ଭୋପାଳ: ଅନଲକ 1.0ରେ ଅନେକ କଟକଣାକୁ କୋହଳ କରାଯାଇଛି। ଦୀର୍ଘ ଦିନ ହେବ ବନ୍ଦ ହୋଇ ପଡିଥିବା କାର୍ଯ୍ୟକୁ ଆରମ୍ଭ କରାଯାଇ ସାଧାରଣ ଜନଜୀବନକୁ ଟ୍ରାକକୁ ଆଣିବାକୁ ଚେଷ୍ଟା ଚଳାଇଛନ୍ତି ସରକାର। ତେବେ କୋଭିଡ ଲାଗୁ ହୋଇଥିବା ନିର୍ଦ୍ଦେଶାବଳୀଗୁଡିକର ଆରାମ ମଧ୍ୟରେ ଧାର୍ମିକ ସ୍ଥାନ ଖୋଲିବା ସହିତ, ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ କର୍ତ୍ତୃପକ୍ଷ କିଛି ପଦକ୍ଷେପ ଗ୍ରହଣ କରିଛନ୍ତି ।
ତେବେ ବିଭିନ୍ନ ମନ୍ଦିରକୁ ଭଗବାନଙ୍କ ଦର୍ଶନ ପାଇଁ ଯିବା ବେଳେ ସାନିଟାଇଜର ସ୍ପ୍ରେ, ଗ୍ଲୋବସ ଓ ମାସ୍କ ପିନ୍ଧିକି ଯିବାକୁ ନିୟମ ରହିଛି। ଏହି ସମୟରେ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଠି ସଂକ୍ରମଣକୁ ନେଇ ସେଠାକାର ସରକାର ଟିକେ ଅଧିକ ସଜାଗ। ମନ୍ଦିରରେ ଲାଗିଥିବା ଘଣ୍ଟିକୁ ହାତରେ ନବଜାଇବା ପାଇଁ ଏକ ଏକ ସ୍ୱୟଂଚାଳିତ ସେନସର ଲଗାଇଛିନ୍ତି। ଯାହାଫଳରେ ହାତ ନବଜାଇଲେ ବି ଘଣ୍ଟି ବାଜିବ। ଏହି ଘଣ୍ଟି ମଧ୍ୟପ୍ରଦେଶ ମାଣ୍ଡସୁର ପଶୁପତିନାଥ ମନ୍ଦିରରେ ଲଗାଯାଇଛି।
ମନ୍ଦିର କତ୍ତୃପକ୍ଷଙ୍କ କହିବା ଅନୁସାରେ, ମନ୍ଦିର ଖୋଲିବା ଜରୁରୀ ଥିଲା କିନ୍ତୁ ସଂକ୍ରମଣର ପ୍ରସାରକୁ ଏଡ଼ାଇବା ପାଇଁ ଲୋକମାନେ ମନ୍ଦିରରେ ଘଣ୍ଟି ଛୁଇଁବାକୁ କଟକଣା ଲାଗୁ କରାଯାଇଥିଲା। ତେଣୁ ମହାମାରୀ ସମୟରେ ଘଣ୍ଟି ବଜାଇବା ପାଇଁ ଲୋକମାନଙ୍କ ପାଇଁ ଏକ ଉପାୟ ରହିବା ଉଚିତ। ଏନେଇ ସେ ସେନସର ଲଗାଇଥିବା କହିଛନ୍ତି।
ଜଣେ ଭକ୍ତ ଏଥିରେ ଖୁସି ବ୍ୟକ୍ତି କରି କହିଛନ୍ତି ଯେ, "ମହାମାରୀ ସମୟରେ ଏହା ଅତ୍ୟନ୍ତ ସହାୟକ ହୋଇଛି। ଭକ୍ତଙ୍କ ପାଇଁ ଘଣ୍ଟି ବଜାଇବା ଆବଶ୍ୟକ, ଯାହାଫଳରେ ଭଗବାନଙ୍କ ନିକଟରେ ପହଞ୍ଚିବା ସହଜସାଧ୍ୟ। ଏହି ପ୍ରକାର ସେନସର ଆମକୁ ସ୍ପର୍ଶ ନକରି ଘଣ୍ଟି ବଜାଇବା ସହଜ କରିଥିଲା।"
@ ANI