ETV Bharat / bharat

ରବିବାର 501 ବିମାନରେ ଯାତ୍ରା କରିଛନ୍ତି 44 ହଜାର 593 ଯାତ୍ରୀ

author img

By

Published : Jun 1, 2020, 5:09 PM IST

ହରଦୀପ ସିଂ ପୁରୀ ସୋମବାର ଟ୍ବିଟ୍ କରି କହିଛନ୍ତି ଯେ, ମେ 31 ତାରିଖରେ 501ଟି ବିମାନ ପ୍ରସ୍ଥାନ କରିଥିଲା । ଯେଉଁଥିରେ 44 ହଜାର 593 ଯାତ୍ରୀ ଉଡାଣ ଭରିଥିଲେ । ଅଧିକ ପଢନ୍ତୁ...

'ରବିବାର 501ଟି ବିମାନରେ 44 ହଜାର 593 ଲୋକ ଯାତ୍ରା କରିଛନ୍ତି'

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ସୋମବାର କହିଛନ୍ତି ଯେ, ମେ 31ରେ ସାରା ଦେଶରେ ମୋଟ 501ଟି ଘରୋଇ ବିମାନ ଚଳାଚଳ କରାଯାଇଥିଲା । କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ କାରଣରୁ ଦେଶରେ ଘରୋଇ ବିମାନ ଚଳାଚଳ ସ୍ଥଗିତ ରହିଥିଲା ​​ଏବଂ 2 ମାସ ବନ୍ଦ ହେବା ପରେ ମେ 25ରେ ପୁନଃ ଆରମ୍ଭ କରାଯାଇଛି ।

ଭାରତୀୟ ବିମାନ କମ୍ପାନୀ ଗୁଡିକ ମେ 31 ପର୍ଯ୍ୟନ୍ତ 3 ହଜାର 370ଟି ବିମାନ ଚଳାଚଳ କରିଥିଲେ । ଏଥିମଧ୍ୟରେ ମେ 25ରେ 428 ବିମାନ, 26ରେ 445, ମେ 27ରେ 460, 28ମେ ରେ 494, ମେ 29ରେ 513 ଏବଂ 30 ମେ ରେ 529ଟି ବିମାନ ଅନ୍ତର୍ଭୁକ୍ତ ଥିଲା।

ହରଦୀପ ସିଂ ପୁରୀ ସୋମବାର ଟ୍ବିଟ୍ କରି କହିଛନ୍ତି ଯେ, ମେ 31 ତାରିଖ 2020 7ମ ଦିନରେ 11.59 ମିନିଟ ବିଳମ୍ବିତ ରାତିରେ 501ଟି ବିମାନ ପ୍ରସ୍ଥାନ କରିଥିଲା । ଯେଉଁଥିରେ 44 ହଜାର 593 ଯାତ୍ରୀ ଉଡାଣ ଭରିଥିଲେ । ସେହିପରି ସମୁଦାୟ 501 ବିମାନ ଆସି ପହଞ୍ଚିଥିଲା, ଯେଉଁଥିରେ 44,678 ଯାତ୍ରୀ ଯାତ୍ରା କରିଥିଲେ ।

କେବଳ ପ୍ରସ୍ଥାନ କରୁଥିବା ବିମାନଗୁଡ଼ିକ ଦିନର ଉଡାଣ ଭାବରେ ଗଣାଯାଏ । ବିମାନ ଶିଳ୍ପର ସୂତ୍ରରୁ ପ୍ରକାଶ ଯେ, ଲକଡାଉନ ପୂର୍ବରୁ ଭାରତୀୟ ବିମାନବନ୍ଦର ଗୁଡ଼ିକରେ ଦୈନିକ ପ୍ରାୟ 3000 ଘରୋଇ ବିମାନ ଚଳାଚଳ କରୁଥିଲା । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ତଥ୍ୟ ଅନୁଯାୟୀ ଫେବୃଆରୀରେ ପ୍ରାୟ 4 ଲକ୍ଷ 12 ହଜାର ଯାତ୍ରୀ ଭାରତରେ ଘରୋଇ ବିମାନରେ ଦୈନିକ ଯାତ୍ରା କରୁଥିଲେ ।

ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ତାମିଲନାଡୁକୁ ସୀମିତ ବିମାନ ଚଳାଚଳ ନେଇ ମଞ୍ଜୁରୀ ଦିଆଯାଇଛି । କାରଣ ସେଠାରେ ବହୁତ କମ କୋଭିଡ-19 ସଂକ୍ରମଣ ମାମଲା ରହିଛି, ତେଣୁ ବିମାନ ଚଳାଚଳ ଅତ୍ୟଧିକ ମାତ୍ରାରେ ହେଲେ ଏହାର ସମ୍ଭାବନା ବଢିପାରେ । ଆନ୍ଧ୍ରପ୍ରଦେଶରେ ଘରୋଇ ବିମାନ ସେବା ମଙ୍ଗଳବାର ଏବଂ ପଶ୍ଚିମବଙ୍ଗରେ ଗୁରୁବାର ପୁନଃ ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.