ETV Bharat / bharat

ଅଦରକାରୀ ପ୍ଲାଷ୍ଟିକରୁ ଚକ୍‌ଚକ୍‌ ରାସ୍ତା - ପ୍ଲାଷ୍ଟିକ

ଏକକ ବ୍ୟବହୃତ ପ୍ଲାଷ୍ଟିକ ପରିବେଶ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବାବେଳେ ଏହି ସମସ୍ୟାକୁ ଶେଷ କରିବାକୁ ଉପାୟ ଚିନ୍ତା କରିଛି ଆସାମର ଗୋଲପାରା ଜିଲ୍ଲା । ଏହି ପ୍ଲାଷ୍ଟିକରୁ ପ୍ରସ୍ତୁତ ହେଉଛି ରାସ୍ତା । ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଚାଲିଥିବା ଆମର ଏହି ଅଭିଯାନରେ ପଢନ୍ତୁ ସ୍ବତନ୍ତ୍ର ଉପସ୍ଥାପନା ।

plastic campaign
ଅଦରକାରୀ ପ୍ଲାଷ୍ଟିକରୁ ଚକ୍‌ଚକ୍‌ ରାସ୍ତା
author img

By

Published : Feb 1, 2020, 7:57 AM IST

ଗୌହାଟି: ଅଦରକାରୀ ପ୍ଲାଷ୍ଟିକରୁ ପ୍ରସ୍ତୁତ ହେଉଛି ରାସ୍ତା । ବର୍ତ୍ତମାନ ଏହି ଟେକନିକ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି । ଆସାମର ଗୋଲପାରା ଜିଲ୍ଲା ଏହି କନସେପ୍ଟକୁ ଖାଲିରେ କଥାରେ ନୁହେଁ କାମରେ ଲଗାଇଛି । ଦିନକୁ ଦିନ ବଢୁଥିବା ପ୍ଲାଷ୍ଟିକ ସମସ୍ୟାରୁ ମୁକ୍ତି ଓ ପରିବେଶକୁ ବଞ୍ଚାଇବା ପାଇଁ ଏଭଳି ଉପାୟ ଚିନ୍ତା କରିଥିଲା ଜିଲ୍ଲା ପ୍ରଶାସନ ।

ଅଦରକାରୀ ପ୍ଲାଷ୍ଟିକରୁ ଚକ୍‌ଚକ୍‌ ରାସ୍ତା

ପୂର୍ବରୁ ଗୋଲପାରାରେ ରାସ୍ତା ନିର୍ମାଣ ପାଇଁ ଅଭାବ ପଡୁଥିଲା ସାମଗ୍ରୀ । ତା ସହ କୁଢ କୁଢ ପ୍ଲାଷ୍ଟିକ ଆବର୍ଜନା ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ଏପରି ସ୍ଥିତିରେ ନିର୍ମାଣ କ୍ଷେତ୍ରରେ ଗ୍ରୀନ ଟେକନୋଲୋଜି ବ୍ୟବହାର ପାଇଁ ଚିନ୍ତା କରିଥିଲା ପ୍ରଶାସନ । ପରେ ପୂର୍ତ୍ତ ବିଭାଗ ଏହି ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ପ୍ଲାଷ୍ଟିକ ଆବର୍ଜନା ବ୍ୟବହାର କରାଯାଇ 75 କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଛି ।

ରିପୋର୍ଟ ଅନୁସାରେ, ମୋଟ୍ 75 କିଲୋମିଟର ରାସ୍ତାରୁ 45 କିଲୋମିଟର ରାସ୍ତା ନିର୍ମାଣ ପାଇଁ ବ୍ୟବହାର ହୋଇଛି 37 ହଜାର 260 କେଜି ପ୍ଲାଷ୍ଟିକ ଆବର୍ଜନା । ସେହିପରି ଅନ୍ୟ 30 କିଲୋମିଟର ରାସ୍ତା ସ୍ଥାନୀୟ ଲୋକେ ଏକାଠି କରିଥିବା ପ୍ଲାଷ୍ଟିକରୁ ପ୍ରସ୍ତୁତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

O:\GFX\31-Jan-2020

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.