ବେଙ୍ଗାଲୁରୁ: କଂଗ୍ରେସ ପୂର୍ବତନ ମନ୍ତ୍ରୀ ତଥା ନରସିଂହରାଜ ବିଧାୟକ ତନଭୀର ସୈଟଙ୍କୁ ଆକ୍ରମଣ । ତନଭୀର ମୈସୁରରେ ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିବାବେଳେ ସେଠାରେ ହଠାତ ଜଣେ ଯୁବକ ତାଙ୍କୁ ଛୁରାମାଡ କରିଥିଲା ।
ସୂଚନା ଅନୁସାରେ, ରବିବାର ରାତିରେ ତନଭୀର ମୈସୁରର ଏକ ମଣ୍ଡପକୁ ବିବାହ ଭୋଜିରେ ଯୋଗଦେଇଥିଲେ । ହସଖୁସିରେ ଭୋଜି ଚାଲିଥିବା ବେଳେ ଜଣେ ଯୁବକ ହଠାତ ଆସି ତାଙ୍କୁ ଛୁରାମାଡ କରିଥିଲେ । ରାତି ପ୍ରାୟ 12ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡିଛି।
ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି କଲମ୍ବିଆ ଏସିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି । ତେବେ ଏହି ଆକ୍ରମଣର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ ।
ଆକ୍ରମଣକାରୀ ଯୁବକ ଉଦୟଗିରି ଅଞ୍ଚଳର ଗୌସିଆନାଗାରା ଫରାହନ ବୋଲି ଜଣାପଡିଛି। ସେପଟେ ତନଭୀରଙ୍କ ସମର୍ଥନକାରୀ ଅଭିଯୁକ୍ତକୁ ଧରି ଥାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।