ETV Bharat / bharat

ଜାଣନ୍ତୁ, ଅବସର ପୂର୍ବରୁ କେଉଁ 6ଟି ମାମଲାର ଶୁଣାଣି କରିବେ CJI

author img

By

Published : Nov 7, 2019, 9:14 PM IST

ଆସନ୍ତା 17ରେ ନିଜ ପଦରୁ ଅବସର ନେବେ ଦେଶର ସର୍ବୋଚ୍ଚ ଅଦାଲତର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ । ଜାଣନ୍ତୁ ନିଜ ପଦରୁ ଅବସର ନେବା ପୂର୍ବରୁ କେଉଁ 6ଟି ମାମଲାର ଶୁଣାଣି କରିବେ ଜଷ୍ଟିସ ଗୋଗୋଇ ।

ଫାଇଲ ଫଟୋ

ହାଇଦ୍ରାବାଦ: ଦେଶର ସର୍ବୋଚ୍ଚ ଅଦାଲତର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଆସନ୍ତା 17ରେ ନିଜ ପଦରୁ ଅବସର ନେବେ । ଅବସର ପୂର୍ବରୁ ତାଙ୍କ ହାତରେ ଆଉ 8ଟି କାର୍ଯ୍ୟ ଦିବସ ରହିଛି । ଏହି ଆଠଟି କାର୍ଯ୍ୟ ଦିବସରେ ଦେଶର 6ଟି ଗୁରୁତ୍ବପୂର୍ଣ୍ଣ ମାମଲାର ଚୂଡାନ୍ତ ରାୟ ଶୁଣାଇବେ ସିଜେଆଇ ରଞ୍ଜନ ଗୋଗୋଇ ।

6ଟି ଗୁରୁତ୍ବପୂର୍ଣ୍ଣ ମାମଲା ହେଉଛି

  • ଅଯୋଧ୍ୟା-ବାବ୍ରି ମସଜିଦ ଜମି ବିବାଦ ମାମଲା
  • ରାଫେଲ ରାୟର ସମୀକ୍ଷା
  • ସାବରିମାଳା ମନ୍ଦିରର ଚୂଡାନ୍ତ ରାୟର ସମୀକ୍ଷା
  • ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନ ଅଧିନରେ ଆଣିବାକୁ ଆବେଦନ
  • ମୁଖ୍ୟ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ
  • 2017 ଆର୍ଥିକ ଆଇନର ବୈଧତାକୁ ଚ୍ୟାଲେଞ୍ଜ

ଅଯୋଧ୍ୟା-ବାବ୍ରି ମସଜିଦ ବିବାଦୀୟ ଜମି ମାମଲା: ଅବସର ପୂର୍ବରୁ ରଞ୍ଜନ ଗୋଗୋଇଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେବ ଅଯୋଧ୍ୟା ମାମଲା । 70 ବର୍ଷର ଏହି ବିବାଦୀୟ ମାମଲାର ରାୟ ଉପରେ ଦେଶ ସମେତ ସମଗ୍ର ବିଶ୍ବର ନଜର ରହିଛି । ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ 5 ଜଣିଆ ଖଣ୍ଡପୀଠ ଅକ୍ଟୋବର 16 ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଦୀର୍ଘ 40 ଦିନ ଧରି ସୁପ୍ରିମକୋର୍ଟରେ ଚାଲିଥିଲା ମାମଲାର ଶୁଣାଣି । ଏଥିରେ ଉଭୟ ପକ୍ଷର ଓକିଲଙ୍କ ଯୁକ୍ତି ଓ ମତ ଶୁଣିଥିଲେ ଖଣ୍ଡପୀଠ । ଚଳିତ ମାସ 16 ତାରିଖ ପୂର୍ବରୁ ଏହି ମାମଲାର ଅନ୍ତିମ ରାୟ ଆସିଯିବ ବୋଲି ଆଶା କରାଯାଉଛି ।

ଉତ୍ତରପ୍ରଦେଶ ଅଯୋଧ୍ୟାର 2.77 ଏକର ବିବାଦୀୟ ଜମିର ମାଲିକାନା ସତ୍ତ୍ବ ନେଇ 70 ବର୍ଷ ହେଲା ଲଢେଇ ଚାଲିଛି । ପୂରା 2.77 ଏକର ଜମି ଭଗବାନ ଶ୍ରୀରାମଙ୍କର ଜନ୍ମଭୂମି ବୋଲି ହିନ୍ଦୁ ପାର୍ଟି ପକ୍ଷରୁ ଦାବି କରୁଥିବା ବେଳେ ମୁସଲିମ ପାର୍ଟି ଏହାକୁ ବିରୋଧ କରୁଛି । ତେବେ ନିଜ ଦାବିକୁ ସତ୍ୟ ପ୍ରମାଣ କରିବାକୁ ହିନ୍ଦୁ ପକ୍ଷ ବିଭିନ୍ନ ଐତିହାସିକ, ଦାର୍ଶନିକ, ପରିଦର୍ଶକ, ଜମିର କାଗଜପତ୍ର ଆଦିକୁ ପ୍ରମାଣ ଭାବେ ସୁପ୍ରିମକୋର୍ଟରେ ଉପସ୍ଥାପନ କରିଛି । ଏପଟେ ମୁସଲିମ ପକ୍ଷରୁ ଏହା କୁହାଯାଇଛି, ଏହା ରାମ ଜନ୍ମଭୂମି ବୋଲି ବଶ୍ବାସ ଏବଂ ଆସ୍ଥାକୁ ଆଧାର କରି କୌଣସି ରାୟ ପ୍ରକାଶ ପାଇବା ଉଚିତ ନୁହେଁ ।

ରାଫେଲ ରାୟର ସମୀକ୍ଷା: ଭାରତୀୟ ବାୟୁସେନାକୁ ସରକାର ଅତ୍ୟାଧୁନିକ ଯୁଦ୍ଧ ବିମାନ ଯୋଗାଇ ଦେବା ପାଇଁ ଫ୍ରାନ୍ସର ଡାସଲ୍ଟ ଆଭିଏସନ କମ୍ପାନୀ ଠାରୁ 36ଟି ରାଫେଲ ବିମାନ କିଣିବାକୁ ଚୁକ୍ତି ସ୍ବାକ୍ଷରିତ କରିଛନ୍ତି । ଏହି ଚୁକ୍ତି ପରେ କେନ୍ଦ୍ର ସରକାରଙ୍କୁ ବିରୋଧୀ କଂଗ୍ରେସ ସମେତ ଅନେକ ବରିଷ୍ଠ ଆଇନଜୀବୀ ସମାଲୋଚନା କରିଥିଲେ । ଅଭିଯୋଗ ହୋଇଥିଲା ସରକାର ପ୍ରତିରକ୍ଷା ଅଧିଗ୍ରହଣ ନେଇ ପ୍ରଚଳିତ ଆଇନ ବ୍ୟବସ୍ଥା ଏଡାଇ ଚୁକ୍ତି ସ୍ବାକ୍ଷର କରିଛନ୍ତି । ଯେଉଁଥି ପାଇଁ ଏହି କମ୍ପାନୀର ବାହ୍ୟ ପାର୍ଟନର ବା ଅଂଶୀଦାର ହୋଇଥିବା ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସ କମ୍ପାନୀକୁ ଅନୁକମ୍ପା ଦିଆଯାଇଛି ଏବଂ କମ୍ପାନୀ 40 ହଜାର କୋଟି ଫାଇଦା ପାଇଥିବା ଅଭିଯୋଗ ହୋଇଥିଲା । ଏହି ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତରେ 50ରୁଅଧିକ ଯୁକ୍ତି ଉପସ୍ଥାପନ କରାଯାଇଥିବା ବେଳେ ବିଭିନ୍ନ ନଥିପତ୍ର ମଧ୍ୟ ଦାଖଲ ହୋଇଥିଲା ।

ସୁପ୍ରିମକୋର୍ଟ ଏହାର ଶୁଣାଣି କରି ସମସ୍ତ ମାମଲା ଖାରଜ କରିବା ସହ ସୁରକ୍ଷା ସମ୍ବନ୍ଧୀୟ ପ୍ରସଙ୍ଗରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । କିନ୍ତୁ ପୁଣିଥରେ ଏହି ମାମଲାକୁ ନେଇ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା । ବର୍ଷ 2015ରେ ଉଚ୍ଚତମ ନ୍ୟାୟାଳୟ ରାଫେଲ ମାମଲାରେ ସରକାରଙ୍କୁ କ୍ଲିନ୍ ଚିଟ୍ ଦେଇଥିଲେ । ତେବେ ଏହି ମାମଲାର ଭବିଷ୍ୟତ କଣ ହେବ ଅବସର ପୂର୍ବରୁ ତାହାର ଚୂଡାନ୍ତ ରାୟ ଦେବେ ମୁଖ୍ୟ ବିଚାରପତି । ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେକେ ବେଣୁ ଗୋପାଳ ଯୁକ୍ତି ରଖିଥିଲେ ରାଫେଲ ମାମଲା ନ୍ୟାୟିକ ଯାଞ୍ଚ ପାଇଁ ନୁହେଁ, ଏହାର ଯାଞ୍ଚ ପ୍ରତିରକ୍ଷା ବିଶେଷଜ୍ଞଙ୍କ ପାଇଁ ଉଦ୍ଦିଷ୍ଟ ।

ଏହି ସୁରକ୍ଷା ସମ୍ବନ୍ଧୀୟ ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ‘ଚୌକିଦାର ଚୋର୍ ହୈ’ ନାରା ଦେଇଥିଲେ । ଯାହାକୁ ନେଇ ରାହୁଲ ଗାନ୍ଧୀଙ୍କୁ ଅଦାଲତାରେ ଅପ୍ରେଲ 10ରେ କ୍ଷମା ମାଗିବାକୁ ପଡିଥିଲା ।

ସାବରୀମାଳା ମାମଲା: କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଥିବା କଟକଣା ପ୍ରସଙ୍ଗରେ ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର 28 ସେପ୍ଟେମ୍ବର 2018ରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ । ସାବରିମାଲା ମନ୍ଦିରକୁ ସବୁବର୍ଗର ମହିଳାମାନେ ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ । ଯାହାକୁ ନେଇ ସମଗ୍ର କେରଳରେ ଅସନ୍ତୋଷ ବୃଦ୍ଧି ପାଇବା ସହ ସୁପ୍ରିମକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଚ କରାଯାଇଥିଲା ।

ରାୟର ପୁର୍ନବିଚାର ପାଇଁ ସୁପ୍ରିମକୋର୍ଟରେ ଭକ୍ତ ମଣ୍ଡଳୀ, ମନ୍ଦିର ପୂଜକ ସମାଜ, ଦେବତ୍ତୋର ବୋର୍ଡ ପକ୍ଷରୁ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା । ଆବେଦନକାରୀଙ୍କ ମାମଲାକୁ ଗ୍ରହଣ କରି ଶୁଣାଣି ଶେଷ କରି କୋର୍ଟ ନିଜ ରାୟ ସଂରକ୍ଷିତ ରଖିଛନ୍ତି । ମୁଖ୍ୟ ବିଚାରପତିଙ୍କ ଅବସର ପୂର୍ବରୁ ଏହି ମାମଲାର ଚୂଡାନ୍ତ ରାୟ ଆସିବାର ସମ୍ଭାବନା ରହିଛି ।

ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନ ଅଧିନରେ ଆଣିବାକୁ ଆବେଦନ: ଗତ ଏପ୍ରିଲ 4 ତାରିଖରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଏକ ମହତ୍ବପୂର୍ଣ୍ଣ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ସୂଚନା ଅଧିକାର ଆଇନ ଅଧିନରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ ଆସିବା ନେଇ ଦାଏର ହୋଇଥିବା ଆବେଦନ ଉପରେ ଏହି ଶୁଣାଣି ହୋଇଥିଲା ।

ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନରାଲଙ୍କ ପକ୍ଷରୁ ଦାଏର ହୋଇଥିବା ଆବେଦନ ଉପରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ 5 ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଶୁଣାଣି କରିଥିଲେ । 2010 ମସିହା ଜାନୁଆରୀରେ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ, ସୁପ୍ରିମକୋର୍ଟ ମୁଖ୍ୟବିଚାରପତିଙ୍କ କାର୍ଯ୍ୟାଳୟ ଏକ ସରକାରୀ ଅନୁଷ୍ଠାନ । 2005 ମସିହା ଆରଟିଆଇ ଆଇନ ସେକ୍ସନ 2 (h) ଆଧାରରେ ଦିଲ୍ଲୀ ହୋଇକୋର୍ଟ ଏହି ରାୟ ପ୍ରକାଶ କରିଥିଲେ । ତେବେ ଏହି ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନରାଲ ପିଟିସନ ଦାଏର କରିଥିଲେ । ତେବେ ଏହି ଶୁଣାଣି ପୂର୍ବରୁ ସୁପ୍ରିମକୋର୍ଟରେ 9 ବର୍ଷ ଧରି ଏହି ମାମଲା ପଡିରହିଥିଲା ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ:

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ହୋଇଥିଲା । ସୁପ୍ରିମକୋର୍ଟର ଜଣେ ପୂର୍ବତନ କର୍ମଚାରୀ ଉତ୍ସବ ବନସ ଏହି ଅଭିଯୋଗ ଆଣିଛନ୍ତି । ବିଭିନ୍ନ ବିଚାରପତିଙ୍କ ନିକଟରେ ଏ ସଂପର୍କରେ ସେ ଆଫିଡେଫିଟ୍ ଦାଖଲ କରିଛନ୍ତି । ତେବେ ଏହାକୁ ଖଣ୍ଡନ କରିଥିଲେ ଜଷ୍ଟିସ୍‌ ରଞ୍ଜନ ଗୋଗେଇ ।

ଏ ନେଇ ଜଷ୍ଟିସ୍‌ ରଞ୍ଜନ ଗୋଗେଇ କହିଥିଲେ ଦେଶର ନ୍ୟାୟିକ ପ୍ରକ୍ରିୟା ପ୍ରତି ବିପଦ ସୃଷ୍ଟି କରାଯାଉଛି । ଏହାର ପଛରେ ଏକ ବିରାଟ ଷଡ଼ଯନ୍ତ୍ର ରହିଛି । ତାଙ୍କ ନାଁରେ କୌଣସି ଦୁର୍ନୀତି ନ ଥିବାରୁ ଏହି ବଡ଼ ଷଡ଼ଯନ୍ତ୍ର କରାଯାଇଛି। ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଉପରେ ଚାପ ପ୍ରୟୋଗ କରିବାକୁ ଏଭଳି କରାଯାଇଛି । ସେ ମଧ୍ୟ କହିଥିଲେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସେ କରିବେ ନାହିଁ । ଅନ୍ୟ ଏକ ଖଣ୍ଡପୀଠ ଏହାର ବିଚାର କରିବ। ତେବେ ଏହି ମାମଲାର ମଧ୍ୟ ଚୂଡାନ୍ତ ରାୟ ଆସିପାରେ ।

2017 ଆର୍ଥିକ ଆଇନର ବୈଧତାକୁ ଚ୍ୟାଲେଞ୍ଜ: ଗତ ଏପ୍ରିଲ 10 ତାରିଖରେ, ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ । ରାଜସ୍ବ ବାର ଆସୋସିଏସନ ପକ୍ଷରୁ ଦାଏର ପିଟିସନ ଉପରେ ଏହି ଶୁଣାଣି ହୋଇଥିଲା । ଆର୍ଥିକ ଆଇନ-2017ର ବ୍ୟବସ୍ଥା (ବୈଧତା)କୁ ଏହି ଆବେଦନରେ ଚ୍ୟାଲେଞ୍ଜ କରାଯାଇଥିଲା ।

ଏହି ଆଇନ ବିଭିନ୍ନ ନ୍ୟାୟିକ ଟ୍ରିବ୍ୟୁନାଲ ଯେପରି, ଜାତୀୟ ଗ୍ରୀନ ଟ୍ରିବୁନାଲ, ଆୟକର ଆପିଲେଟ୍ ଟ୍ରିବୁନାଲ, ନ୍ୟାସନାଲ କମ୍ପାନୀ ଲ’ ଆପିଲେଟ୍ ଟ୍ରିବ୍ୟୁନାଲର କ୍ଷମତାକୁ ପ୍ରଭାବିତ କରୁଛି ବୋଲି ଆବେଦନକାରୀ ଆବେଦନ କରିଥିଲେ । ତେବେ ଏକ ଅର୍ଥ ବିଲ୍ ଭାବେ ସଂସଦରେ ପାରିତ ହୋଇଥିବା ଆର୍ଥିକ ଆଇନ ଟ୍ରିବ୍ୟୁନାଲର ରୂପରେଖ ବଦଳାଇ ପାରିବ ନାହିଁ ବୋଲି ଦାବି କରିଥିଲେ ଆବେଦନକାରୀ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.