ETV Bharat / bharat

ଡିଜିଟାଲ ପ୍ଲାଟଫର୍ମ ବିଶ୍ବସନୀୟ ହେବା ଉଚିତ୍, ଜି-20 ବୈଠକରେ ଚୀନର ନାଁ ନନେଇ ଭାରତର ଆହ୍ବାନ

ଭାରତ ଚାଇନିଜ ଆପ୍ ନିଷିଦ୍ଧ ନିଷ୍ପତ୍ତି ନେବା ପରେ ପେ ଚୀନ୍ ତୀବ୍ର ଉଦବେଗ ପ୍ରକାଶ କରି ଆସୁଛି ଏବଂ ଏହାକୁ ବିଶ୍ବ ବାଣିଜ୍ୟ ସଂଗଠନ WTO ନିର୍ଦ୍ଦେଶାବଳୀରୁ ଉଲ୍ଲଂଘନ ଦର୍ଶାଉଛି। ଦ୍ବିପାକ୍ଷିକ ବୈଠକରେ ଏହି ପ୍ରସଙ୍ଗ ଉଠାଇଛି । ଅଧିକ ପଢନ୍ତୁ...

ଡିଜିଟାଲ ପ୍ଲାଟଫର୍ମ ବିଶ୍ବସନୀୟ ହେବା ଉଚିତ୍, ଜି-20 ବୈଠକରେ ଚୀନର ନାଁ ନନେଇ ଭାରତର ଆହ୍ବାନ; ଭାରତର ଚାଇନିଜ ଆପ୍ ନିଷିଦ୍ଧ ଘୋଷଣାକୁ ପୋମ୍ପିଓଙ୍କ ସ୍ବାଗତ

author img

By

Published : Jul 23, 2020, 9:21 PM IST

ଜୁନ୍ 15ରେ ଗଲୱାନ ସଂଘର୍ଷ ଘଟଣା ପରେ ପରେ ଭାରତ ସରକାର ଟିକଟକ,ଉଇ ଚାଟ୍ ସମେତ 59ଟି ଚାଇନିଜ୍ ଆପ୍ ନିଷିଦ୍ଧ କରିବାର ପ୍ରାୟ 15 ଦିନ ପରେ ଭାରତ ଏବଂ ଚୀନ ଆଇଟି ମନ୍ତ୍ରୀ ଜି-20 ବୈଠକ ଅବସରରେ ଡିଜିଟାଲ ଅର୍ଥନୀତି ମନ୍ତ୍ରୀମାନଙ୍କ ଭର୍ଚୁଆଲ ରୁମ୍ ବୈଠକରେ ମିଳିତ ହୋଇଥିଲେ। ଏଥିରେ କେନ୍ଦ୍ର ଇଲେକ୍ଟୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଦେଇଥିବା ମନ୍ତବ୍ୟରେ ଡିଜିଟାଲ ପ୍ଲାଟଫର୍ମରେ ତଥ୍ୟର ଗୋପନୀୟତା ଏବଂ ସୁରକ୍ଷା କିଭଳି ରକ୍ଷା କରାଯାଇ ପାରିବ ତାହା ଉପରେ ଗୁରୁତ୍ବ ଦେଇଥିଲେ। ହେଲେ ସେ ଚୀନର ନାଁ ନେଇ କହିଥିଲେ ଯେ, ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଅନେକ ରାଷ୍ଟ୍ରରେ ଡିଜିଟାଲ ପ୍ଲାଟଫର୍ମ ଲୋକଙ୍କ ବିଶ୍ବାସଭାଜନ ହେବା ଉଚିତ୍।

କୌଣସି ଏକ ସାର୍ବଭୌମତ୍ବ ରାଷ୍ଟ୍ରର ନିରାପତ୍ତା, ପ୍ରତିରକ୍ଷା ଏବଂ ତଥ୍ୟ ଗୋପନୀୟତା ଅତି ଗୁରୁତର ବିଷୟ ହୋଇଥିବାରୁ ଡିଜିଟାଲ ପ୍ଲାଟଫର୍ମ ଅଧିକ ଦାୟିତ୍ବବାନ, ଉତ୍ତରଦାୟୀ ଏବଂ ସମ୍ବେଦନଶୀଳ ହେବାର ଆବଶ୍ୟକତା ରହିଛି ବୋଲି ସାଉଦୀ ଆରବ ଆୟୋଜିତ ଜି 20 ବୈଠକରେ ମନ୍ତ୍ରୀ ପ୍ରସାଦ କହିଛନ୍ତି।

ଭାରତ ଚାଇନିଜ ଆପ୍ ନିଷିଦ୍ଧ ନିଷ୍ପତ୍ତି ନେବା ପରେ ପେ ଚୀନ୍ ତୀବ୍ର ଉଦବେଗ ପ୍ରକାଶ କରି ଆସୁଛି ଏବଂ ଏହାକୁ ବିଶ୍ବ ବାଣିଜ୍ୟ ସଂଗଠନ WTO ନିର୍ଦ୍ଦେଶାବଳୀରୁ ଉଲ୍ଲଂଘନ ଦର୍ଶାଉଛି। ଦ୍ବିପାକ୍ଷିକ ବୈଠକରେ ଏହି ପ୍ରସଙ୍ଗ ଉଠାଇଛି।

ଇତିମଧ୍ୟରେ ଆଇଟି ମନ୍ତ୍ରାଳୟ ନିଷିଦ୍ଧ ଚାଇନିଜ ଆପ୍ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛି ଯେ, ଯଦି କମ୍ପାନିଗୁଡ଼ିକ ଆଦେଶକୁ ପାଳନ ନ କରନ୍ତି, ତେବେ କୌଣସି ପ୍ରକାର ଉଲ୍ଲଂଘନ ପାଇଁ ସେମାନଙ୍କୁ ଅତି ସାଂଘାତିକ ଅବସ୍ଥା ଭୋଗିବାକୁ ପଡିବ।

ବୁଧବାର ଜି20 ବୈଠକରେ ମନ୍ତ୍ରୀ ପ୍ରସାଦ ଆହୁରି କହିଥିଲେ ଯେ, "ଆମକୁ ସ୍ବୀକାର କରିବାକୁ ପଡ଼ିବ ଯେ, ଡାଟା ଇକନମି ସହ ଡିଜିଟାଲ ଇକନମି ଏକ ସଙ୍ଗରେ ଆଗକୁ ଯିବାକୁ ହେବ। ଡାଟା ଉପରେ ଏକାଧିକାର ରହିବା ଆବଶ୍ୟକ, ଏହା ଆମକୁ ଗ୍ରହଣ କରିବାକୁ ପଡ଼ିବ। ଲୋକଙ୍କ ଗୋପନୀୟତା ପାଇଁ ଡାଟା ଉପରେ ସମ୍ପୃକ୍ତ ରାଷ୍ଟ୍ରର ହିଁ ଏକାଧିକାର ରହିବା ଉଚିତ୍।" ଭାରତ ଖୁବ୍ ଶୀଘ୍ର ଏକ ଦୃଢ ପର୍ସନାଲ ଡାଟା ସୁରକ୍ଷା ଆଇନ ଆଣିବାକୁ ଯାଉଛି, ଯାହାଦ୍ବାରା ଲୋକଙ୍କ ବ୍ୟକ୍ତିଗତ ଡାଟା କ୍ଷେତ୍ରରେ ଗୋପନୀୟତା ରକ୍ଷା କରିବା ସହିତ ନୂଆ ଆବିଷ୍କାର ତଥା ଅର୍ଥନୈତିକ ବିକାଶ ପାଇଁ ଡାଟାର ପ୍ରୟୋଗ କରାଯାଇ ପାରିବ। କୋଭିଡ 19 ସହିତ ଲଢିବା ପାଇଁ ଭାରତ କରିଥିବା ଡିଜିଟାଲ ଆବିଷ୍କାର କ୍ଷେତ୍ରରେ ସେ ଆରୋଗ୍ୟ ସେତୁ ଆପ୍ ବିଷୟ ଉଲ୍ଲେଖ କରିଥିଲେ।

ଇତିମଧ୍ୟରେ ୟୁଏସ ଇଣ୍ଡିଆ ବିଜିନେସ କାଉନସିଲ ୟୁଏସଆଇବିସି ଦ୍ବାରା ଆୟୋଜିତ ଇଣ୍ଡିଆ ଆଇଡିଆସ ସମ୍ମିଳନୀକୁ ଉଦବୋଧନ ଦେଇ ଆମେରିକା ବିଦେଶ ସଚିବ ମାଇକ୍ ପୋମ୍ପିଓ 20 ଭାରତୀୟ ଯବାନ ସହିଦ ହୋଇଥିବା ଗଲୱାନ ସଂଘର୍ଷ ଘଟଣାକୁ ଚୀନର ମାତ୍ରାଧିକ ଆଚରଣ ପ୍ରଦର୍ଶନ ଭାବେ ବର୍ଣ୍ଣନା କରିଛନ୍ତି ଏବଂ ଚୀନୀ ମୋବାଇଲ ଆପକୁ ନିଷିଦ୍ଧ କରିବା ଭାରତର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଚୀନ କମ୍ୟୁନିଷ୍ଟ ପାର୍ଟି (ସିସିପି) ଏବେ ଯେଉଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି ତାହା ସ୍ପଷ୍ଟ ଭାବେ ଦିଶୁଛି, ସୁତରାଂ ଆମ ଭଳି ଗଣତାନ୍ତ୍ରିକ ରାଷ୍ଟ୍ର ମିଳିତ କାମ କରିବା ଅତି ଜରୁରୀ ବୋଲି ପୋମ୍ପିଓ କହିଛନ୍ତି।

ନିକଟରେ ପିଏଲଏ ଯେଉଁଭଳି ହିଂସା ସୃଷ୍ଟି କଲା ସେଥିରୁ ସିସିପିର ଆଚରଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ପ୍ରମାଣିତ ହୋଇଯାଇଛି। ଆମେରିକା 20 ଜଣ ଭାରତୀୟ ଯବାନଙ୍କ ମୃତ୍ୟୁରେ ଅତ୍ୟନ୍ତ ଦୁଃଖିତ ବୋଲି ସେ କହିଛନ୍ତି। ଆମର ମିଳିତ ଉଦ୍ୟମ ଦ୍ବାରା ଆମେ ଆମର ସ୍ବାର୍ଥର ସୁରକ୍ଷା କରିପାରିବା ବୋଲି ପୋମ୍ପିଓ କହିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ଏବଂ ବିଶ୍ବରେ ଭାରତ ଅନ୍ୟତମ ପ୍ରତିରକ୍ଷା ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ଉଭା ହେଉଥିବା ନେଇ ପୋମ୍ପିଓ ସନ୍ତୋଷ ପ୍ରକାଶ କରିଛନ୍ତି।

ଇଣ୍ଡିଆ ଆଇଡିଆସ ବୈଠକର ଅନ୍ୟ ଏକ ଆଲୋଚନାରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ. ଜୟଶଙ୍କର ଏବଂ ଆମେରିକାର ମାର୍କ ୱାର୍କ ୱାର୍ଣ୍ଣର ଚୀନର ବଢୁଥିବା ଅହଂଭାବର ମୁକାବିଲା ପାଇଁ ଭାରତ ଭଳି ରାଷ୍ଟ୍ରଗୁଡିକୁ ନେଇ ବିଶ୍ବସ୍ତରୀୟ ଏକ ମେଣ୍ଟ ଗଠନ ସପକ୍ଷରେ ଯୁକ୍ତି ବାଢିଛନ୍ତି।

ଟେଲିକମ୍, ମେଡିକାଲ ସରଞ୍ଜାମ ଏବଂ ଅନ୍ୟ କ୍ଷେତ୍ରରେ ଚୀନ କମ୍ପାନିଗୁଡ଼ିକର ପ୍ରଭାବ କମାଇବା ସହିତ ବିଶ୍ବରେ ଚୀନକୁ ବାଦ୍ ଦେଇ ଏକ ନୂଆ ବଜାର ସୃଷ୍ଟି ପାଇଁ ଭାରତ ଆଗରେ ଏବେ ସୁଯୋଗ ରହିଛି। ଆମେରିକା ସମେତ ବିଶ୍ବର ଅନେକ ରାଷ୍ଟ୍ରର ଆସ୍ଥାଭାଜନ ହୋଇଥିବାରୁ ଭାରତ ଆଜି ଏହି ଅବସ୍ଥାରେ ପହଞ୍ଚିଛି ବୋଲି ପୋମ୍ପିଏ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.