ETV Bharat / bharat

ପିର ପଞ୍ଜଲ ପାହାଡରେ ନିର୍ମାଣ ହେବ ଦେଶର ସର୍ବୋଚ୍ଚ ବୁଦ୍ଧ ମୂର୍ତ୍ତି - ବୁଦ୍ଧଙ୍କ ପ୍ରତିମୂର୍ତ୍ତି

ଅଟଳ ଟନେଲ ଲୋକାର୍ପିତ ସହ ଏହାର ଉତ୍ତର ପାର୍ଶରେ ନିର୍ମାଣ ହେବାକୁ ଯାଉଛି ଦେଶର ସର୍ବାଚ୍ଚ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି । ଏହା ଦ୍ବାରା ଆଦିବାସୀ ଅଞ୍ଚଳକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ । ଅଧିକ ପଢନ୍ତୁ...

ଅଟଳ ଟନେଲ: ଖୁବ ଶୀଘ୍ର ପିର ପଞ୍ଜଲ ପାହାଡରେ ନିର୍ମିତ ହେବ ଦେଶର ସର୍ବୋଚ୍ଚ ବୁଦ୍ଧଙ୍କ ପ୍ରତିମୂର୍ତ୍ତି

author img

By

Published : Oct 3, 2020, 12:35 PM IST

ସିମଲା: ଲୋକାର୍ପିତ ହେଲା ହିମାଚଳପ୍ରଦେଶ ରୋହତାଙ୍ଗର ବହୁ ପ୍ରତିକ୍ଷିତ ଅଟଳ ଟନେଲ । ଆଜି (ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପିତ କରିଛନ୍ତି । ଏହାଦ୍ବାରା ମନାଲି ଓ ଲେହର ଦୂରତା ହ୍ରାସ ପାଇବା ସହ ରାଜ୍ୟର ପର୍ଯ୍ୟଟନ ସହର ମନାଲିରେ ଅବସ୍ଥିତ ଅଟଳ ଟନେଲ ରୋହତାଙ୍ଗର ଉତ୍ତର ପୋର୍ଟାଲରେ ପର୍ଯ୍ୟଟକମାନେ ଖୁବ ଶୀଘ୍ର ପିର ପଞ୍ଜଲ ପାହାଡରେ ଦେଶର ସର୍ବୋଚ୍ଚ ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ପାଇବେ।

ସୂଚନା ରହିଛି ଯେ, 3200 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟନେଲ ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାହୌଲ ବାସିନ୍ଦାଙ୍କୁ ପ୍ରାୟ 500 କୋଟି ଟଙ୍କାର ଆଉ ଏକ ବଡ ପ୍ରକଳ୍ପ ଦେବେ। ଟନେଲର ଉତ୍ତର ପୋର୍ଟାଲଠାରୁ କିଛି ଦୂରରେ ପିର ପଞ୍ଜଲର ପାହାଡରେ ଆଫଗାନିସ୍ତାନର ବାମିଆନ ଲାଇନରେ ପ୍ରଭୁ ବୁଦ୍ଧଙ୍କ ଏକ 328 ଫୁଟ (100 ମିଟର) ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ। ଏଥିପାଇଁ ପ୍ରାୟ 500 କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଧାନମନ୍ତ୍ରୀ ନିଜେ ଏହି ପ୍ରକଳ୍ପ ପାଇଁ ରାଜି ହୋଇଛନ୍ତି । ହିମାଚଳ ସରକାରଙ୍କ ଏହି ପ୍ରସ୍ତାବକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି। ସିଏମ ଜୟରାମ ଠାକୁର କହିଛନ୍ତି ଯେ, ଏହି ପ୍ରସ୍ତାବ କେନ୍ଦ୍ରକୁ ପଠାଯାଇଛି। ଏହାକୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରାଯିବ |

ଗୁଜୁରାଟର ଏକ ଘରୋଇ ସଂସ୍ଥା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ତତ୍ତ୍ବାବଧାନରେ ଏହି ପ୍ରତିମୂର୍ତ୍ତି ନିର୍ମାଣ କରିବ। ଲାହୌଲର ସିସୁ ଗାଁର ପ୍ରସିଦ୍ଧ ଓ୍ବାଟର ଫଲ ନିକଟରେ ପିରପଞ୍ଜଲ ପାହାଡକୁ କାଟି କରି ଏକ ବୁଦ୍ଧ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ। ହଜାର ହଜାର ବର୍ଷ ପୂର୍ବେ ଆଫଗାନିସ୍ତାନର ବାମିଆନ ଠାରେ ଏକ ବୁଦ୍ଧ ମୂର୍ତ୍ତି ନିର୍ମାଣ ପାଇଁ ବ୍ୟବହୃତ ହୋଇଥିବା ଖୋଦନ କୌଶଳକୁ ବ୍ୟବହାର କରି ଲାହୌଲରେ ଠିକ ଏହିପରି ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ। ପର୍ବତର ଏକ ଅଂଶ ପ୍ରଥମେ ସମତଳ ହେବ, ତା’ପରେ ପଥର ଖୋଦନ କୌଶଳ ଦ୍ବାରା ଭଗବାନଙ୍କ ପ୍ରତିମୂର୍ତ୍ତିକୁ ଖୋଦେଇ କରାଯିବ | ଏହା ସହିତ ଆଦିବାସୀ ଅଞ୍ଚଳରେ ପର୍ଯ୍ୟଟନ ପୁନଃ ସ୍ଥାପିତ ହେବ। ସିସୁ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତିମୂର୍ତ୍ତିର ପ୍ରସ୍ତାବିତ ସ୍ଥାନ ଦେଖାଯାଇଛି । ଏହି ମୂର୍ତ୍ତି ନିର୍ମାଣ ହେବାକୁ ଥିବା ପର୍ବତର ବାମ ପାର୍ଶ୍ବରେ ପ୍ରଧାନମନ୍ତ୍ରୀଙ୍କ ଏକ ସାଧାରଣ ସଭା ହେବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.