ମୁମ୍ବାଇ: ଏହି ସୌଖୀନ ଯୁଗରେ ଲୋକଙ୍କୁ ଦରକାର ଆରାମଦାୟକ ସେବା । ଘରେ ହେଉ କି ଯାତ୍ରା ସମୟରେ ହେଉ, ହାତ ପାହାନ୍ତାରେ ଦରକାର ଆବଶ୍ୟକୀୟ ସାମଗ୍ରୀ । ତେବେ ଯାତ୍ରା ସମୟରେ ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇବାକୁ ନିଆରା ପ୍ରୟାସ କରିଛନ୍ତି ମୁମ୍ବାଇର ଏକ ଅଟୋ ଚାଳକ ।
ମୁମ୍ବାଇରେ ସତ୍ୟୱାନ ଗୀତେ ନାମକ ଏକ ଅଟୋ ଚାଳକ ନିଜ ଅଟୋରେ ରଖିଛନ୍ତି ହୋଟେଲ ଭଳି ସମସ୍ତ ସୁବିଧା । ୱାସ ବେସିନ, ମୋମବାଇଲ ଫୋନ ଚାର୍ଜିଂ ପଏଣ୍ଟ, ପାନୀୟ ଜଳ, ଗଛ ଠୁ ଆରମ୍ଭ କରି ଡେସ୍କଟପ ପର୍ଯ୍ୟନ୍ତ ଏପରି ଅନେକ ଉପକରଣ ତାଙ୍କ ଅଟୋରେ ରହିଛି । କେବଳ ଏତିକି ନୁହେଁ ଏହାସହ ସେ 1 କିଲୋମିଟର ଯାଏଁ ବରିଷ୍ଠ ନାଗରିକଙ୍କୁ ମାଗଣା ସେବା ଯୋଗାଇଆନ୍ତି । ଆଉ ତାଙ୍କର ଗୋଟିଏ ଉଦେଶ୍ୟ ଯାତ୍ରୀଙ୍କୁ ଉନ୍ନତମାନର ସେବା ଯୋଗାଇଦେବା । ମୁମ୍ବାଇରେ ଏମିତି ଅଟୋ ପ୍ରଥମ । ତେବେ ଏହି ଅଟୋଚାଳକଙ୍କ ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଉଥିବା ସହ ତାଙ୍କ ଅଟୋରେ ଯାତ୍ରା କରିବାକୁ ଲୋକେ ଖୁବ ପସନ୍ଦ କରୁଛନ୍ତି ।