ହାଇଦ୍ରାବାଦ: ଗତ ଡିସେମ୍ବର 11ତାରିଖରେ ଏକ ପ୍ରତିଷ୍ଠିତ ଇଂରାଜୀ ଖବର କାଗଜ ଭାରତରେ ସ୍ବାସ୍ଥ୍ୟବୀମାର ଅଭାବ ଯୋଗୁଁ ଗରୀବ ମାନେ ଅଧିକ ପ୍ରଭାବିତ ହେଉଛନ୍ତି ବୋଲି ଏକ ଗୁରୁତ୍ବପୂର୍ଣ୍ଣ ଖବର ଲେଖିଥିଲେ। ରିପୋର୍ଟଟି ନିକଟରେ ଜାରି ହୋଇଥିବା ଏନଏସଏସ75(2017-18)ର ସାମାଜିକ ସଙ୍କେତକୁ ନେଇ ଆଧାରିତ ଥିଲା । ତେବେ ଉଭୟ ସହର ଓ ଗ୍ରାମାଞ୍ଚଳରେ ଏପରି ସମସ୍ୟା ଦେଖାଦେଇଛି ।
ଏହି ଖବର ପ୍ରକାଶ ପାଇବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଡିସେମ୍ବର 10 ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଅଶ୍ବିନୀ ଚୌବେ ରାଜ୍ୟସଭାରେ ଏହାକୁ ନେଇ ମତ ରଖିଥିଲେ । ପ୍ରାୟ 65 ଲକ୍ଷ ରୋଗୀଙ୍କୁ କେନ୍ଦ୍ର ପ୍ରମୁଖ କାର୍ଯ୍ୟକ୍ରମ ଆୟୁଷ୍ମାନ ଭାରତ 9,549 କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ଡିସେମ୍ବର 5 ତାରିଖ ପର୍ଯ୍ୟନ୍ତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (PM-JAY) ଅଧିକ ସଂଖ୍ୟକ ଲୋକଙ୍କ ନିକଟରେ ପହଞ୍ଚିପାରିଛି ।
ଦୈନିକ ଖବରରେ ପ୍ରକାଶ ପାଇଥିବା ତଥ୍ୟ ଏବଂ ରାଜ୍ୟସଭାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମତ କେବଳ ଗୋଟିଏ ଗୋଟିଏ ସୂତ୍ର । ଯାହା ସ୍ବାସ୍ଥ୍ୟ ବୀମା ସମ୍ବନ୍ଧିତ ଦୁଇଟି ବିଷୟବସ୍ତୁକୁ ଆଗକୁ ଆଣିଥାଏ । ସରକାରଙ୍କର ଏହି ପ୍ରମୁଖ ଯୋଜନାର ଅର୍ଥକୁ ବୁଝିବା ଆବଶ୍ୟକ । ଏହା ଆଗକୁ ଆସୁଥିବା ସମସ୍ତ ଚ୍ୟାଲେଞ୍ଜକୁ ସାମନା କରି ପାରିବାର କ୍ଷମତା ରଖିଛି । 2018 ସେପ୍ଟେମ୍ବର 25 ତାରିଖରେ ପଣ୍ଡିତ ଦିନ ଦୟାଲ ଉପାଧ୍ୟୟଙ୍କ ଜନ୍ମଦିବସ ଅବସରରେ ଆୟୁଷ୍ମାନ ଭାରତର ଲଞ୍ଚ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବତନ୍ତ୍ରତା ଦିବସ ସମାରହୋରେ ଲାଲକିଲ୍ଲାରେ ଘୋଷଣା କରିଥିଲେ । ଏହାର ଉଦ୍ଦେଶ୍ୟ ହେଉଛି ଦେଶର 10.74 କୋଟିରୁ ଅଧିକ ଗରିବ ନାଗରିକମାନଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରିବା ।
ସରକାରଙ୍କ କହିବାନୁସାରେ ଏହା ଦୁନିଆର ସବୁଠାରୁ ବଡ ହେଲଥ କେୟାର୍ ଯୋଜନା,ଯେଉଁଥିରେ 50 କୋଟି ଲୋକଙ୍କୁ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ 5 ଲକ୍ଷ ଟଙ୍କାର ସହାୟତା ମିଳିବ । ନିକଟରେ ଏହି ଯୋଜନାକୁ ବର୍ଷେ ପୂରିଛି । ଫଳରେ ଆହୁରି ଅଧିକ ଚ୍ୟାଲେଞ୍ଜ ଆସୁଥିବା ଦେଖାଦେଇଛି । ଅତି ସତର୍କତାର ସହ ଏହାକୁ ସାମାନା କରିବାର ଆବଶ୍ୟକତା ରହିଛି । ଏକ ସୁସ୍ଥ ଭାରତ ନିର୍ମାଣ କରିବାର ଯାତ୍ରାରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ମାଇଲ ଖୁଣ୍ଟ ! ଏହାକୁ ନେଇ ପ୍ରତ୍ୟେକ ଭାରତୀୟ ଗର୍ବିତ । ମାତ୍ର ଏକ ବର୍ଷ ମଧ୍ୟରେ ଆୟୁଷ୍ମାନ ଭାରତ ମାଧ୍ୟମରେ 50 ଲକ୍ଷରୁ ଅଧିକ ନାଗରିକଙ୍କୁ ମାଗଣା ଚିକିତ୍ସାର ଲାଭ ମିଳିଛି । ଚିକିତ୍ସା ବ୍ୟତୀତ, ଏହି ଯୋଜନା ଅନେକ ଭାରତୀୟଙ୍କୁ ସଶକ୍ତ କରିଥିବା କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ଆୟୁଷ୍ମାନ ଭାରତକୁ ନେଇ ଚ୍ୟାଲେଞ୍ଜ:
ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (PM-JAY) ନେଇ ବର୍ଷକ ମଧ୍ୟରେ ବହୁ ଦୁର୍ନୀତି ସାମନାକୁ ଆସିଛି । ରାଜ୍ୟସଭାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ କିଛି ଡାକ୍ତରଖାନାକୁ ନୋଟିସ ପଠାଯାଇଛି । ଅଧିକାରୀଙ୍କ ସୂଚନା ଅନୁସାରେ, ପ୍ରାୟ 1200 ହସ୍ପିଟାଲ ଦୁର୍ନୀତିରେ ସାମିଲ ରହିଛି । ବର୍ତ୍ତମାନ ସୁଦ୍ଧା 376 ହସ୍ପିଟାଲରେ ଯାଞ୍ଚ ଶେଷ ହୋଇଛି । ଏମାନଙ୍କ ଭିତରୁ ପ୍ରାୟ 97ଟି ହସ୍ପିଟାଲରେ ଏହି ଯୋଜନାର ବ୍ୟବହାର ନେଇ ପ୍ରବନ୍ଧକ ଲଗାଯାଇଛି ।
ଦୁର୍ନୀତି ଓ ଭ୍ରଷ୍ଟାଚାର ଛଡା, ଘରୋଇ ହସ୍ପିଟାଲରୁ ସେବା ଫି’କୁ ନେଇ ଅଭିଯୋଗ ଆସଥିଲା । ବିଭିନ୍ନ ପ୍ରକାର ସେବା ନେଇ ରଖାଯାଇଥିବା ଦର ଖୁବ କମ ଥିବା ଅଭିଯୋଗ ଆଣିଥିଲା ଘରୋଇ ହସ୍ପିଟାଲ । ଏହି ଯୋଜନାରେ ଅନ୍ତର୍ଭୁକ୍ତ ପ୍ରାୟ 71 ପ୍ରତିଶତ ହସ୍ପିଟାଲରେ 25ରୁ କମ ବେଡ ରହୁଛି । ଯେଉଁଥିରେ କି ନନ-ସ୍ପେଶାଲ ଟ୍ରିଟମେଣ୍ଟ ଦିଆଯାଉଛି । ଘରୋଇ ହସ୍ପିଟାଲରେ ଏହି ସୁବିଧା ଉପଲବ୍ଧ ହେବା ଦ୍ବାରା ସାଧାରଣ ଜନତା ଅଧିକ ଲାଭ ଉଠାଇ ପାରିବେ । ଏହାଛଡା ସାର୍ବଜନୀନ ସାସ୍ଥ୍ୟ ପ୍ରଣାଳୀ ରୋଗୀଙ୍କୁ ଆକର୍ଷିତ କରୁଛି । ଭଭୟ ସରକାରୀ ଏବଂ ଘରୋଇ କ୍ଷେତ୍ରେ ସନ୍ତୁଳନ ରକ୍ଷା କରିବା ଦିଗରେ ଏହା କାର୍ଯ୍ୟକାରୀ ହେଉଛି ।
ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ (PM-JAY) ଅନ୍ତର୍ଗତ, 16,085 ଡାକ୍ତରଖାନାକୁ ତାଲିକାଭୁକ୍ତ କରାଯାଇଛି ଏବଂ 10 କୋଟିରୁ ଅଧିକ ଲୋକଙ୍କୁ ଇ-କାର୍ଡ ପ୍ରଦାନ କରାଯାଇଛି । ଆୟୁଷ୍ମାନ ଭାରତ ଅନ୍ତର୍ଗତ ସମଗ୍ର ଦେଶରେ ପାଖାପାଖି 17,150 ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟ କରୁଛି । ଏହି ଯୋଜନାକୁ କାର୍ଯ୍ୟକାରୀ କରିବାରେ ସହଯୋଗ କରୁଛି ଫିଡବ୍ୟାକ ସିଷ୍ଟମ । ଏହାଦ୍ବାରା ଅନେକ ସ୍ଥାନରେ ସେବାରେ ଅବହେଳା ହେଉନଥିବା ଦେଖାଯାଇଛି । ଏହିଯୋଜନା ଆଧାରରେ 2022 ସୁଦ୍ଧା 1,20,000 ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିବ ।
ଏହାସହ 1,50,000 ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ନିର୍ମାଣ ହୋଇସାରିଥିବ । ବର୍ତ୍ତମାନ ଖର୍ଚ୍ଚକୁ ସେହି ସମୟରେ ପୂରା କରିବା ପାଇଁ ଆର୍ଥିକ ବଜେଟ 5ପ୍ରତିଶତ କମ ହୋଇଯାଇଛି । ବିକାଶ ଦର 7ରୁ 8 ପ୍ରତିଶତ ରହିଛି । ଟାର୍ଗେଟରେ ପହଞ୍ଚିବା ପାଇଁ 2 ପ୍ରତିଶତ ଘରୋଇ ଉତ୍ପାଦ ଖର୍ଚ୍ଚ କରାଯାଇଥାଏ । ଅର୍ଥନୀତିର ଅବନତି ସମୟରେ ଯୋଜନାରେ ଅର୍ଥ ବିନିଯୋଗ କରିବା ଏକ ଚ୍ୟାଲେଞ୍ଜରେ ପରିଣତ ହୋଇଥାଏ ଭାରତର ସ୍ବାସ୍ଥ୍ୟ ସେବା ପଦ୍ଧତିକୁ 195 ଦେଶ ମଧ୍ୟରୁ 145 ତମ ସ୍ଥାନରେ ରଖାଯାଇଛି । ଯାହା ନିକଟରେ ଲାନସେଟ ନାମକ ଏକ ପତ୍ରିକାରେ ପ୍ରକାଶ ପାଇଛି । ବର୍ତ୍ତମାନ ଭାରତୀୟ ସ୍ବାସ୍ଥ୍ୟସେବା ପ୍ରଣାଳୀ ସିରିଆ, ଶ୍ରୀଲଙ୍କା, ଫିଲିପାଇନ୍ସ ଏବଂ ଉତ୍ତରକୋରିଆର ସ୍ଥିତି ଅପେକ୍ଷା ଭଲ ରହିଛି । ଏହାକୁ ଅଧିକ ଉନ୍ନତ କରିବା ନେଇ ଅଧିକ ଅର୍ଥର ଆବଶ୍ୟକତା ରହିଛି ।
2025 ସୁଦ୍ଧା ସାର୍ବଜନୀନ ସ୍ବାସ୍ଥ୍ୟ ଉପରେ ଜିଡିପି 2.5 ପ୍ରତିଶତ ବୃଦ୍ଧି ନେଇ ଭାରତ ସରକାରଙ୍କ ଲକ୍ଷ୍ୟ ରହିଛି । ଦେଶର ଆର୍ଥିକ ବିକାଶକୁ ବଜାୟ ରଖିବା ଏକ ବଡ ଚ୍ୟାଲେଞ୍ଜ ପାଲଟିଛି । ଶେଷରେ ଖର୍ଚ୍ଚ ଉପରେ ଅଧିକ ଧ୍ୟାନ ଦେବା ଉଚିତ । କାରଣ ଏହା ସବୁଠୁ ଅଧିକ ଗୁରୁତ୍ବ ରଖୁଛି । ପଲିସି ଏଲାଇଟ ଭାରତୀୟ ସ୍ବାସ୍ଥ୍ୟ ସେବାକୁ ସମ୍ବୋଦ୍ଧିତ କରିବା ନେଇ ଡିଜାଇନ ମାନ ତିଆରି କରିଥାନ୍ତି । ବିଶେଷ ଭାବେ ସାମାଜିକ,ଆର୍ଥିକ ଏବଂ ଜନସାଂଖ୍ୟିକୀୟ ଭାବେ ସ୍ବାସ୍ଥ୍ୟ ସେବା ଉପରେ ରଖାଯାଉଛି ନଜର ।
ଥାଇଲାଣ୍ଡର ୟୁନିଭର୍ସାଲ ହେଲଥ କେୟାରର ମଡେଲ ଭାରତ ଭଳି ଉନ୍ନତ ବିକଶିତ ଦେଶର ଠାରୁ କିଛି ଜ୍ଞାନ ଆହରଣ କରିବା ଉଚିତ । ଥାଇଲାଣ୍ଡର 68 ମିଲିଅନ ଜନସଂଖ୍ୟାରେ 927 ସରକାରୀ ଡାକ୍ତରଖାନା ଓ 393 ଘରୋଇ ହସ୍ପିଟାଲ ରହିଛି । ଏମାନଙ୍କ ଭିତରୁ 9.768 ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ 25,615 ଘରୋଇ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି । ବିଶ୍ବ ବ୍ୟାଙ୍କ ଅନୁସାରେ, ଥାଇଲାଣ୍ଡର ସ୍ବାସ୍ଥ୍ୟ ଯୋଜନାରେ 99.5 ପ୍ରତିଶତ ଲୋକ ସ୍ଥାନୀୟ ସ୍ବାସ୍ଥ୍ୟ ସେବା ପାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ