ETV Bharat / bharat

ବିବାହ ସମୟରେ ପ୍ରତିଝିଅକୁ 10 ଗ୍ରାମ ସୁନା ଦେବେ ଆସାମ ସରକାର - Assam government to give 1 tola gold

ଆସାମ ସରକାର ଏଣିକି ଝିଅ ମାନଙ୍କର ବିବାହ ସମୟରେ ଏକ ତୋଳା(10 ଗ୍ରାମ) ସୁନା ଦେବା ପାଇଁ ଘୋଷଣା କରିଛନ୍ତି । ବୁଧବାର ରାଜ୍ୟରେ ନୂଆ ଯୋଜନା ‘ଅରୁନ୍ଧତୀ ସ୍କିମ’ ଲାଗୁ ପାଇଁ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 20, 2019, 8:30 PM IST

ଗୌହାଟୀ: ଆସାମ ସରକାର ଏଣିକି ଝିଅ ମାନଙ୍କର ବିବାହ ସମୟରେ ଏକ ତୋଳା(10 ଗ୍ରାମ) ସୁନା ଦେବା ପାଇଁ ଘୋଷଣା କରିଛନ୍ତି । ବୁଧବାର ରାଜ୍ୟରେ ନୂଆ ଯୋଜନା ‘ଅରୁନ୍ଧତୀ ସ୍କିମ’ ଲାଗୁ ପାଇଁ ଘୋଷଣା କରାଯାଇଛି । ରାଜ୍ୟରେ ବାଲ୍ୟବିବାହକୁ ହ୍ରାସ କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି ।

Arundhati Scheme
ଫଟୋ ସୌଜନ୍ୟ: ଏଏନଆଇ

ବୁଧବାର ଆସାମ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଅରୁନ୍ଧତୀ ଯୋଜନା ପାଇଁ ରାଜ୍ୟ ସରକାର ବାର୍ଷିକ 800 କୋଟି ଖର୍ଚ୍ଚ କରିବା ଯୋଜନା ରଖିଥିବା ସୂଚନା ଦେଇଛନ୍ତି । ଏହି ସୁନା କିଣିବା ପାଇଁ ପ୍ରତି ଝିଅକୁ ସୁନା କିଣିବା ପାଇଁ 30ହଜାର ଟଙ୍କା ଦେବେ ସରକାର ବୋଲି ସେ କହିଛନ୍ତି । ଯେଉଁ ପରିବାର ବାର୍ଷିକ ଆୟ 5 ଲକ୍ଷ ଟଙ୍କାରୁ କମ୍‌ ସେହି ପରିବାର ଏହି ଯୋଜନାର ଲାଭ ଉଠାଇପାରିବେ । ଜାନୁୟାରୀ 2020ରୁ ଏହି ଯୋଜନା ଲାଗୁ ହେବା ନେଇ କହିଛନ୍ତି ମନ୍ତ୍ରୀ ।

ବାହାଘର ସମୟରେ ଝିଅଟିଏ ପାଇଁ 10ଗ୍ରାମ ସୁନା ଦେବା ପାଇଁ ପ୍ରତିବର୍ଷ ଅରୁନ୍ଧତୀ ଯୋଜନାରେ 800 କୋଟି ଖର୍ଚ୍ଚ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଯୋଜନା ମାଧ୍ୟମରେ ରାଜ୍ୟରେ ବାଲ୍ୟ ବିବାହକୁ ହ୍ରାସ କରିବା ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।

ଏହି ଯୋଜନାର ଲାଭ ଉଠାଇବା ପାଇଁ ବିବାହ ପଞ୍ଜୀକରଣ କରିବାକୁ ପଡିବ ବୋଲି ସେ ସୂଚନା ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.