ଗୌହାଟୀ : ଆସାମରେ ସଙ୍ଗୀନ ବନ୍ୟା ସ୍ଥିତି । ବନ୍ୟା କାରଣରୁ ଆସାମରେ 18ଟି ଜିଲ୍ଲା ପ୍ରଭାବିତ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା 37କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କମିଟି ପକ୍ଷରୁ ସୂଚନା ମିଳିଛି । ବନ୍ୟା କାରଣରୁ ମୋରିଗୋଓଁ ,ତିନସୁକିଆ, ନାଗାଓଁ ,ନାଲବରୀ, ବରପେଟା, ଧିମାଜି, ଗୋଲପରା, ଉଦଲଗିରି ଓ ଧିବରୁଗଡ ଜିଲ୍ଲାରେ 22ଜଣ ଲୋକେ ପ୍ରାଣ ହରାଇଛନ୍ତି । ବନ୍ୟା ସ୍ଥିତି ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଛନ୍ତି । ବନ୍ୟାରେ ପ୍ରାଣ ହରାଇଥିବା ମୃତକଙ୍କ ପାଇଁ 2 ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ଲଖିମପୁର, ଶିବାଶନଗର, ବଙ୍ଗାଇଗାଓଁ, ହୋଜାଇ, ଉଦଲଗୁରୀ ଓ ମଜୁଲି ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି । ଜଳବନ୍ଦୀରେ 1,327ରୁ ଅଧିକ ଗାଁ ରହିଛି ।
ଅନ୍ୟପଟେ, ଧିମାଜୀ, ବିଶ୍ବନାଥ, ଚିରଙ୍ଗ, ଡାରଙ୍ଗ, ନାଲବାରୀ, ବାରପେଟା, କୋକ୍ରାଝର, ଧୁବ୍ରି, ନାଗାଓଁ, ଗୋଲାଘାଟ, ଜୋରହାଟ, ଡିବ୍ରୁଗଡ, ଦକ୍ଷିଣ ସଲମାରା, ଗୋଲପାରା, କାମ୍ରୁପ, କାମ୍ରୁପ (ମେଟ୍ରୋ), ମୋରିଗାଓଁ ଏବଂ ତିନସୁକିଆ ଜିଲ୍ଲା ଗୁଡିକ ଅଧିକ ପ୍ରଭାବିତ ହୋଇଛି । 1,68.210.28 ହେକ୍ଟର ଚାଷ ଜମି ନଷ୍ଟ ହୋଇଛି । ଏବେବି 323 ରିଲିଫ କ୍ୟାମ୍ପରେ 65,884 ଜଣ ବନ୍ୟା ପ୍ରପୀଡିତ ଆଶ୍ରୟ ନେଇଛନ୍ତି । 8,91,897 ଗୃହପାଳିତ ପଶୁ ଓ 8,01,233 କୁକୁଡା ପ୍ରଭାବିତ ହୋଇଛନ୍ତି । ଏନଡିଆରଏଫ, ଜିଲ୍ଲାପ୍ରଶାସନ ଦ୍ବାରା ପ୍ରଭାବିତ ଗାଁ ଗୁଡିକରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ