ETV Bharat / bharat

ଆସାମରେ ଅଜଣା ରୋଗ ଆତଙ୍କ, ଗଲାଣି 7 ଶିଶୁଙ୍କ ପ୍ରାଣ

author img

By

Published : Feb 12, 2020, 2:45 PM IST

ଆସାମରେ ଅଜଣା ରୋଗରେ 7 ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । କେଉଁ କାରଣରୁ ମୃତ୍ୟୁ ହେଲା ସେ ନେଇ ତଦନ୍ତ ଆରମ୍ଭ କରିଛି ଡାକ୍ତରୀ ଦଳ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

Assam's Karimganj rules out suspected coronavirus
ଆସାମରେ ଅଜଣା ରୋଗ ଆତଙ୍କ, ଗଲାଣି 7 ଶିଶୁଙ୍କ ପ୍ରାଣ

ଗୌହାଟୀ: ଆସାମର କରିମଗଞ୍ଜ ଜିଲ୍ଲାରେ ଅଜଣା ରୋଗର ଆତଙ୍କ । ଥଣ୍ଡା, କାଶ ଓ ମୁଣ୍ଡ ବିନ୍ଧା କାରଣରୁ ପ୍ରାଣ ହରାଇଛନ୍ତି 7 ଶିଶୁ । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ଗତ କିଛି ଦିନ ତଳେ ବାଜାରଗେଟ ଅଞ୍ଚଳରେ ଅଜଣା ରୋଗରେ 30 ଜଣ ଶିଶୁ ପ୍ରାଣ ହରାଇଥିଲେ । ପୁନର୍ବାର ସେହି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି ।

ତେବେ ପ୍ରଥମେ ପ୍ରଥମେ ଏହାକୁ କୋରୋନା ଭାଇରସ(କନଭିଡ୍ -19) ଯୋଗୁଁ ଏଭଳି ଘଟୁଥିବା ସନ୍ଦେହ କରାଯାଉଥିଲା । ହେଲେ ଡାକ୍ତର ଏଥିରେ କୋରୋନା ଭାଇରସର କୌଣସି ଲକ୍ଷଣ ନଥିବା ସ୍ପଷ୍ଟ କରିଛନ୍ତି । ଏନେଇ ମଙ୍ଗଳବାର ଏକ ଡାକ୍ତରୀ ଦଳ ଘଟଣାସ୍ଥଳକୁ ପରିଦର୍ଶନରେ ଯାଇ ସ୍ଥିତି ପରଖିଥିଲେ । ଆକ୍ରାନ୍ତ ଶିଶୁଙ୍କୁ ଚିକିତ୍ସା କରାଇଥିଲେ । ଜିବାଣୁ ସଂକ୍ରମଣ ଫଳରେ ଏପରି ହୋଇଥିବା ଡାକ୍ତର କହିଛନ୍ତି । ଏହାସହ ଡାକ୍ତର ଆହୁରି କହିଛନ୍ତି, ଏହି ଅଞ୍ଚଳରେ ଲୋକଙ୍କୁ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବା ଆବଶ୍ୟକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.