ETV Bharat / bharat

ଅଯୋଧ୍ୟା ଘଟଣାକ୍ରମ

author img

By

Published : Aug 3, 2020, 12:59 PM IST

ଅଯୋଧ୍ୟାରେ ରାମମନ୍ଦିର ଏବଂ ବାବ୍ରି ମସଜିଦ ନିର୍ମାଣ କେଉଁ ମସିହାରେ ହୋଇଥିଲା ଏବଂ ଏହାର ଘଟଣାକ୍ରମ ଉପରେ ଆସନ୍ତୁ ନଜର ପକାଇବା....

Ayodhya Chronology
Ayodhya Chronology

1528-ବାବରଙ୍କ ଜଣେ ସେନାପତି ମୀର ବାକିଙ୍କ ଦ୍ବାରା ଅଯୋଧ୍ୟାରେ ବାବ୍ରି ମସଜିଦ ନିର୍ମାଣ।

1583-ପ୍ରଥମ ଥର ପାଇଁ ମସଜିଦକୁ କେନ୍ଦ୍ର କରି ହିନ୍ଦୁ ଏବଂ ମୁସଲିମଙ୍କ ମଧ୍ୟରେ ହିଂସାତ୍ମକ ବିବାଦ।

1885-ବାବ୍ରି ମସଜିଦକୁ ଲାଗି କରି ଏକ ମନ୍ଦିର ନିର୍ମାଣ ପାଇଁ ଫୈଜାବାଦ କୋର୍ଟରେ ମହନ୍ତ ରାଘବୀର ଦାସଙ୍କ ଆବେଦନ। ଆବେଦନ ଖାରଜ।

ଡିସେମ୍ବର 22-23, 1949- ରହସ୍ୟଜନକ ଭାବେ ବାବ୍ରି ମସଜିଦ ଭିତରୁ ପ୍ରଭୁ ରାମଚନ୍ଦ୍ରଙ୍କ ମୂର୍ତ୍ତିର ସନ୍ଧାନ। ପୋଲିସ ମାମଲା ରୁଜୁ ପରେ ଜିଲ୍ଲାପାଳଙ୍କ ଦ୍ବାରା ଏହାକୁ ଜବତ କରାଯିବା ସହ ସମ୍ପତ୍ତି ସିଲ୍ କରିଦିଆଗଲା।

1950-ମୂର୍ତ୍ତି ପୂଜା ପାଇଁ ଅନୁମତି ଦେବାକୁ ଗୋପାଳ ସିଂହ ବିଶାରଦ ଏବଂ ମହନ୍ତ ରାମଚନ୍ଦ୍ର ଦାସଙ୍କ ପକ୍ଷରୁ ଫୈଜାବାଦ କୋର୍ଟରେ ଆବେଦନ।

1959-ବିବାଦୀୟ ଜମି ଦଖଲକୁ ନେବା ପାଇଁ ନିର୍ମୋହୀ ଆଖଡ଼ା ପକ୍ଷରୁ କୋର୍ଟରେ ଆବେଦନ।

ଫେବ୍ରୁଆରୀ 1961-ମସଜିଦ ଭିତରୁ ମୂର୍ତ୍ତି ବାହାର କରି ବିବାଦୀୟ ଜମିର ମାଲିକାନା ପାଇଁ ଉତ୍ତର ପ୍ରଦେଶ କେନ୍ଦ୍ରୀୟ ସୁନି ୱାକଫ ବୋର୍ଡ ଦ୍ବାରା କୋର୍ଟରେ ଆବେଦନ।

ଫେବ୍ରୁଆରୀ 1986-ପୂଜାର୍ଚ୍ଚନା ପାଇଁ ହିନ୍ଦୁମାନଙ୍କ ଲାଗି ତାଲା ଖୋଲିବାକୁ ଫୈଜାବାଦ କୋର୍ଟଙ୍କ ଆଦେଶ।

1986- ବାବ୍ରି ମସଜିଦ କ୍ରିୟାନୁଷ୍ଠାନ କମିଟି ଗଠିତ

ଅକ୍ଟୋବର 1989- ବିବାଦ ସମ୍ପର୍କିତ ସମସ୍ତ ମାମଲା ଫୈଜାବାଦ କୋର୍ଟରୁ ଆଲାହାବାଦ ହାଇକୋର୍ଟର ଏକ ସ୍ବତନ୍ତ୍ର ବେଞ୍ଚକୁ ସ୍ଥାନାନ୍ତର।

ନଭେମ୍ବର 1989-ବିବାଦୀୟ ସ୍ଥଳରେ ପୂଜା କରିବା ପାଇଁ ବିଶ୍ବ ହିନ୍ଦୁ ପରିଷଦ(ଭିଏଚପି)ର ଆବେଦନକୁ ରାଜୀବ ଗାନ୍ଧି ସରକାରଙ୍କ ଅନୁମତି।

ସେପ୍ଟେମ୍ବର 1990- ଭିଏଚପି ପକ୍ଷରୁ ଅଯୋଧ୍ୟାରେ ବିଶାଳ ବିକ୍ଷୋଭ। ଲକ୍ଷ ଲକ୍ଷ କରସେବକଙ୍କ ଉପରେ ପୋଲିସର ଗୁଳିମାଡ଼, 30 ମୃତ।

ଡିସେମ୍ବର 6, 1992- କରସେବକଙ୍କ ଦ୍ବାରା ବାବ୍ରି ମସଜିଦ୍ ଭଙ୍ଗା, ତଦନ୍ତ ପାଇଁ ଲିବରହାନ କମିଶନ ଗଠିତ।

1993-ପି.ଭି.ନରସିଂହ ରାଓ ସରକାରଙ୍କ ଦ୍ବାରା ବିବାଦୀୟ ସ୍ଥାନକୁ ଲାଗି 67 ଏକର ଜମି ଅଧିଗ୍ରହଣ।

କେନ୍ଦ୍ରୀୟ ତନ୍ତ ବ୍ୟୁରୋ(ସିବିଆଇ) ଆଡଭାନି ଏବଂ ଅନ୍ୟ 19 ଜଣଙ୍କ ନାଁରେ ଚାର୍ଜଫ୍ରେମ୍।

ମେ 2001-ଏକ ସ୍ବତନ୍ତ୍ର କୋର୍ଟରେ ଆଡଭାନିଙ୍କ ସମେତ ପ୍ରମୁଖ ନେତାଙ୍କ ନାଁରେ ଥିବା ଫୌଜଦାରୀ ମାମଲା ପ୍ରତ୍ୟାହାର।

ଏପ୍ରିଲ 2002-ଆଲାହାବାଦ ହାଇକୋର୍ଟ ଦ୍ବାରା ଟାଇଟଲ ସୁଟର ଶୁଣାଣି।

ଜୁନ୍ 2009- ଲିବରହାନ କମିଶନର ତଦନ୍ତ ରିପୋର୍ଟ ଦାଖଲ। ଏଲ.କେ. ଆଡଭାନି, ଏମ.ଏମ.ଯୋଷୀ, କଲ୍ୟାଣ ସିଂହ ଏବଂ ଉମା ଭାରତୀଙ୍କ ସମେତ 68 ଜଣ ବାବ୍ରି ମସଜିଦ ଭଙ୍ଗା ଘଟଣାରେ ଅଭିଯୁକ୍ତ।

ସେପ୍ଟେମ୍ବର 30,2010- ବିବାଦୀୟ ସ୍ଥାନକୁ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସମାନ ଦୁଇ ଭାଗରେ ବିଭକ୍ତ କରିବା ପାଇଁ ହାଇକୋର୍ଟଙ୍କ ରାୟ ପ୍ରଦାନ।

ମେ 2011- ବିଭିନ୍ନ ପକ୍ଷ ଦ୍ବାରା ଆବେଦନ ପରେ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ।

ଅଗଷ୍ଟ 2017- ଡିସେମ୍ବର 5ରେ ଚୂଡାନ୍ତ ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତାରିଖ ଧାର୍ଯ୍ୟ। 12 ସପ୍ତାହ ମଧ୍ୟରେ ମାମଲା ସମ୍ପର୍କିତ 9 ହଜାରରୁ ଅଧିକ ପୃଷ୍ଠାର ଦସ୍ତାବିଜର ଅନୁବାଦ କରି ପ୍ରଦାନ ପାଇଁ ୟୁପି ସରକାରଙ୍କୁ ନିର୍ଦ୍ଦେଶ।

ଜାନୁଆରୀ 25, 2019-ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଦ୍ବାରା ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଦ୍ବାରା ମାମଲାର ଶୁଣାଣି ଆରମ୍ଭ, କିନ୍ତୁ ପ୍ରଥମେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ।

ଅଗଷ୍ଟ 6, 2019-ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଏଫ.ଏମ.ଆଇ.କାଲିଫୁଲାଙ୍କ ନେତୃତ୍ବରେ ଗଠିତ ମଧ୍ୟସ୍ଥତା କମିଟି ଦ୍ବାରା ସହମତି ଉଦ୍ୟମ ବିଫଳ। କୋର୍ଟ ପକ୍ଷରୁ ମାମଲାର ଦୈନିକ ଶୁଣାଣି ଆରମ୍ଭ।

ଅକ୍ଟୋବର 16, 2019- 40 ଦିନର ଶୁଣାଣି ପରେ, ସାମ୍ବିଧାନିକ ଖଣ୍ଡପୀଠରେ ରାୟ ସଂରକ୍ଷିତ।

ନଭେମ୍ବର 9,2019- ସୁପ୍ରିମ କୋର୍ଟରେ ଦୀର୍ଘ ବର୍ଷର ଜମି ବିବାଦର ସମାଧାନ। ସର୍ବସମ୍ମତି ନିଷ୍ପତ୍ତିକ୍ରମେ ପାଞ୍ଚ ଜଣିଆ ଖଣ୍ଡପୀଠ ଦ୍ବାରା ପ୍ରକାଶିତ ରାୟରେ ବିବାଦୀୟ ଭୂମିର ଦଖଲ ହିନ୍ଦୁ ମାନଙ୍କୁ ପ୍ରଦାନ। ବିକଳ୍ପ ସ୍ଥାନରେ ସୁନି ୱାକଫ ବୋର୍ଡକୁ 5 ଏକର ଜମି ପ୍ରଦାନ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.