ଗୌହାଟୀ: ଆସାମ ପୋଲିସ, କୋକ୍ରାଝର ଆର୍ମି ୟୁନିଟ ଏବଂ ସଶସ୍ତ୍ର ସୀମା ବଳ (ଏସଏସବି) ଦ୍ବାରା ଦୁଲାଲ ନାରାଯାରୀକୁ ଗିରଫ କରାଯାଇଛି। ନାସନାଲ ଡ଼େମୋକ୍ରାଟିକ ଫ୍ରଣ୍ଟର କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା ଗିରଫ ଦୁଲାଲ ।
ମିଳିତ ଅପରେସନ ବେଳେ ସେ ସୁରକ୍ଷା ବାହିନୀ ହାତରେ ଧରାପଡିଛି। ଗିରଫ ବେଳେ ପୋଲିସ ତା’ ଠାରୁ ଏକ ପିସ୍ତଲ ସହିତ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି । ଦୁଲାଲ ଅଲ୍ଟାୁନୀର ସେକ୍ସନ କମାଣ୍ଡର ଦାୟିତ୍ବରେ ରହିଛି ।