ETV Bharat / bharat

ହଜିନି ମାନବିକତା: ମାଲ ବୋଝେଇ ଟ୍ରଲିକୁ ରାସ୍ତା ପାରି କଲେ ଟ୍ରାଫିକ ପୋଲିସ

ଜଣେ ବ୍ୟୟସାଧିକ ବ୍ୟକ୍ତି ମାଲ ଲଦା ଟ୍ରଲି ଲଦି ରାସ୍ତା ପାର ହେବା ପାଇଁ କଷ୍ଟ କରୁଥିବା ସମୟରେ କାର୍ଯ୍ୟରତ ଟ୍ରାଫିକ ପୋଲିସଙ୍କ ଆଖି ଆଗରେ ପଡିଥିଲା । ଗୋଟିଏ ପଟେ ଏହି ବୟସ୍କ ବ୍ୟକ୍ତିଙ୍କୁ ରାସ୍ତା ପାର କରି ଟ୍ରାଫିକ ସମସ୍ୟକୁ ହଟାଇବା ସହ ପରପୋକାରିତା ଭାବନା ଦେଖାଇ ଉଦାହରଣ ସୃଷ୍ଟି କରିଛନ୍ତି ଟ୍ରାଫିକ ପୋଲିସ ଜଣକ । ଏ ଦୃଶ୍ୟ ହେଉଛି ଉତ୍ତର ପ୍ରଦେଶର ଅଯୋଧ୍ୟାର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ ଟ୍ବିଟର@upcoprahul
author img

By

Published : Jul 9, 2019, 1:12 PM IST

ଲକ୍ଷ୍ନୌ: ଏକ ଜନଗହଳିପୂର୍ଣ୍ଣ ଛକ । ମାଲ ଲଦା ଏକ ଟ୍ରଲିକୁ ଟାଣିଟାଣି ରାସ୍ତାର ଗୋଟିଏ ପଟରୁ ଅନ୍ୟ ପଟକୁ ନେଉଛନ୍ତି ଟ୍ରାଫିକ ପୋଲିସ ବାବୁ । ହେଲେ ଟ୍ରଲି ଚାଳକର କଣ କିଛି ଭୁଲ ହେଇ ଯାଇଥିବ ଆଉ ଚାଲାଣ କାଟିବା ପାଇଁ ଟ୍ରଲିକୁ ଭିଡି ଭିଡି ଅନ୍ୟପଟକୁ ନେଉଛନ୍ତି ବୋଧହୁଏ ଏହି ଟ୍ରାଫିକ ପୋଲିସ । ଆପଣ ଏମିତି ଭାବୁଛନ୍ତି , ହେଲେ ମାାତ୍ର କଥାଟା ସମ୍ପୂର୍ଣ୍ଣ ଓଲଟା । ଖାକି ପୋଷାକ ତଳେ ଥିବା ମଣିଷପଣିଆ, ମାନବ ଧର୍ମ, ଦାୟିତ୍ବକୁ ସହଜରେ ବୁଝାଇ ଦେଉଥିବା ଘଟଣାର ଏହି ଚିତ୍ର । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ପ୍ରଶଂସା ସାଉଁଟୁଛନ୍ତି ଟ୍ରାଫିକ କନେଷ୍ଟବଳ । ଘଟଣାଟି ଅଯୋଧ୍ୟା ଟ୍ରାଫିକର ଦୃଶ୍ୟ । ତେବେ ଜାଣନ୍ତୁ ଭିଡିଓ ପଛର ସମ୍ପୂର୍ଣ୍ଣ କାହାଣୀ ।

ଅଯୋଧ୍ୟା
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ ଟ୍ବିଟର@upcoprahul

ସୂଚନା ଅନୁସାରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ଟ୍ରାଫିକ ପୋଲିସ ନିଜ ଡ୍ୟୁଟି କରୁଥିବା ବେଳେ ଘଟିଲା ଏପରି ଘଟଣା ଯାହାକୁ ବର୍ତ୍ତମାନ ସୋସିଆଲ ମିଡିଆରେ ଭୁରି ଭୁରି ପ୍ରଶଂସା କରୁଛନ୍ତି । କାରଣ ସେ ସେହି ମାନବିକତାର କାମ କରିଛନ୍ତି । ଟ୍ରାଫିକରେ ଭିଡ ଜମିଥିବା ବେଳେ ଜଣେ ବୟସ୍କ ବ୍ୟକ୍ତି ମାଲ ଲଦା ହୋଇଥିବା ଟ୍ରଲିରେ ଟାଣି ଟାଣି ନେଉଥିଲା । ଏହା ଦେଖି ଟ୍ରାଫିକ ପୋଲିସଙ୍କ ମାନବିକତା ବାହାରକୁ ଆସିଥିଲା । ଆଉ ସେ ସେହି ବୟସ୍କ ବ୍ୟକ୍ତି ଜଣ ଟ୍ରଲିକୁ ଟାଣି ଟାଣି ରାସ୍ତାର ପାର କରାଇଦେଲେ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ ଟ୍ବିଟର@upcoprahul

ଏହି ସମସ୍ତ ଦୃଶ୍ୟକୁ ନିଜ ମୋବାଇଲରେ ସୁଟ କରିଥିଲେ ଉତ୍ତରପ୍ରଦେଶର ଅତିରିକ୍ତ ସୁପରିଟେଣ୍ଡେଟ ରାହୁଲ ଶ୍ରୀବାସ୍ତବ । ସେ ତାଙ୍କ ନିଜ ଟ୍ବିଟରରେ ଏହି ଭିଡିଓକୁ ସେୟାର କରିଥିଲେ । କିଛି କ୍ଷଣ ମଧ୍ୟରେ ସୋସିଆଲ ମିଡିଆରେ ଏହା ଘୁରି ବୁଲିଲା ଏବଂ ଉକ୍ତ କନେଷ୍ଟବଳଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିଲା । ଏହି ଭିଡିଓକୁ ଏପର୍ଯ୍ୟନ୍ତ 1,500 ରିଟ୍ବିଟ କରାଯାଇଛି । 8,400 ଲାଇକ୍ସ ମିଳିଛି ।

Intro:Body:

sfsdf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.