ETV Bharat / bharat

ଅଟଳ ଟନେଲରେ ଅଘଟଣ: ଉଦଘାଟନର ୨୪ ଘଣ୍ଟା ମଧ୍ୟରେ ୩ ଦୁର୍ଘଟଣା - 3 accidents within 24 hours of inauguration

ଅଟଳ ଟନେଲରେ ଅଘଟଣ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଏହି ଟନେଲ ଉଦଘାଟିତ ହେବାର ୨୪ ଘଣ୍ଟା ଭିତରେ ତିନି ତିନୋଟି ଦୁର୍ଘଟଣା ଘଟି ସାରିଲାଣି। ତେବେ ଗାଡ଼ି ଚାଳନା ବେଳେ ଦାୟିତ୍ବହୀନତା ଓ ସେଲଫି ନେବା କାରଣରୁ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଅଧିକ ପଢନ୍ତୁ...

Atal Tunnel: Drivers tearing down rules, 3 accidents within 24 hours of inauguration
ଅଟଳ ଟନେଲରେ ଅଘଟଣ: ଉଦ୍‌ଘାଟନର ୨୪ ଘଣ୍ଟା ଭିତରେ ୩ ଦୁର୍ଘଟଣା
author img

By

Published : Oct 7, 2020, 2:22 PM IST

ସିମଲା: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲା ଅନ୍ତର୍ଗତ ମନାଲିଠାରେ ବିଶ୍ବର ଦୀର୍ଘତମ ସୁଡ଼ଙ୍ଗ ପଥ 9.02 କିଲୋମିଟର ଲମ୍ବର ଅଟଳ ଟନେଲ ଉଦଘାଟନ ହୋଇଛି। ତେବେ ଏହି ଟନେଲ ଉଦଘାଟିତ ହେବାର ୨୪ ଘଣ୍ଟା ଭିତରେ ତିନି ତିନୋଟି ଦୁର୍ଘଟଣା ଘଟି ସାରିଲାଣି। ଏହି ଟନେଲରେ ଗାଡ଼ି ଚାଳନା ବେଳେ ଦାୟିତ୍ବହୀନତା ଓ ସେଲଫି ନେବା ସହ ଦ୍ରୁତ ଗତିରେ ଗାଡ଼ି ଚାଳନା ଫଳରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି।

ଏକ ଦଶନ୍ଧି ପରିଶ୍ରମ ପରେ ସୀମା ସଡକ ସଂଗଠନ (BRO) 10 ହଜାର ଫୁଟ ଉଚ୍ଚରେ ଏହି ଟନେଲ ନିର୍ମାଣ କରିଛି । ତେବେ ଏହି ଟନେଲରେ ଯାତାୟାତ କରୁଥିବା ଗାଡ଼ିଗୁଡ଼ିକର ଗତି ଉପରେ ନଜର ରଖିବା ସକାଶେ ସୁରକ୍ଷାକର୍ମୀଙ୍କ ମୁତୟନର ଆବଶ୍ୟକତା ଥିବା ବେଳେ ଏ କ୍ଷେତ୍ରରେ ସ୍ଥାନୀୟ ପ୍ରଶାସନ ଅବହେଳା କରିବାରୁ ଏପରି ଦୁର୍ଘଟଣା ଘଟିଥିବା ବିଆରଓ ପକ୍ଷରୁ ଅଭିଯୋଗ କରାଯାଇଥିଲା। ତେବେ ବିଆରଓ ପକ୍ଷରୁ ଅଭିଯୋଗ କରାଯିବାର ୪୮ ଘଣ୍ଟା ଭିତରେ ସ୍ଥାନୀୟ ସରକାରଙ୍କ ପକ୍ଷରୁ ଟନେଲ୍ ଭିତରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିବା ଜଣାପଡ଼ିଛି।

ବିଆରଓ ମୁଖ୍ୟ ଯନ୍ତ୍ରୀ କେପି ପୁରୁଷୋତ୍ତମନ୍ ଏକ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି ଯେ ଗତ ଅକ୍ଟୋବର ୩ ତାରିଖରେ ଉଦଘାଟିତ ହୋଇଥିବା ଏହି ଟନେଲରେ ଯାତ୍ରୀଙ୍କ ଉପରେ ନଜର ରଖିବା ସକାଶେ ସୁରକ୍ଷାକର୍ମୀଙ୍କ ମୁତୟନ ନିହାତି ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ଗତ ଜୁଲାଇ ୩ ତାରିଖରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିଆରଓ ପକ୍ଷରୁ ଏକ ଚିଠି ଲେଖାଯାଇଥିଲା। ଏହା ସହ ଉକ୍ତ ଟନେଲ୍ ମଧ୍ୟରେ ଅଗ୍ନି ନିର୍ବାପକ କର୍ମଚାରୀଙ୍କୁ ମୁତୟନ କରିବା ସକାଶେ ମଧ୍ୟ ନିବେଦନ କରାଯାଇଛି। ତେବେ ଦୁଇଚକିଆ ଗାଡ଼ି ଚାଳକମାନେ ରାସ୍ତା ମଝିରେ ଗାଡ଼ି ରଖି ସେଲଫି ନେବା କାରଣରୁ ଏପରି ଅଘଟଣ ଘଟିଥିବା କୁହାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.