published : Jul 29, 2019, 10:56 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ମହିଳା ସାଂସଦଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଅଡୁଆରେ ସମାଜବାଦୀ ପାର୍ଟି(ଏସପି) ସାଂସଦ ଆଜମ ଖାନ । ଏଥିପାଇଁ ତାଙ୍କୁ ସଂସଦରେ ସବୁ ଦଳର ନେତାଙ୍କ ସମ୍ମୁଖରେ କ୍ଷମା ମାଗିବାକୁ ପଡିବ । ନଚେତ୍ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଚସ୍ପତି ଓମ୍ ବିର୍ଲା ସ୍ପଷ୍ଟ କରିଛନ୍ତି ।

ଗତ ଗୁରୁବାର ଲୋକସଭାରେ ଟ୍ରିପଲ ତଲାକ ବିଲ୍ ଉପରେ ଆଲୋଚନା ଚାଲିଥିବାବେଳେ ଆଜମ୍ ଖାନ୍ ବିଜେପି ସାଂସଦ ତଥା ଲୋକସଭା ଉପବାଚସ୍ପତି ରମା ଦେବୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ । ଉକ୍ତ ସମୟରେ ରମାଦେବୀ ବାଚସ୍ପତି ଓମ୍ ବିର୍ଲାଙ୍କ ଅନୁପସ୍ଥିତିରେ ଗୃହ କାର୍ଯ୍ୟ ପରିଚାଳନା କରୁଥିଲେ ।

ତେବେ ଆଜମଙ୍କ ଏହି ମନ୍ତବ୍ୟ ପରେ ଗୃହରେ ହଟ୍ଟଗୋଳ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଏବଂ ସବୁ ଦଳ ନେତା ତାଙ୍କର ଏହି ବୟାନ ପାଇଁ ଭୁଲ ମାଗିବାକୁ ଆଜମଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାନୁସାରେ, ଯଦି ଆଜମ ଖାନ୍ ନିଜେ ଏହି ମନ୍ତବ୍ୟ ପାଇଁ ଭୁଲ ନମାଗନ୍ତି, ତାହେଲେ ବାଚସ୍ପତି ତାଙ୍କୁ କିଛି ସମୟ ପାଇଁ ନିଲମ୍ବିତ କରିବାକୁ ନିଷ୍ପତ୍ତି ନେଇପାରନ୍ତି । ସେପଟେ ରମାଦେବୀଙ୍କ କହିବାନୁଯାୟୀ, ଅଶାଳୀନ ମନ୍ତବ୍ୟ ଦେବା ତାଙ୍କର ଏକ ବଦ ଅଭ୍ୟାସ । ଏଭଳି ଅଭ୍ୟାସ ପାଇଁ କେବଳ କ୍ଷମା ମାଗିବା ଯଥେଷ୍ଟ ନୁହେଁ ବରଂ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକ ରହିଛି । ଯଦ୍ବାରା ଭବିଷ୍ୟତରେ କେହିବି ଏମିତି ଅପଶଦ୍ଦର ପ୍ରୟୋଗ ନକରନ୍ତି ।

Intro:Body:

szgfhjhj

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.