ମାଙ୍ଗାଲୁରୁ: ଅଟୋମୋବାଇଲ ଛାତ୍ରଙ୍କ ନୂଆ ଉଦ୍ଭାବନ । ନିର୍ମାଣ କଲେ ଏକ ଚକିଆ ମଟରଯାନ । ଯାହା ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ମାଙ୍ଗାଲୁରୁର ବାଲାଚିଲ ସ୍ଥିତ ଶ୍ରୀନିବାସ ଟେକନିକାଲ କଲେଜର ଛାତ୍ର ନିର୍ମାଣ କରିଛନ୍ତି ଏହି ଯାନ ।
ଅଟୋମୋବାଇଲର ଚତୁର୍ଥ ବର୍ଷର ଛାତ୍ର ମୋହିତ ଏନ ମାଧବ, ପୃଥ୍ବୀ ଏଚ୍ ଆଚାର୍ଯ୍ୟ, ନବୀନ ଅମରନବାର ଏବଂ ପ୍ରମୋଦ ଜିଏଲ ମିଳିତ ଭାବରେ ପ୍ରସ୍ତୁତ କରିଛନ୍ତି ଏହି ଏକ ଚକିଆ ମଟରଯାନ । କଲେଜ ଅଧ୍ୟାପକ ସନ୍ତୋଷ କୁମାରଙ୍କ ମାର୍ଗଦର୍ଶନରେ ସେମାନେ ଏହି ଯାନକୁ ନିର୍ମାଣ କରିବାରେ ସଫଳ ହୋଇଛନ୍ତି ।
ଏହି ଯାନର ସ୍ବତନ୍ତ୍ରତା ହେଉଛି ଏହାର କେବଳ ଗୋଟିଏ ଚକ ରହିଛି । ସମ୍ପୂର୍ଣ୍ଣ ଗାଡି ଏବଂ ଇଞ୍ଜିନ ଚକ ଭିତରେ ରହିଛି । ତେବେ କେବଳ 18 ହଜାର ଟଙ୍କାରେ ଏହାକୁ ପ୍ରସ୍ତୁତ କରାଯାଇଛି । ଗାଡିଟିକୁ କୃଷି ଏବଂ ଉଦ୍ୟୋଗିକ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ବୋଲି ଏହାର ନିର୍ମାତା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ